ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ

0

ନ୍ୟୁଜ୍ ବ୍ୟୁରୋ: ୨୦୨୬ ଏସିଆନ୍ ଗେମ୍ସରେ ସୁଟିଂରୁ ଭାରତକୁ ମିଳିଛି ଆଉ ଏକ ସ୍ୱର୍ଣ୍ଣ ପଦକ। ମହିଳା ବ୍ୟକ୍ତିଗତ ଟ୍ରାପ୍‌ ସୁଟିଂରେ ନୀରୁ ଧଣ୍ଡା ୩୦ରୁ ୨୮ଟି ନିଶାନା ଭେଦି ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଏଥିସହ ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିବାରେ ସେ ପ୍ରଥମ ଭାରତୀୟ ମହିଳା ସୁଟର୍‌ ହୋଇଛନ୍ତି। ଚୀନ୍‌ର ସୁନ୍ ୟୁନଙ୍ଗ୍‌ ୨୬ଟି ସଫଳ ନିଶାନା ସହ ରୌପ୍ୟ ପଦକ ଜିତିଥିବା ବେଳେ କୁଏତର ହାଜର ଅବ୍ଦୁଲମାଲିକ୍ ୨୧ ସ୍କୋର ସହ ବ୍ରୋଞ୍ଜ ପଦକ ପାଇଛନ୍ତି। ନୀରୁଙ୍କ ୨୮ ସ୍କୋର ସହ ଏସିଆନ୍ ରେକର୍ଡ ମଧ୍ୟ ଭାଙ୍ଗିଛି। ପୂର୍ବରୁ ଏହି ଇଭେଣ୍ଟର ରେକର୍ଡ ୨୪ ଥିଲା। ଏହି ସଫଳତା ଭାରତର ମହିଳା ଟ୍ରାପ୍‌ ସୁଟିଂରେ ପ୍ରଥମ ଏସିଆନ୍ ଗେମ୍ସ ପଦକ ମଧ୍ୟ ହୋଇଛି।

ତେବେ ଏସିଆନ୍ ଗେମ୍ସର ବ୍ୟକ୍ତିଗତ ଟ୍ରାପ୍‌ରେ ଭାରତର ଏହା ଦ୍ୱିତୀୟ ସ୍ୱର୍ଣ୍ଣ; ୧୯୭୮ରେ ରଣଧୀର ସିଂହ ପୁରୁଷ ଟ୍ରାପ୍‌ରେ ସ୍ୱର୍ଣ୍ଣ ଜିତିଥିଲେ। ଚଳିତ ଏସିଆଡ୍‌ରେ ନୀରୁଙ୍କ ଏହା ଦ୍ୱିତୀୟ ପଦକ। ଏହା ପୂର୍ବରୁ ନୀରୁ, ଆଶିମା ଅହଲାୱତ ଓ ମନୀଷା କୀରଙ୍କ ଭାରତୀୟ ଦଳ ମହିଳା ଟ୍ରାପ୍‌ ଟିମ୍‌ ଇଭେଣ୍ଟରେ ରୌପ୍ୟ ଜିତିଥିଲା। ନୀରୁଙ୍କ ସ୍ୱର୍ଣ୍ଣ ସହ ୨୦୨୬ ଏସିଆନ୍ ଗେମ୍ସରେ ଭାରତର ସ୍ୱର୍ଣ୍ଣ ସଂଖ୍ୟା ୫ରେ ପହଞ୍ଚିଛି। ମଙ୍ଗଳବାର ଅପଡେଟ୍‌ ଅନୁସାରେ ଭାରତର ମୋଟ ପଦକ ସଂଖ୍ୟା ୪୭ ଥିଲା—୫ ସ୍ୱର୍ଣ୍ଣ, ୨୧ ରୌପ୍ୟ ଓ ୨୧ ବ୍ରୋଞ୍ଜ।

Leave A Reply

Your email address will not be published.