ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ସେପ୍ଟେମ୍ବର ୬ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା

0

ଭୁବନେଶ୍ବର: ଓଡ଼ିଶାରେ ଚାଲିଥିବା ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ବା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଦାଖଲ ହୋଇଥିବା ସମସ୍ତ ଦାବି ଓ ଅଭିଯୋଗର ସମାଧାନ ସେପ୍ଟେମ୍ବର ୨ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ଏହାପରେ ସେପ୍ଟେମ୍ବର ୬, ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ସୂଚନା ଦେଇଛନ୍ତି। ନୂଆ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତ କରିବା କିମ୍ବା ତାଲିକାରେ ଥିବା ତ୍ରୁଟି ସୁଧାରିବା ପାଇଁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଆବେଦନ ଗ୍ରହଣ କରାଯାଇଥିଲା। ଏହି ଆବେଦନଗୁଡ଼ିକର ଯାଞ୍ଚ ଓ ନିଷ୍ପତ୍ତି ପ୍ରକ୍ରିୟା ସେପ୍ଟେମ୍ବର ୨ ସୁଦ୍ଧା ଶେଷ ହେବ।

ସିଇଓଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ମୋଟ ୫୮ ଲକ୍ଷ ଭୋଟରଙ୍କୁ ନୋଟିସ୍ ଜାରି କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ଭୋଟରଙ୍କ ତଥ୍ୟ ମ୍ୟାପିଂ ହୋଇନଥିବା ବେଳେ ୪୬ ଲକ୍ଷ ଭୋଟରଙ୍କ ତଥ୍ୟରେ ତ୍ରୁଟି ଥିବାରୁ ନୋଟିସ୍ ପଠାଯାଇଛି। ବୁଥ୍ ଲେଭେଲ୍ ଅଫିସର (BLO) ମାନଙ୍କ ଦ୍ୱାରା ଏହି ନୋଟିସ୍ ବଣ୍ଟନ କରାଯାଉଛି। ତେବେ ନୋଟିସ୍ ପାଇବା ପରେ ଭୋଟରମାନଙ୍କ ପାଇଁ ବ୍ୟକ୍ତିଗତ ଭାବେ ଉପସ୍ଥିତ ହେବା ବାଧ୍ୟତାମୂଳକ ନୁହେଁ। ଆବଶ୍ୟକ କାଗଜପତ୍ର ଦାଖଲ କଲେ ତାହା ଯଥେଷ୍ଟ ହେବ। ଯଦି ଅଧିକ ସ୍ପଷ୍ଟୀକରଣର ଆବଶ୍ୟକତା ପଡ଼େ, ତେବେ ଇଲେକ୍ଟୋରାଲ୍ ରେଜିଷ୍ଟ୍ରେସନ୍ ଅଫିସର (ERO) ଭିଡିଓ କଲ୍ ମାଧ୍ୟମରେ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ତଥ୍ୟ ସଂଗ୍ରହ କରିପାରିବେ।

ସିଇଓ ଆହୁରି କହିଛନ୍ତି ଯେ, ଅଗଷ୍ଟ ୫ ତାରିଖରୁ ଏପର୍ଯ୍ୟନ୍ତ ମୋଟ ୨୬,୭୪୫ଟି ଫର୍ମ-୬ ଗ୍ରହଣ କରାଯାଇଛି। ଏହି ଫର୍ମ ମାଧ୍ୟମରେ ନୂଆ ଭୋଟରଙ୍କ ନାମ ଭୋଟର ତାଲିକାରେ ସାମିଲ କରାଯାଏ। ନିର୍ବାଚନ କମିଶନଙ୍କ ଏହି ବ୍ୟାପକ ଯାଞ୍ଚ ଅଭିଯାନ ଦ୍ୱାରା ଭୋଟର ତାଲିକାକୁ ଅଧିକ ସଠିକ୍ ଓ ତ୍ରୁଟିମୁକ୍ତ କରିବା ଲକ୍ଷ୍ୟ ରଖାଯାଇଛି।

Leave A Reply

Your email address will not be published.