ପ୍ରମୁଖ ଖବର

ଆରଟିଓ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ସହ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌
ପୋଷ୍ଟ-ଗ୍ରାଜୁଏଟ୍‌ ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା
+୨ ପରୀକ୍ଷାରେ ବଦଳିବ ନିୟମ, ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ
ମିଶ୍ରିତ ପେଟ୍ରୋଲ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍‌, ୨,୫୭୩ ପମ୍ପରେ ବନ୍ଦ ହେଲା ବିକ୍ରି
ଆଘାତ ଯୋଗୁଁ ଏସୀୟ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ନୀରଜ ଚୋପ୍ରା
ଇରାନ ଆମେରିକା ଯୁଦ୍ଧର ପ୍ରଭାବ: ପୁଣି ବଢ଼ିଲା ସିଏନଜି ଦର, ୪ ମାସରେ ୧୦ ଟଙ୍କା ମହଙ୍ଗା

ମିଶ୍ରିତ ପେଟ୍ରୋଲ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍‌

0

୨,୫୭୩ ପମ୍ପରେ ବନ୍ଦ ହେଲା ବିକ୍ରି
ନୂଆଦିଲ୍ଲୀ: ପେଟ୍ରୋଲରେ ମିଶ୍ରଣ ଅଭିଯୋଗକୁ ନେଇ କେନ୍ଦ୍ର ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଦେଶର ୨,୫୭୩ଟି ରିଟେଲ ଫ୍ୟୁଏଲ ଆଉଟଲେଟ୍‌ରେ ପେଟ୍ରୋଲ ବିକ୍ରି ବନ୍ଦ କରାଯାଇଛି। ଦୀର୍ଘଦିନ ଧରି ପେଟ୍ରୋଲର ଗୁଣବତ୍ତା ଖରାପ ହେବା ଏବଂ ମିଶ୍ରିତ ଇନ୍ଧନ ଯୋଗୁ ଗାଡ଼ିରେ ତ୍ରୁଟି ଦେଖାଦେଉଥିବା ନେଇ ଅଭିଯୋଗ ଆସୁଥିଲା। ଏହାପରେ ଦେଶବ୍ୟାପୀ ବ୍ୟାପକ ଯାଞ୍ଚ ଆରମ୍ଭ କରାଯାଇଛି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସହ ସରକାରୀ ତୈଳ କମ୍ପାନୀଗୁଡ଼ିକ ମିଳିତ ଭାବେ ପେଟ୍ରୋଲର ଗୁଣବତ୍ତା ଯାଞ୍ଚ କରୁଛନ୍ତି। ଏହି ଯାଞ୍ଚରେ ବିଶେଷ ଭାବେ ପେଟ୍ରୋଲ ପମ୍ପଗୁଡ଼ିକର ଭୂମିତଳ ଷ୍ଟୋରେଜ ଟାଙ୍କରେ ପାଣି ପଶୁଛି କି ନାହିଁ, ତାହା ଉପରେ ନଜର ରଖାଯାଇଛି। ପାଣି ମିଶିବା ଫଳରେ ପେଟ୍ରୋଲର ଗୁଣବତ୍ତା ନଷ୍ଟ ହେବା ସହ ଗାଡ଼ିର ଇଞ୍ଜିନ୍‌ରେ ତ୍ରୁଟି ଦେଖାଦେଇପାରେ।

ଏଭଳି ଅଭିଯୋଗ ବଢ଼ିବା ପରେ ସରକାର ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରିଛନ୍ତି। ବର୍ତ୍ତମାନ ପ୍ରାୟ ୮୯ ହଜାର ରିଟେଲ ଆଉଟଲେଟ୍‌ର ଷ୍ଟୋରେଜ ଟାଙ୍କ ଯାଞ୍ଚ କରାଯାଉଛି। ଯାଞ୍ଚ ପରେ ତିନି ପ୍ରମୁଖ ସରକାରୀ ତୈଳ କମ୍ପାନୀର ମୋଟ ୨,୫୭୩ଟି ପେଟ୍ରୋଲ ପମ୍ପରେ ପେଟ୍ରୋଲ ବିକ୍ରି ଉପରେ ରୋକ ଲଗାଯାଇଛି। ଏଥିରେ ଇଣ୍ଡିଆନ ଅଏଲ କର୍ପୋରେସନର ୧,୨୫୭ଟି, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନର ୯୧୫ଟି ଏବଂ ଭାରତ ପେଟ୍ରୋଲିୟମ କର୍ପୋରେସନର ୪୦୧ଟି ପମ୍ପ ରହିଛି।

ସରକାର ଏଥିପାଇଁ ସ୍ୱତନ୍ତ୍ର ଟେଷ୍ଟିଂ ଗାଇଡ୍‌ଲାଇନ୍‌ ମଧ୍ୟ ଜାରି କରିଛନ୍ତି। କିଛି ପମ୍ପରେ ଦିନକୁ ୮ରୁ ୧୨ ଥର ପର୍ଯ୍ୟନ୍ତ ଷ୍ଟୋରେଜ ଟାଙ୍କର ଯାଞ୍ଚ କରାଯାଉଛି। ଏହା ସହ ଟାଙ୍କର ନିରୀକ୍ଷଣ ବ୍ୟବସ୍ଥା ଓ ଅନ୍ୟାନ୍ୟ ଯନ୍ତ୍ରପାତିକୁ ମଧ୍ୟ ଯାଞ୍ଚ କରାଯାଉଛି। ଯେଉଁ ପମ୍ପଗୁଡ଼ିକରେ ତ୍ରୁଟି ଚିହ୍ନଟ ହେଉଛି, ସେଠାରେ ତୁରନ୍ତ ମରାମତି କରାଯାଉଛି। ଆବଶ୍ୟକ ସ୍ଥଳେ ପୁରୁଣା ସିଷ୍ଟମ ବଦଳାଇ ନୂଆ ବ୍ୟବସ୍ଥା ଲଗାଯାଉଛି। ଇନ୍ଧନର ଗୁଣବତ୍ତା ସୁନିଶ୍ଚିତ କରି ଗ୍ରାହକଙ୍କୁ ମିଶ୍ରଣମୁକ୍ତ ପେଟ୍ରୋଲ ଯୋଗାଇବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି।

Leave A Reply

Your email address will not be published.