ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଉପବାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ

0

ଭୁବନେଶ୍ବର: ଶ୍ରାବଣ ମାସର ପ୍ରଥମ ପବିତ୍ର ସୋମବାରରେ ଭୁବନେଶ୍ୱର ସ୍ଥିତ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତିକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ପୂଜାପଣ୍ଡା ସେବାୟତଙ୍କ ଅସନ୍ତୋଷ ଓ କିଛି ପ୍ରଶାସନିକ ପ୍ରସଙ୍ଗକୁ କେନ୍ଦ୍ର କରି ନିୟମିତ ସେବାପୂଜା ବନ୍ଦ ରହିଥିବାରୁ ମହାପ୍ରଭୁ ଲିଙ୍ଗରାଜ ପ୍ରାୟ ୯ ଘଣ୍ଟା ଧରି ଉପବାସରେ ରହିଥିଲେ। ଏହାଫଳରେ ଦୈନନ୍ଦିନ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହୋଇପାରି ନଥିଲା।

ଘଟଣାକୁ ନେଇ ମନ୍ଦିର ପ୍ରଶାସନ, ସ୍ଥାନୀୟ ବିଧାୟକ ଓ ପୂଜାପଣ୍ଡା ସେବାୟତଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଆଲୋଚନା ସଫଳ ହେବା ପରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି ଆରମ୍ଭ ହୋଇଥିଲା। ଏହା ପରେ ମନ୍ଦିରର ସମସ୍ତ ନୀତିକାନ୍ତି କ୍ରମାନୁସାରେ ସ୍ୱାଭାବିକ ଭାବେ ସମ୍ପନ୍ନ ହୋଇଥିଲା।

ଭୁବନେଶ୍ୱର ଏଡିଏମ୍‌ କହିଛନ୍ତି ଯେ, ପୂଜାପଣ୍ଡା ସେବାୟତଙ୍କ ବିଭିନ୍ନ ଦାବି ଓ ଅଭିଯୋଗ ଉପରେ ଆଲୋଚନା କରାଯାଇଛି। ସେଗୁଡ଼ିକୁ ଟ୍ରଷ୍ଟ ବୋର୍ଡର ପରବର୍ତ୍ତୀ ବୈଠକରେ ବିଚାର କରାଯାଇ ଆବଶ୍ୟକ ନିଷ୍ପତ୍ତି ନିଆଯିବ। ଆଲୋଚନା ପରେ ସେବାୟତମାନେ ନୀତିକାନ୍ତି ପୁନର୍ବାର ଆରମ୍ଭ କରିଥିଲେ। ଅନ୍ୟପକ୍ଷରେ ଶ୍ରାବଣର ପ୍ରଥମ ସୋମବାର ଅବସରରେ ଏକାମ୍ର କ୍ଷେତ୍ରରେ ହଜାର ହଜାର କାଉଡ଼ିଆ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଭକ୍ତମାନେ ଦୂରଦୂରାନ୍ତରୁ ପବିତ୍ର ଜଳ ଆଣି ପ୍ରଭୁ ଲିଙ୍ଗରାଜଙ୍କୁ ଜଳାଭିଷେକ କରିଥିଲେ। ନୀତିକାନ୍ତି ବିଳମ୍ବିତ ହୋଇଥିଲେ ମଧ୍ୟ ଭକ୍ତଙ୍କ ଶ୍ରଦ୍ଧା ଓ ଉତ୍ସାହରେ କୌଣସି ଭାଟା ପଡ଼ି ନଥିଲା। ପୂଜାପଣ୍ଡା ନିଯୋଗ ପ୍ରଶାସନର କିଛି ନିଷ୍ପତ୍ତିକୁ ବିରୋଧ କରି ନୀତିକାନ୍ତିରୁ ବିରତ ରହିଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା।

ତେବେ ଆଲୋଚନା ମାଧ୍ୟମରେ ସମାଧାନ ବାହାରିବା ପରେ ମନ୍ଦିରରେ ପୁଣି ସ୍ୱାଭାବିକ ଭାବେ ସମସ୍ତ ନୀତିକାନ୍ତି ଆରମ୍ଭ ହୋଇଥିବାରୁ ଭକ୍ତମାନେ ଆଶ୍ୱସ୍ତ ହୋଇଛନ୍ତି।

Leave A Reply

Your email address will not be published.