ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା

0

ନ୍ୟୁଜ୍ ବ୍ୟୁରୋ: ସରକାରୀ କାର୍ଯ୍ୟର ନିରବଚ୍ଛିନ୍ନ ଏବଂ ସୂଚାରୁ ପରିଚାଳନା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏଣିକି ସରକାରୀ ଗାଡ଼ିଗୁଡ଼ିକର ପେଟ୍ରୋଲ ଓ ଡିଜେଲ ଖର୍ଚ୍ଚ ବାବଦରେ ସମ୍ପୃକ୍ତ ପେଟ୍ରୋଲ ପମ୍ପଗୁଡ଼ିକୁ ଆଗୁଆ ଅର୍ଥ ପ୍ରଦାନ କରାଯିବ। ଆଗାମୀ ଦୁଇ ମାସ ପାଇଁ ସରକାରୀ ଯାନବାହନଗୁଡ଼ିକର ଆନୁମାନିକ ତେଲ ଖର୍ଚ୍ଚ ହିସାବ କରାଯାଇ ସେହି ଅର୍ଥରାଶି ପୂର୍ବରୁ ପେଟ୍ରୋଲ ପମ୍ପମାନଙ୍କୁ ପୈଠ କରାଯିବ। ଏହାଦ୍ୱାରା ଇନ୍ଧନ ଅଭାବ କିମ୍ବା ଅର୍ଥ ପ୍ରଦାନ ଜନିତ କାରଣରୁ ସରକାରୀ ଗାଡ଼ିର ଚଳାଚଳରେ କୌଣସି ବାଧା ସୃଷ୍ଟି ହେବ ନାହିଁ।

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଓ ଅଶୋଧିତ ତୈଳ ଯୋଗାଣକୁ ନେଇ ବଢ଼ୁଥିବା ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟର ଅସ୍ଥିରତା ଓ ସମ୍ଭାବ୍ୟ ଯୋଗାଣ ବାଧାର ପ୍ରଭାବ ଯେପରି ରାଜ୍ୟର ପ୍ରଶାସନିକ କାର୍ଯ୍ୟକଳାପ ଉପରେ ନପଡ଼େ, ସେଥିପାଇଁ ଏହି ପୂର୍ବ ପ୍ରସ୍ତୁତି ଗ୍ରହଣ କରାଯାଇଛି। ସରକାରଙ୍କ ଏହି ପଦକ୍ଷେପ ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ସରକାରୀ ସେବା ଓ ପ୍ରଶାସନିକ କାର୍ଯ୍ୟକୁ ଅବ୍ୟାହତ ରଖିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.