ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଆଇଡିଏସ୍ ପକ୍ଷରୁ ୱାକାଥନ୍ ଆୟୋଜିତ

0

ଭୁବନେଶ୍ୱର: ତମାଖୁ ସେବନର ଭୟାବହତା ଓ ଅପକାରିତା ଏବଂ ତମାଖୁ ମୁକ୍ତ ଜୀବନ ସଂପର୍କରେ ସଚେତନତା ବାଂଟିବା ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନସେସ୍ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ବୁଧବାର ଏକ ୱାକାଥନ୍ ଆୟୋଜିତ ହୋଇଯାଇଛି ।

ଆଇଡିଏସ୍‌ରୁ ଏହି ରାଲି ଆରମ୍ଭ ହୋଇ ସମ୍ ହସ୍ପିଟାଲ ଛକ ଓ ଏପିଜେ ଅବଦୁଲ କଲାମ୍ ପାର୍କ ଅତିକ୍ରମ କରି ପୁଣି କଲେଜକୁ ପ୍ରତ୍ୟାବର୍ତନ କରିଥିଲା । ଏହି ରାଲିରେ ଫ୍ୟାକଲ୍ଟି ସଭ୍ୟ, ଇନ୍‌ଟର୍ଣ୍ଣ ଓ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ସାମିଲ ହୋଇଥିଲେ । ସେହିପରି ରାଲିରେ ସାମିଲ ହୋଇଥିବା ଆଇଡିଏସ୍‌ର ଇନ୍‌ଟର୍ଣ୍ଣମାନେ କାର୍ଯ୍ୟକ୍ରମକୁ ସଫଳ କରିବା ସହ ସଚେତନତାମୂଳକ ପ୍ରଚାର ଜନସାଧାରଣଙ୍କୁ ବାଂଟିଥିଲେ। ରାଲିକୁ ଆଇଡିଏସ୍ ର ଟୋବାକୋ ସିସେସନ୍ ସେଂଟରର ନୋଡାଲ୍ ଅଫିସର ପ୍ରଫେସର ସନତ୍ କୁମାର ଭୂୟାଁ ଶୁଭାରମ୍ଭ କରିଥିବାବେଳେ ତାଙ୍କ ସହିତ ଡାକ୍ତର ବସନ୍ତ ଚୌଧୁରୀ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମକୁ ଡାକ୍ତର ଗାଥା ମହାନ୍ତି, ଡାକ୍ତର ସ୍ମିତା ପ୍ରିୟଦର୍ଶନୀ ଓ ଡାକ୍ତର ସୁମିତା ମିଶ୍ର ପରିଚାଳନା କରିଥିଲେ।

ଆଇଡିଏସ୍‌ର ଡିନ୍ ପ୍ରଫେସର (ଡାକ୍ତର) ରୁଚି ଭୂୟାଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହେବା ସହ ଓଡିଶାକୁ ସୁସ୍ଥ ଓ ତମାଖୁ ମୁକ୍ତ କରିବା ନେଇ ଏକ ବାର୍ତା ପ୍ରଦାନ କରିଥିଲେ ।

Leave A Reply

Your email address will not be published.