ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ସୁଟକେସ୍‌ ଭିତରେ ମହିଳାଙ୍କ ମୃତଦେହ ଉଦ୍ଧାର

0

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁ ସହର ଉପକଣ୍ଠରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ରାମୋହଲ୍ଲି ହ୍ରଦରେ ଭାସୁଥିବା ଏକ ସୁଟକେସ୍‌ ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି ବୋଲି ପୁଲିସ ସୂଚନା ଦେଇଛି। ଏହି ହ୍ରଦ କୁମ୍ବଳଗୋଡୁ ଥାନା ଅଞ୍ଚଳ ଅନ୍ତର୍ଗତ ଦକ୍ଷିଣ-ପଶ୍ଚିମ ବେଙ୍ଗାଲୁରୁ ଡିଭିଜନରେ ଅବସ୍ଥିତ। ସ୍ଥାନୀୟ ଲୋକମାନେ ହ୍ରଦରେ ସୁଟକେସ୍‌ଟି ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଟକେସ୍‌ଟି ଉଦ୍ଧାର କରିବା ପରେ ସେଥିରୁ ମହିଳାଙ୍କ ମୃତଦେହ ମିଳିଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମୃତଦେହଟିକୁ ପ୍ରାୟ ଦୁଇରୁ ତିନି ଦିନ ପୂର୍ବରୁ ହ୍ରଦରେ ଫିଙ୍ଗି ଦିଆଯାଇଥାଇପାରେ। ତେବେ ମୃତ ମହିଳାଙ୍କ ପରିଚୟ ଓ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ ମାମଲାକୁ ସନ୍ଦେହଜନକ ମୃତ୍ୟୁ ଭାବେ ଗ୍ରହଣ କରି ତଦନ୍ତ ଆରମ୍ଭ କରାଯାଇଛି। ଦକ୍ଷିଣ-ପଶ୍ଚିମ ଡିଭିଜନର ଡେପୁଟି କମିଶନର ଅଫ୍ ପୁଲିସ ଅନୀତା ହଡ଼ଡନ୍ନାଭର କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଅଧିକ ସୂଚନା ମିଳିନାହିଁ। ପ୍ରାଥମିକ ତଥ୍ୟ ସଂଗ୍ରହ ପରେ ମାଧ୍ୟମକୁ ବିସ୍ତୃତ ସୂଚନା ଦିଆଯିବ।

Leave A Reply

Your email address will not be published.