ପ୍ରମୁଖ ଖବର

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍‌-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

କୂଅକୁ ଖସିଲା ତୀର୍ଥଯାତ୍ରୀଙ୍କ ପିକଅପ୍ ଭ୍ୟାନ୍

0

୧୪ ମୃତ, ଅନେକ ଆହତ

ମହାରାଷ୍ଟ୍ର: ମହାରାଷ୍ଟ୍ରର ପଣ୍ଡରପୁରରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଭୀର କୂଅ ମଧ୍ୟକୁ ଖସିପଡ଼ିଥିବାରୁ ଡ୍ରାଇଭରଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବାବେଳେ କେତେକଙ୍କ ଅବସ୍ଥା ଗୁରୁତର ରହିଛି।

ତୀର୍ଥଯାତ୍ରୀମାନେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପଣ୍ଡରପୁର ଅଭିମୁଖେ ଯାଉଥିଲେ। ତେବେ ରାସ୍ତାରେ ଡ୍ରାଇଭର ଗାଡ଼ି ଉପରେ ନିୟନ୍ତ୍ରଣ ହରାଇବାରୁ ପିକଅପ୍ ଭ୍ୟାନ୍‌ଟି ସିଧାସଳଖ ଏକ କୂଅ ଭିତରକୁ ଖସିପଡ଼ିଥିଲା। ଘଟଣା ପରେ ସ୍ଥାନୀୟ ଲୋକ, ପୁଲିସ ଓ ଅଗ୍ନିଶମ ବାହିନୀ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। କୂଅ ଭିତରୁ ମୃତଦେହ ଓ ଆହତଙ୍କୁ ବାହାର କରାଯାଇଥିଲା। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିବାବେଳେ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.