ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ,ବିବାହ ପରେ ବି ପିତାମାତାଙ୍କ ପରିବାରର ସଦସ୍ୟ ଝିଅ

0

ନୂଆ ଦିଲ୍ଲୀ: ବିବାହିତ ଝିଅମାନଙ୍କ ଅଧିକାର ସମ୍ପର୍କରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଓ ଦୂରଗାମୀ ରାୟ ଦେଇଛନ୍ତି। ଅନୁକମ୍ପାମୂଳକ ନିଯୁକ୍ତି ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ବିବାହ ପରେ ମଧ୍ୟ ଜଣେ ଝିଅ ତାଙ୍କ ପିତାମାତାଙ୍କ ପରିବାରର ସଦସ୍ୟ ଭାବେ ରହିଥାନ୍ତି ଏବଂ କେବଳ ବୈବାହିକ ସ୍ଥିତି ଆଧାରରେ ତାଙ୍କୁ କୌଣସି ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ। କୋର୍ଟ ମତ ଦେଇଛନ୍ତି ଯେ ବିବାହ ଝିଅ ଓ ତାଙ୍କ ପିତାମାତାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବିଚ୍ଛିନ୍ନ କରେ ନାହିଁ। ତେଣୁ ଅନୁକମ୍ପାମୂଳକ ନିଯୁକ୍ତି ପରି କ୍ଷେତ୍ରରେ ବିବାହିତ ଝିଅଙ୍କୁ ବାଦ ଦେବା ସମାନତା ଓ ନ୍ୟାୟର ସାମ୍ବିଧାନିକ ସିଦ୍ଧାନ୍ତ ବିରୋଧୀ।

ଶୁଣାଣି ସମୟରେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କ ସେହି ଯୁକ୍ତିକୁ ମଧ୍ୟ ଖାରଜ କରିଦେଇଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ବିବାହିତ ଝିଅ ସ୍ଥାନୀୟ ବାସସ୍ଥାନ ନିୟମ ପୂରଣ କରିପାରିବେ ନାହିଁ। କୋର୍ଟ ରେକର୍ଡ ଆଧାରରେ ଦେଖିଥିଲେ ଯେ ସମ୍ପୃକ୍ତ ମହିଳା ବିବାହ ପରେ ମଧ୍ୟ ନିଜ ଗାଁରେ ରହି ମାଆ ଓ ଦୃଷ୍ଟିହୀନ ଭଉଣୀଙ୍କ ଦେଖାଶୁଣା କରୁଥିଲେ। ସୁପ୍ରିମକୋର୍ଟଙ୍କ ଏହି ରାୟକୁ ମହିଳା ସଶକ୍ତିକରଣ ଓ ଲିଙ୍ଗ ସମାନତା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ମନେ କରାଯାଉଛି। ଏହା ଦ୍ୱାରା ଭବିଷ୍ୟତରେ ବିବାହିତ ଝିଅମାନେ ମଧ୍ୟ ଅନୁକମ୍ପାମୂଳକ ନିଯୁକ୍ତି ସମେତ ବିଭିନ୍ନ ପାରିବାରିକ ଅଧିକାର ପାଇଁ ସମାନ ଦାବି କରିପାରିବେ।

Leave A Reply

Your email address will not be published.