ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭

0

ନ୍ୟୁଜ୍ ବ୍ୟୁରୋ: ୨୦୨୬ ଏସିଆନ୍ ଗେମ୍ସରେ ଗୁରୁବାର ଭାରତ ପାଇଁ ପଦକ ଦୃଷ୍ଟିରୁ ଉଲ୍ଲେଖନୀୟ ଦିନ ରହିଛି। ବିଭିନ୍ନ ଇଭେଣ୍ଟରେ ଭାରତୀୟ ଖେଳାଳିମାନେ ୫ଟି ପଦକ ଜିତିଛନ୍ତି। ଏଥିସହ ଭାରତର ମୋଟ ପଦକ ସଂଖ୍ୟା ୧୭ରେ ପହଞ୍ଚିଛି। ଏଥିରେ ୧ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ ରହିଛି। ଉସୁରୁ ଭାରତକୁ ଗୋଟିଏ ରୌପ୍ୟ ପଦକ ମିଳିଛି। ମହିଳା ୬୦ କିଲୋଗ୍ରାମ ବର୍ଗରେ ଏନ୍‌. ରୋସିବିନା ଦେବୀ ଏହି ସଫଳତା ହାସଲ କରିଛନ୍ତି। ଆଥଲେଟିକ୍ସରେ ମଧ୍ୟ ଭାରତୀୟ ଖେଳାଳିମାନେ ପଦକ ଜିତିଛନ୍ତି। ୪x୪୦୦ ମିଟର ରିଲେରେ ସୀମା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସନାତନ ସିଂହ ଓ ସଲମାନ ଖାନ୍ ସ୍କୁଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ସୁଟିଂରେ ସ୍କେଟ୍‌ ସୁଟିଂ ମିକ୍ସଡ୍‌ ଇଭେଣ୍ଟରେ ଅନନ୍ତଜିତ ସିଂହ ନରୁକା ଓ ପରିନାଜ ଦିଲୱାଲିଆ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ରୋଇଂରେ ମଧ୍ୟ ଭାରତକୁ ଗୋଟିଏ ପଦକ ମିଳିଛି।

ତେବେ କିଛି ଇଭେଣ୍ଟରେ ଭାରତୀୟ ଖେଳାଳି ପଦକରୁ ବଞ୍ଚିତ ହୋଇଛନ୍ତି। ପୁରୁଷ ୧୦ ମିଟର ଏୟାର ପିସ୍ତଲ ଟିମ୍‌ ଇଭେଣ୍ଟରେ କମଲଜିତ, କେ. ବାଲକ୍ରିଷ୍ଣା ଓ ଆକାଶ ଭରଦ୍ୱାଜ ଚତୁର୍ଥ ସ୍ଥାନରେ ରହି ପଦକ ହାତଛଡ଼ା କରିଛନ୍ତି।

Leave A Reply

Your email address will not be published.