ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ପେପର ଲିକ୍‌ ବିରୋଧରେ କଠୋର ଆଇନକୁ କ୍ୟାବିନେଟ୍‌ର ମଞ୍ଜୁରୀ

0

ନୂଆଦିଲ୍ଲୀ: ପରୀକ୍ଷାରେ ପେପର ଲିକ୍‌ ଘଟଣାକୁ ରୋକିବା ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ପେପର ଲିକ୍‌ ବିରୋଧୀ ଆଇନର ସଂଶୋଧନକୁ ଅନୁମୋଦନ ମିଳିଛି। ଏହି ସଂଶୋଧନ ବିଲ୍‌ ଆସନ୍ତା ସପ୍ତାହରେ ସଂସଦରେ ଆଗତ ହେବାର ସମ୍ଭାବନା ରହିଛି। ସଂଶୋଧିତ ବିଲ୍‌ରେ ପେପର ଲିକ୍‌ ମାମଲାର ତ୍ୱରିତ ବିଚାର ପାଇଁ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ ଗଠନକୁ ଆଇନଗତ ମାନ୍ୟତା ଦିଆଯିବ। ଏହି କୋର୍ଟଗୁଡ଼ିକୁ ସର୍ବାଧିକ ତିନି ମାସ ମଧ୍ୟରେ ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ରହିବ। ସେହିପରି, ପେପର ଲିକ୍‌ରେ ସମ୍ପୃକ୍ତ ଦୋଷୀଙ୍କ ପାଇଁ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ପ୍ରସ୍ତାବ ରହିଛି।

ଗୁରୁବାର ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ପେପର ଲିକ୍‌ କେବଳ ଏକ ଅପରାଧ ନୁହେଁ, ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏକ ଗୁରୁତର ବିଷୟ। ଗତ ଅଢ଼େଇ ମାସ ମଧ୍ୟରେ ଦୋଷୀଙ୍କୁ ଗିରଫ କରାଯାଇଛି ଏବଂ ୨୨ ଲକ୍ଷ ପରୀକ୍ଷାର୍ଥୀଙ୍କ ପରୀକ୍ଷା ସ୍ୱଳ୍ପ ସମୟରେ ସମ୍ପନ୍ନ କରାଯାଇଛି। ସେ କହିଥିଲେ, ଯୁବପିଢ଼ିର ଭବିଷ୍ୟତ ସହ ଖେଳୁଥିବା ବ୍ୟକ୍ତିଙ୍କୁ କୌଣସି ପ୍ରକାର ଛାଡ଼ ଦିଆଯିବ ନାହିଁ।

ସରକାରଙ୍କ କହିବା ଅନୁଯାୟୀ, ନୂଆ ଆଇନ ଲାଗୁ ହେବା ପରେ ପେପର ଲିକ୍‌ ସମ୍ବନ୍ଧୀୟ ମାମଲାର ଦ୍ରୁତ ବିଚାର ନିଶ୍ଚିତ ହେବ। ଏହି ବିଲ୍‌କୁ ଆସନ୍ତା ସପ୍ତାହରେ ସଂସଦରେ ଉପସ୍ଥାପନ କରାଯିବା ସହ ଖୁବ୍‌ଶୀଘ୍ର ପାରିତ କରିବାକୁ ସରକାର ଉଦ୍ୟମ କରୁଛନ୍ତି। ଏହା ସହିତ କେନ୍ଦ୍ର ସରକାର ଶିକ୍ଷା ମନ୍ତ୍ରଣାଳୟରେ ମଧ୍ୟ ପ୍ରଶାସନିକ ପରିବର୍ତ୍ତନ କରିଛନ୍ତି। ୧୯୯୪ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ନରେଶ ପାଲ୍‌ ଗଙ୍ଗୱାରଙ୍କୁ ଉଚ୍ଚଶିକ୍ଷା ବିଭାଗର ନୂଆ ସଚିବ ଭାବେ ନିଯୁକ୍ତ କରାଯାଇଛି।

Leave A Reply

Your email address will not be published.