ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ

0

ନୂଆଦିଲ୍ଲୀ:ଯମୁନା ଏକ୍ସପ୍ରେସ୍‌ୱେରେ ଭୟଙ୍କର ବସ୍‌ ଦୁର୍ଘଟଣା। ୩୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ସ୍ଲିପର ବସ୍‌ରେ ହଠାତ୍ ନିଆଁ ଲାଗିଯିବାରୁ ୯ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି। ବିହାର ନମ୍ବର ଥିବା ଏହି ବସ୍‌ଟି ଗ୍ରେଟର ନୋଏଡାରୁ ଆଗ୍ରା ଅଭିମୁଖେ ଯାଉଥିବା ବେଳେ ଦୟାନତପୁର ଗାଁ ନିକଟରେ ଏହି ଅଘଟଣ ଘଟିଛି। ସୂଚନା ଅନୁଯାୟୀ, ବସ୍‌ରୁ ପ୍ରଥମେ ଧୂଆଁ ବାହାରିବା ପରେ ଡ୍ରାଇଭର ରାସ୍ତାକଡ଼ରେ ବସ୍‌କୁ ଅଟକାଇଥିଲେ। ତେବେ କିଛି ମୁହୂର୍ତ୍ତ ମଧ୍ୟରେ ନିଆଁ ସମଗ୍ର ବସ୍‌କୁ ଘେରି ଯାଇଥିଲା। ଯାତ୍ରୀମାନେ ଭୟଭୀତ ହୋଇ ବସ୍‌ରୁ ଡେଇଁ ପଡ଼ିଥିଲେ। ଆହତମାନଙ୍କୁ କୈଳାସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଘଣ୍ଟାଏର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ। ଦୁର୍ଘଟଣା ଯୋଗୁଁ ଯମୁନା ଏକ୍ସପ୍ରେସ୍‌ୱେର ଜେୱାର ଟୋଲ୍‌ ଓ ଫଲାଇଦା କ୍ରସିଂ ନିକଟରେ ଯାତାୟାତ ପ୍ରଭାବିତ ହୋଇଥିଲା।

ଏହି ଘଟଣାରେ ଯାତ୍ରୀ ସୁନୀଲ କୁମାରଙ୍କ ଅଭିଯୋଗ ଆଧାରରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ଏଫ୍‌ଆଇଆର୍‌ ଅନୁଯାୟୀ, ନିଆଁ ଲାଗିବା ପୂର୍ବରୁ ଡ୍ରାଇଭର କ୍ୟାବିନ୍‌ରୁ ପୋଡ଼ା ଗନ୍ଧ ବାହାରୁଥିଲା। ଯାତ୍ରୀମାନେ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ସତର୍କ କରିଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ଡ୍ରାଇଭର ଓ କଣ୍ଡକ୍ଟର ବିଡ଼ି-ସିଗାରେଟ୍‌ ଟାଣୁଥିବା ମଧ୍ୟ ଏଫ୍‌ଆଇଆର୍‌ରେ ଉଲ୍ଲେଖ ରହିଛି। ଘଟଣାର ତଦନ୍ତ ଜାରି ରହିଛି।

Leave A Reply

Your email address will not be published.