ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଅଗଷ୍ଟ ୧୬ରେ ଅବସର ନେବେ ଡିଜିପି ୱାଇ.ବି. ଖୁରାନିଆ

0

ନୂଆ ଡିଜିପି ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ

ଭୁବନେଶ୍ବର: ଓଡ଼ିଶା ପୁଲିସ ମହାନିର୍ଦେଶକ (ଡିଜିପି) ୱାଇ.ବି. ଖୁରାନିଆ ଆସନ୍ତା ଅଗଷ୍ଟ ୧୬ ତାରିଖରେ ଅବସର ଗ୍ରହଣ କରିବେ। ଏଥିପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିବା ବେଳେ ଗୃହ ବିଭାଗ ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯାଇଛି।

ଶ୍ରୀ ଖୁରାନିଆ ୨୦୨୪ ଅଗଷ୍ଟ ୧୬ରେ ଓଡ଼ିଶା ପୁଲିସ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୨୬ ମାର୍ଚ୍ଚରେ ୬୦ ବର୍ଷ ବୟସ ପୂରଣ କରିଥିଲେ ମଧ୍ୟ, ଡିଜିପି ପଦରେ ନ୍ୟୂନତମ ଦୁଇ ବର୍ଷର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବା ପ୍ରାବଧାନ ଥିବାରୁ ତାଙ୍କୁ ଅଗଷ୍ଟ ୧୬, ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ମିଳିଥିଲା।
ଏପଟେ, ଆସନ୍ତା ୭ ତାରିଖରେ ନୂଆଦିଲ୍ଲୀରେ ନୂଆ ଡିଜିପି ମନୋନୟନ ପାଇଁ ୟୁପିଏସସିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ୟୁପିଏସସି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅତିରିକ୍ତ ସଚିବ, ରାଜ୍ୟ ମୁଖ୍ୟ ସଚିବ ଅନୁ ଗର୍ଗ ଏବଂ ବର୍ତ୍ତମାନର ଡିଜିପି ୱାଇ.ବି. ଖୁରାନିଆ ସଦସ୍ୟ ଭାବେ ଯୋଗଦେବେ।

ନୂଆ ଡିଜିପି ଚୟନ ପାଇଁ ରାଜ୍ୟ ସରକାର ଗତ ମେ’ ମାସରେ ୧୧ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ନାମ ୟୁପିଏସସିକୁ ପଠାଇଛନ୍ତି। ଏହି ତାଲିକାରେ ୧୯୯୦ରୁ ୧୯୯୬ ବ୍ୟାଚ୍ର ଅଧିକାରୀମାନେ ରହିଛନ୍ତି। ସେମାନଙ୍କ ମଧ୍ୟରେ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ ନାଥ, ଆର.ପି. କୋଚେ, ସଞ୍ଜୀବ ପଣ୍ଡା, ଯଶୱନ୍ତ ଜେଠୱା, ରିତୁ ଅରୋରା, ସୌମେନ୍ଦ୍ର ପ୍ରିୟଦର୍ଶୀ, ପି.ଏସ୍. ରଣପିସେ, ସନ୍ତୋଷ ବାଲା, ଅରୁଣ ବୋଥ୍ରା ଏବଂ ସୁନୀତା କାକରନ ଅଛନ୍ତି। ସେଥିମଧ୍ୟରୁ ରିତୁ ଅରୋରା, ପି.ଏସ୍. ରଣପିସେ ଓ ସୁନୀତା କାକରନ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନ୍‌ରେ ଅଛନ୍ତି।

ଆଗାମୀ ଦିନରେ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ଏକାସାଙ୍ଗରେ ହେବାର ସମ୍ଭାବନା ଥିବାରୁ ପରବର୍ତ୍ତୀ ଡିଜିପି କିଏ ହେବେ, ତାହାକୁ ନେଇ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.