ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ବିଜେଡିକୁ ଆସିବେ ସୁଜାତା ପାଣ୍ଡିଆନ

0

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି)କୁ ସୁଜାତା ଆର୍. ପାଣ୍ଡିଆନଙ୍କ ସମ୍ଭାବ୍ୟ ଯୋଗଦାନକୁ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି। ସୋମବାର ବିଜେଡି ନେତା ମନ୍ମଥ ରାଉତରାୟ କହିଛନ୍ତି ଯେ ସୁଜାତାଙ୍କ ଦଳରେ ଯୋଗଦାନ ପ୍ରାୟ ନିଶ୍ଚିତ ଏବଂ ଦଳ ତାଙ୍କୁ ଖୋଲା ମନରେ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛି। ମନ୍ମଥଙ୍କ କହିବା ଅନୁଯାୟୀ, ସୁଜାତା ଯେତେ ଶୀଘ୍ର ଦଳରେ ଯୋଗଦେବେ ସେତେ ଭଲ ହେବ ଏବଂ ତାଙ୍କୁ “ରେଡ୍ କାର୍ପେଟ୍ ସ୍ୱାଗତ” କରାଯିବ।

ସେ ଦାବି କରିଛନ୍ତି ଯେ ସୁଜାତା କୌଣସି ପଦବୀ କିମ୍ବା ଉତ୍ତରାଧିକାରୀ ଭୂମିକା ପାଇଁ ନୁହେଁ, ବରଂ ସାଧାରଣ କର୍ମୀ ଭାବେ ରାଜ୍ୟର ସ୍ୱାର୍ଥରେ କାମ କରିବେ।
ସେ ଆହୁରି କହିଛନ୍ତି ଯେ ଦଳର ଅଧିକାଂଶ କର୍ମୀ ଓ ନେତା ସୁଜାତାଙ୍କ ଆଗମନକୁ ସ୍ୱାଗତ କରୁଛନ୍ତି। ତାଙ୍କ ମତରେ, ସୁଜାତାଙ୍କ ଯୋଗଦାନରେ କେତେକ ନେତା ଅସନ୍ତୁଷ୍ଟ ହୋଇପାରନ୍ତି, କିନ୍ତୁ ବହୁ ସଂଖ୍ୟକ କର୍ମୀଙ୍କ ମନୋବଳ ବୃଦ୍ଧି ପାଇବ। ମନ୍ମଥ ଏହା ମଧ୍ୟ କହିଛନ୍ତି ଯେ ପୂର୍ବରୁ ନବୀନ ପଟ୍ଟନାୟକ ସୁଜାତାଙ୍କ ଏଣ୍ଟ୍ରି ପାଇଁ ସମ୍ମତ ଥିଲେ, କିନ୍ତୁ ସୁଜାତା ନିଜେ ଆଗ୍ରହୀ ନଥିଲେ। ଏବେ ସେ ରାଜି ହୋଇଥିବା ନେଇ ଦାବି କରିଛନ୍ତି।

ଅନ୍ୟପଟେ, ସୁଜାତାଙ୍କ ଯୋଗଦାନ ନେଇ ନବୀନ ପଟ୍ଟନାୟକ କୌଣସି ସରକାରୀ ପ୍ରତିକ୍ରିୟା ଦେଇନାହାନ୍ତି। ତେବେ ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ ନବୀନ ପଟ୍ଟନାୟକ ଯେଉଁ ନିଷ୍ପତ୍ତି ନେବେ, ତାହା ଦଳ ପାଇଁ ବେଦବାକ୍ୟ ସଦୃଶ। ଦଳକୁ ଆହୁରି କ୍ରିୟାଶୀଳ କରିବା ଏବଂ ଜନସମସ୍ୟା ନେଇ ସଂଗଠନକୁ ଶକ୍ତିଶାଳୀ କରିବା ଲକ୍ଷ୍ୟରେ ନେତୃତ୍ୱ ଯେଉଁ ପରାମର୍ଶ ଦେବ, ତାହାକୁ ସମସ୍ତେ ମାନିବେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.