ପ୍ରମୁଖ ଖବର

ଶିଶୁ ଫର୍ମୁଲା ଫୁଡ୍‌କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍‌ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍‌ଟି ସୁପରିନଟେଣ୍ଡଣ୍ଟ

ପୋଷ୍ଟ-ଗ୍ରାଜୁଏଟ୍‌ ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା

0

ଭୁବନେଶ୍ବର: ଓଡ଼ିଶା ମେଡିକାଲ ସର୍ଭିସେସ୍‌ (ଡେଣ୍ଟାଲ) କ୍ୟାଡରରେ କାର୍ଯ୍ୟରତ ଦନ୍ତ ଚିକିତ୍ସକଙ୍କ ପାଇଁ ବଡ଼ ପ୍ରୋତ୍ସାହନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏନଏମସି ସ୍ୱୀକୃତ ମେଡିକାଲ କଲେଜରୁ ପୋଷ୍ଟ-ଗ୍ରାଜୁଏସନ୍‌ ଯୋଗ୍ୟତା ହାସଲ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ସରକାରୀ ସେବା ଯୋଗାଉଥିବା ଦନ୍ତ ଚିକିତ୍ସକଙ୍କୁ ପ୍ରତିମାସ ୨୦ ହଜାର ଟଙ୍କା ପ୍ରୋତ୍ସାହନ ମିଳିବ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନୋଟିଫିକେସନ୍‌ ଅନୁଯାୟୀ, ଏହି ସୁବିଧା ୨୯ ଅଗଷ୍ଟ ୨୦୨୬ରୁ ଲାଗୁ ହେବ। ଏହାଦ୍ୱାରା ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଅଧିକ ପୋଷ୍ଟ-ଗ୍ରାଜୁଏଟ୍‌ ଯୋଗ୍ୟତାପ୍ରାପ୍ତ ଦନ୍ତ ଚିକିତ୍ସକଙ୍କୁ ଯୋଡ଼ିବା ସହ ବିଶେଷଜ୍ଞ ଦନ୍ତ ଚିକିତ୍ସା ସେବାକୁ ମଜବୁତ କରିବା ଲକ୍ଷ୍ୟ ରହିଛି।

ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ପୋଷ୍ଟ-ଗ୍ରାଜୁଏଟ୍‌ ଯୋଗ୍ୟତାପ୍ରାପ୍ତ ଦନ୍ତ ଚିକିତ୍ସକଙ୍କୁ ସରକାରୀ ସେବାରେ ଉତ୍ସାହିତ କରିବା ସହ ରାଜ୍ୟର ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ବିଶେଷଜ୍ଞ ଦନ୍ତ ଚିକିତ୍ସା ସେବାକୁ ସୁଦୃଢ଼ କରିବା ଦିଗରେ ଏହି ପଦକ୍ଷେପ ସହାୟକ ହେବ।ଅର୍ଥ ବିଭାଗର ସମ୍ମତି ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସମ୍ପର୍କିତ ନୋଟିଫିକେସନ୍‌ ଜାରି କରାଯାଇଛି।

Leave A Reply

Your email address will not be published.