ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

0

ଭୁବନେଶ୍ବର: ପୁରୀ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ୟୁନେସ୍କୋର ‘ମାନବତାର ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟ’ ତାଲିକାରେ ସାମିଲ କରିବା ପାଇଁ ଓଡ଼ିଶା ସରକାର ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଚିଠି ଲେଖି ନାମାଙ୍କନ ପ୍ରକ୍ରିୟାକୁ ଶୀଘ୍ର ଆଗେଇ ନେବାକୁ ଅନୁରୋଧ କରିଛନ୍ତି।

ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍‌ଜେଟିଏ) ପକ୍ଷରୁ ୟୁନେସ୍କୋର ନିର୍ଦ୍ଧାରିତ ଫର୍ମାଟ୍‌ ଅନୁଯାୟୀ ସମସ୍ତ ଆବଶ୍ୟକ ଦସ୍ତାବିଜ ଓ ସହାୟକ ସୂଚନା ପ୍ରସ୍ତୁତ କରାଯାଇଛି। ଏହି ପ୍ରସ୍ତାବର ଯାଞ୍ଚ ଶେଷ କରି ଏହାକୁ ୟୁନେସ୍କୋ ନିକଟକୁ ପଠାଇବା ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ାଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରଥଯାତ୍ରା କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଭାରତର ସମୃଦ୍ଧ ସାଂସ୍କୃତିକ ପରମ୍ପରା, ଆଧ୍ୟାତ୍ମିକତା, ସାମାଜିକ ସମନ୍ୱୟ, କାରିଗରୀ, ସଙ୍ଗୀତ, ନୃତ୍ୟ ଓ ସାମୁଦାୟିକ ଅଂଶଗ୍ରହଣର ଏକ ଜୀବନ୍ତ ପ୍ରତୀକ। ଶତାବ୍ଦୀ ଧରି ପାଳିତ ହୋଇଆସୁଥିବା ଏହି ମହୋତ୍ସବ ପ୍ରତିବର୍ଷ ବିଶ୍ୱର ବିଭିନ୍ନ ଦେଶରୁ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।

ସେ ଆହୁରି କହିଛନ୍ତି ଯେ, ରଥଯାତ୍ରାର ଐତିହାସିକ, ସାଂସ୍କୃତିକ ଓ ବିଶ୍ୱସ୍ତରୀୟ ଗୁରୁତ୍ୱକୁ ବିଚାରକୁ ନେଇ ଏହାର ନାମାଙ୍କନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଆବଶ୍ୟକ। ଏହି ପ୍ରକ୍ରିୟାରେ କେନ୍ଦ୍ର ସରକାରଙ୍କୁ ଯେକୌଣସି ସୂଚନା କିମ୍ବା ସହଯୋଗ ଆବଶ୍ୟକ ହେଲେ ଓଡ଼ିଶା ସରକାର ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ନିଶ୍ଚିତ କରିଛନ୍ତି।

Leave A Reply

Your email address will not be published.