ପ୍ରମୁଖ ଖବର

ଆରଟିଓ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ସହ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌
ପୋଷ୍ଟ-ଗ୍ରାଜୁଏଟ୍‌ ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା
+୨ ପରୀକ୍ଷାରେ ବଦଳିବ ନିୟମ, ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ
ମିଶ୍ରିତ ପେଟ୍ରୋଲ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍‌, ୨,୫୭୩ ପମ୍ପରେ ବନ୍ଦ ହେଲା ବିକ୍ରି
ଆଘାତ ଯୋଗୁଁ ଏସୀୟ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ନୀରଜ ଚୋପ୍ରା
ଇରାନ ଆମେରିକା ଯୁଦ୍ଧର ପ୍ରଭାବ: ପୁଣି ବଢ଼ିଲା ସିଏନଜି ଦର, ୪ ମାସରେ ୧୦ ଟଙ୍କା ମହଙ୍ଗା

ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ

0

ଭୁବନେଶ୍ବର: +୨ ପରୀକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE)। ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କୁ ମଧ୍ୟ ଇଣ୍ଟରନାଲ ପରୀକ୍ଷା ଦେବାକୁ ପଡ଼ିବ। ଏହି ନୂଆ ନିୟମ ୨୦୨୭ ମସିହାରୁ ଲାଗୁ ହେବ।

ନୂଆ ବ୍ୟବସ୍ଥା ଅନୁଯାୟୀ, ଜଣେ ପରୀକ୍ଷାର୍ଥୀ ଥରେ ଇଣ୍ଟରନାଲ ପରୀକ୍ଷା ଦେଲେ ସେଥିରେ ମିଳିଥିବା ମାର୍କ ୩ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ। ଏହି ସମୟ ମଧ୍ୟରେ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ନ ହେଲେ କିମ୍ବା କୃତକାର୍ଯ୍ୟ ହୋଇପାରିଲେ ନାହିଁ, ତେବେ ୩ ବର୍ଷ ପରେ ପୁଣିଥରେ ୨୦ ମାର୍କର ଇଣ୍ଟରନାଲ ପରୀକ୍ଷା ଦେବାକୁ ହେବ।

ତେବେ ନିର୍ଦ୍ଧାରିତ ସମୟରେ ବୈଧ କାରଣରୁ କୌଣସି ପରୀକ୍ଷାର୍ଥୀ ଇଣ୍ଟରନାଲ ପରୀକ୍ଷା ଦେଇ ନପାରିଲେ, ତାଙ୍କୁ ଥିଓରୀ ପରୀକ୍ଷା ସମୟରେ ଇଣ୍ଟରନାଲ ପରୀକ୍ଷା ଦେବାର ସୁଯୋଗ ମିଳିବ। ଏହାଦ୍ୱାରା ବିଭିନ୍ନ କାରଣରୁ ଇଣ୍ଟରନାଲ ପରୀକ୍ଷାରୁ ବଞ୍ଚିତ ହେଉଥିବା ପରୀକ୍ଷାର୍ଥୀଙ୍କୁ ସୁବିଧା ମିଳିବ।
CHSE ସିଲାବସ କମିଟି ବୈଠକରେ ଏହି ପରିବର୍ତ୍ତିତ ନିୟମକୁ ଅନୁମୋଦନ ମିଳିଥିବା ବେଳେ ୨୦୨୭ରୁ ଏହାକୁ କାର୍ଯ୍ୟକାରୀ କରାଯିବ।

Leave A Reply

Your email address will not be published.