ପ୍ରମୁଖ ଖବର

ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ: ଶାର୍ପ ସୁଟର ସହ ୩ ଗିରଫ
ମୁଖ୍ୟମନ୍ତ୍ରୀ ହେବା ପରେ ତ୍ରିଚି ଆସନ ଛାଡିଲେ ବିଜୟ
ମୁମ୍ବଇ-ପୁଣେ ଏକ୍ସପ୍ରେସୱେରେ ସୁପ୍ରିୟା ସୁଲେଙ୍କ କାର୍‌କୁ ଧକ୍କା, ଅଳ୍ପକେ ବର୍ତ୍ତିଲେ ସାଂସଦ
ଜୁଲାଇ ୧ରୁ ଲାଗୁ ହେବ ‘ଭିବି-ଜିରାମ-ଜି’ ଆଇନ
ମୋଦୀଙ୍କ ଦେଶବାସୀଙ୍କୁ ଆହ୍ୱାନ:‘ଗୋଟିଏ ବର୍ଷ ‘ସୁନା କିଣନ୍ତୁ ନାହିଁ,ୱାର୍କ ଫ୍ରମ୍ ହୋମ୍‌ କରନ୍ତୁ -ଇନ୍ଧନ ସଞ୍ଚୟ କରନ୍ତୁ’

ଦିଦିଙ୍କ ଦୁର୍ଗ ଭାଙ୍ଗିଲା: ଅମିତ ଶାହ

0

କଲିକତା; ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀଙ୍କୁ ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିବା ପରେ ଶୁକ୍ରବାର କଲକତାରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଜେପିର ଐତିହାସିକ ବିଜୟକୁ ନେଇ ଉତ୍ସାହ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏହି ଜନାଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ମଡେଲ ପ୍ରତି ଲୋକଙ୍କ ବିଶ୍ୱାସର ପ୍ରତିଫଳନ।

ଶାହ କହିଛନ୍ତି, “୩ ଆସନରୁ ୭୭ ଏବଂ ଏବେ ୨୦୭ ଆସନ ପର୍ଯ୍ୟନ୍ତ ବିଜେପିର ଯାତ୍ରା ଅଭୂତପୂର୍ବ। ୨୩ ଜିଲ୍ଲା ମଧ୍ୟରୁ ୯ଟିରେ ଦିଦି ଖାତା ମଧ୍ୟ ଖୋଲିପାରିନାହାଁନ୍ତି।” ସେ ଦାବି କରିଛନ୍ତି ଯେ, ଡକ୍ଟର ଶ୍ୟାମ ପ୍ରସାଦ ମୁଖେର୍ଜୀଙ୍କ ମାଟିରେ ଆଜି ବିଜେପି ସରକାର ଗଠନ ହେବା ଦଳ ପାଇଁ ଐତିହାସିକ ମୁହୂର୍ତ୍ତ।

ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରଶଂସା କରି ଶାହ କହିଛନ୍ତି, “ନନ୍ଦୀଗ୍ରାମରେ ଦିଦିଙ୍କୁ ପରାସ୍ତ କରିଥିବା ଶୁଭେନ୍ଦୁ ଦା ଏଥର ତାଙ୍କ ନିଜ ଘରେ ମଧ୍ୟ ପରାଜିତ କରିଛନ୍ତି।” ସେ ମମତା ବାନାର୍ଜୀଙ୍କ ସରକାର ଉପରେ ଭୟ ଓ ହିଂସାର ପରିବେଶ ସୃଷ୍ଟି କରିଥିବା ଅଭିଯୋଗ ଆଣିଥିଲେ।
ଅନୁପ୍ରବେଶ ପ୍ରସଙ୍ଗ ଉଠାଇ ଶାହ କହିଛନ୍ତି, ବିଜେପି ପଶ୍ଚିମବଙ୍ଗରୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶରୁ ବାହାର କରିବା ପାଇଁ ପ୍ରତିବଦ୍ଧ। ସେ “ସୁନାର ବଙ୍ଗଳା” ଗଠନର ଆହ୍ୱାନ ମଧ୍ୟ ଦେଇଛନ୍ତି।

ଏହାସହ କଂଗ୍ରେସ ଉପରେ ମଧ୍ୟ ତୀବ୍ର ଆକ୍ରମଣ କରି ଶାହ କହିଛନ୍ତି ଯେ, ନିର୍ବାଚନରେ ପରାଜୟ ପରେ ବାରମ୍ବାର ଇଭିଏମ, ଭୋଟର ତାଲିକା ଏବଂ ନିର୍ବାଚନ କମିଶନକୁ ଦୋଷ ଦେବା କଂଗ୍ରେସର ଅଭ୍ୟାସ ହୋଇଯାଇଛି। ରାହୁଲ ଗାନ୍ଧୀଙ୍କୁ ନିଶାନା କରି ସେ କହିଛନ୍ତି, “ଯଦି ୪୯ ବର୍ଷ ଧରି ଭୋଟ ଚୋରି ହୋଇଆସୁଛି, ତେବେ ଭୋଟ ଚୋରମାନେ ଆପଣଙ୍କ ସହିତ ବସିଛନ୍ତି।”

Leave A Reply

Your email address will not be published.