ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

0

ମହାରାଷ୍ଟ୍ର: ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ପ୍ରବଳ ମୌସୁମୀ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି। ନଦୀଗୁଡ଼ିକର ଜଳସ୍ତର ବିପଦ ସୀମା ଉପରେ ପ୍ରବାହିତ ହେଉଥିବା ବେଳେ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି। ଏହାରି ମଧ୍ୟରେ ଖାଲାପୁର ଅଞ୍ଚଳର ପାତାଳଗଙ୍ଗା ନଦୀରେ ଶହଶହ ଏଲପିଜି ଗ୍ୟାସ୍ ସିଲିଣ୍ଡର ଭାସୁଥିବା ଏକ ବିରଳ ଦୃଶ୍ୟ ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ଖାଲାପୁରସ୍ଥିତ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ଏଲପିଜି ବଟଲିଂ ପ୍ଲାଣ୍ଟରୁ ପ୍ରାୟ ୩ ହଜାର ଗ୍ୟାସ୍ ସିଲିଣ୍ଡର ବନ୍ୟା ପାଣିରେ ଭାସିଯାଇଛି। ପ୍ରବଳ ବର୍ଷା ଯୋଗୁଁ ଗୋଦାମରେ ପାଣି ପଶିବା ସହ କାନ୍ଥ ଭାଙ୍ଗିଯିବାରୁ ସିଲିଣ୍ଡରଗୁଡ଼ିକ ନଦୀ ସ୍ରୋତରେ ଭାସିଯାଇଥିବା କୁହାଯାଉଛି। ଏହି ସିଲିଣ୍ଡର ମଧ୍ୟରୁ କିଛି ଭର୍ତ୍ତି ଥିବା ବେଳେ ଅନ୍ୟଗୁଡ଼ିକ ଖାଲି ଥିବା ଜଣାପଡ଼ିଛି।

ସୋସିଆଲ୍ ମିଡିଆରେ ଭାଇରାଲ୍ ଭିଡିଓରେ ସ୍ଥାନୀୟ ଲୋକମାନେ ରଶି ଓ ହୁକ୍ ବ୍ୟବହାର କରି ନଦୀରୁ ସିଲିଣ୍ଡର ବାହାର କରୁଥିବା ଦେଖାଯାଇଛି। ଏହାକୁ ନେଇ ପ୍ରଶାସନ ଲୋକଙ୍କୁ ସତର୍କ କରିବା ସହ ନଦୀରେ ଭାସୁଥିବା କୌଣସି ସିଲିଣ୍ଡର ମିଳିଲେ ତୁରନ୍ତ ସମ୍ପୃକ୍ତ ତହସିଲଦାର କାର୍ଯ୍ୟାଳୟ କିମ୍ବା ଏଚପିସିଏଲର ଅଧିକୃତ ଡିଲରଙ୍କୁ ସୂଚନା ଦେବାକୁ ଅନୁରୋଧ କରିଛି। ସିଲିଣ୍ଡରଗୁଡ଼ିକୁ ନିଜ ପାଖରେ ନ ରଖି ଫେରସ୍ତ କରିବାକୁ ମଧ୍ୟ ନିବେଦନ କରାଯାଇଛି।ଘଟଣାର ତଦନ୍ତ ଚାଲିଥିବା ବେଳେ ଭାସିଯାଇଥିବା ସିଲିଣ୍ଡରଗୁଡ଼ିକୁ ସଂଗ୍ରହ କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି।

Leave A Reply

Your email address will not be published.