ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ

0

ଭୁବନେଶ୍ବର: ବନ୍ୟା ପରିଚାଳନାକୁ ସୁଦୃଢ଼ କରିବା ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ରବିବାର ୩ ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ନିୟୋଜିତ କରିଛନ୍ତି। ବନ୍ୟା ପ୍ରସ୍ତୁତି, ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରିବେ ଏହି ଅଧିକାରୀମାନେ।

ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ସମ୍ପୃକ୍ତ ଆଇଏଏସ ଅଧିକାରୀମାନେ ତୁରନ୍ତ ନିଜ ନିଜ ଜିଲ୍ଲାକୁ ଯାଇ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେଠାରେ ରହିବେ। ବନ୍ୟା ପରିସ୍ଥିତିର ନିରନ୍ତର ସମୀକ୍ଷା କରିବା ସହ ରିଲିଫ୍ କାର୍ଯ୍ୟରେ ପ୍ରଭାବଶାଳୀ ସମନ୍ୱୟ ସୁନିଶ୍ଚିତ କରିବାକୁ ସେମାନଙ୍କୁ ଦାୟିତ୍ୱ ଦିଆଯାଇଛି।ଭଦ୍ରକ ଜିଲ୍ଲା ପାଇଁ ଓଡ଼ିଶା ମାଇନିଂ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ, ବାଲେଶ୍ୱର ପାଇଁ ଓଡ଼ିଶା ଷ୍ଟେଟ୍ ସିଭିଲ୍ ସପ୍ଲାଇଜ୍ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଯାଜପୁର ପାଇଁ ଓଡ଼ିଶାର ଅବକାରୀ କମିଶନର ପି. ଅନ୍ୱେଷା ରେଡ୍ଡୀଙ୍କୁ ନିୟୋଜିତ କରାଯାଇଛି।

ଏହି ବରିଷ୍ଠ ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖି ବନ୍ୟା ପରିଚାଳନା, ଲୋକଙ୍କୁ ସ୍ଥାନାନ୍ତରଣ, ରିଲିଫ୍ ସାମଗ୍ରୀର ସମୟୋଚିତ ବଣ୍ଟନ, ଜରୁରୀ ସେବାର ପୁନରୁଦ୍ଧାର ଏବଂ ତୁରନ୍ତ ପ୍ରଶାସନିକ ହସ୍ତକ୍ଷେପ ଆବଶ୍ୟକ ଥିବା ସମସ୍ୟାର ସମାଧାନ ଉପରେ ନଜର ରଖିବେ। ବର୍ତ୍ତମାନର ବନ୍ୟା ପରିସ୍ଥିତିକୁ ନେଇ ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ଜୋରଦାର କରିଛନ୍ତି। ନଦୀ ଜଳସ୍ତର ଉପରେ ନିରନ୍ତର ନଜର ରଖିବା ସହ ନିୟମିତ ଭାବେ ଫିଲ୍ଡ ଆସେସମେଣ୍ଟ କରାଯାଉଛି। ବରିଷ୍ଠ ଆଇଏଏସ ଅଧିକାରୀଙ୍କ ନିୟୋଜନ ଦ୍ୱାରା ତ୍ୱରିତ ନିଷ୍ପତ୍ତି, ବିଭାଗୀୟ ସମନ୍ୱୟ ଏବଂ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ଶୀଘ୍ର କାର୍ଯ୍ୟାନ୍ୱୟନ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.