ପ୍ରମୁଖ ଖବର

ତୃତୀୟ ଥର ପାଇଁ ଟାଟା ଚେୟାରମ୍ୟାନ ହେଲେ ଏନ.ଚନ୍ଦ୍ରଶେଖରନ୍‌
ଭାରତୀୟ ବାୟୁସେନାକୁ ତେଜସ୍‌ ଓ ଏଚ୍‌ଟିଟି-୪୦ ହସ୍ତାନ୍ତର କରିବ ଏଚ୍‌ଏଏଲ୍‌
ଦକ୍ଷତା ବିକାଶରେ ଓଡ଼ିଶା ମଡେଲକୁ ନୀତି ଆୟୋଗର ସ୍ୱୀକୃତି
ଭୁବନେଶ୍ୱର ଡିସିପି ପଦରୁ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ
ଗ୍ଲୋବାଲ ସେମିକଣ୍ଡକ୍ଟର ହବ୍‌ ଦିଗରେ ଭାରତ, ‘ସେମିକନ୍ ଇଣ୍ଡିଆ ୨୦୨୬’ ଉଦ୍‌ଘାଟନ କଲେ ମୋଦି

ଇପିଏଫ୍‌ଓରେ ବଡ଼ ପରିବର୍ତ୍ତନ: ଦରମା ସୀମା ୨୫ ହଜାର

0

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)କୁ ନେଇ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ଇପିଏଫ୍‌ଓରେ ବାଧ୍ୟତାମୂଳକ ସାମିଲ ପାଇଁ ମାସିକ ଦରମା ସୀମାକୁ ୧୫ ହଜାର ଟଙ୍କାରୁ ବଢ଼ାଇ ୨୫ ହଜାର ଟଙ୍କା କରିବା ପ୍ରସ୍ତାବକୁ ଅନୁମୋଦନ ଦେଇଛି। ଏହାଦ୍ୱାରା ପ୍ରାୟ ୫୧ ଲକ୍ଷ କର୍ମଚାରୀ ଉପକୃତ ହେବେ।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୨୦୧୪ରେ ଧାର୍ଯ୍ୟ ହୋଇଥିବା ୧୫ ହଜାର ଟଙ୍କା ଦରମା ସୀମାକୁ ଏବେ ୨୫ ହଜାର ଟଙ୍କା କରାଯାଇଛି। ଏହି ନିଷ୍ପତ୍ତି ଅଧୀନରେ ୧୫ରୁ ୨୫ ହଜାର ଟଙ୍କା ମଧ୍ୟରେ ଦରମା ପାଉଥିବା କର୍ମଚାରୀମାନେ ଇପିଏଫ୍‌ଓର ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହେବେ। ନୂଆ ବ୍ୟବସ୍ଥାରେ କର୍ମଚାରୀମାନେ ଇପିଏଫ୍‌ ସଞ୍ଚୟ, କର୍ମଚାରୀ ପେନସନ ଯୋଜନା (ଇପିଏସ୍‌) ଏବଂ ଜମା-ସଂଯୁକ୍ତ ବୀମା ଯୋଜନା (ଇଡିଏଲ୍‌ଆଇ)ର ସୁବିଧା ପାଇପାରିବେ। ଫଳରେ ଅବସର ପରେ ପେନସନ ସୁରକ୍ଷା ସହ ଜୀବନ ବୀମା କଭର ମଧ୍ୟ ମିଳିବ।

ଏହି ନିଷ୍ପତ୍ତି ପାଇଁ କେନ୍ଦ୍ର ସରକାରଙ୍କ ବାର୍ଷିକ ଖର୍ଚ୍ଚ ପ୍ରାୟ ୧୧,୩୩୯ କୋଟି ଟଙ୍କା ହେବ। ୫ ବର୍ଷରେ ଏହି ଖର୍ଚ୍ଚ ପ୍ରାୟ ୫୬,୬୯୬ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଜୁନ୍‌ ୧୬, ୨୦୨୬ରେ ବ୍ୟୟ ଅର୍ଥ କମିଟିର ବୈଠକରେ ଏହି ପ୍ରସ୍ତାବକୁ ସୁପାରିଶ କରାଯାଇଥିଲା।

Leave A Reply

Your email address will not be published.