ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଏସୀୟ କ୍ରୀଡ଼ାରେ ଅମନଙ୍କ ସ୍ୱର୍ଣ୍ଣିମ ସଫଳତା

0

ନ୍ୟୁଜ୍ ବ୍ୟୁରୋ: ଜାପାନରେ ଚାଲିଥିବା ୨୦୨୬ ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି କୁସ୍ତିଯୋଦ୍ଧା ଅମନ ସେହରାୱତ। ପୁରୁଷ ୫୭ କିଲୋଗ୍ରାମ ବର୍ଗର ଫାଇନାଲରେ ସେ ଉତ୍ତର କୋରିଆର ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧା ଚୋଙ୍ଗ ସଙ୍ଗଙ୍କୁ ୧୧-୭ ପଏଣ୍ଟରେ ପରାସ୍ତ କରି ସ୍ୱର୍ଣ୍ଣ ହାସଲ କରିଛନ୍ତି। ମୁକାବିଲା ଆରମ୍ଭରୁ ଅମନ ୨-୦ରେ ଆଗୁଆ ରହିଥିଲେ। ପ୍ରଥମ ତିନି ମିନିଟ ପରେ ମଧ୍ୟ ସେ ଅଗ୍ରଣୀ ଥିଲେ। ତେବେ ଦ୍ୱିତୀୟ ରାଉଣ୍ଡରେ ଚୋଙ୍ଗ ସଙ୍ଗ ଜୋରଦାର ପ୍ରତ୍ୟାବର୍ତ୍ତନ କରି ଅମନଙ୍କ ଉପରେ ଚାପ ବଢ଼ାଇଥିଲେ। ମୁକାବିଲା ଶେଷ ହେବାକୁ ମାତ୍ର ଗୋଟିଏ ମିନିଟ ବାକି ଥିବାବେଳେ ଚୋଙ୍ଗ ସଙ୍ଗ ୭-୬ରେ ଆଗୁଆ ଥିଲେ।

ତେବେ ଶେଷ ମିନିଟରେ ଅମନ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ଚୋଙ୍ଗ ସଙ୍ଗଙ୍କ ଟେକଡାଉନ୍ ପ୍ରୟାସକୁ ପ୍ରତିହତ କରି ଅମନ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହାସଲ କରିଥିଲେ। ଉତ୍ତର କୋରିଆ ଦଳ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ ମଧ୍ୟ ତାହା ଅମନଙ୍କ ସପକ୍ଷରେ ଯାଇଥିଲା। ଶେଷରେ ୧୧-୭ରେ ବିଜୟୀ ହୋଇ ଅମନ ସ୍ୱର୍ଣ୍ଣ ପଦକ ନିଶ୍ଚିତ କରିଥିଲେ। ଏହା ଏସୀୟ କ୍ରୀଡ଼ାରେ ଅମନଙ୍କ ପ୍ରଥମ ସ୍ୱର୍ଣ୍ଣ। ଏହି ସଫଳତା ସହ ଏସୀୟ କ୍ରୀଡ଼ାରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୨୦ରେ ପହଞ୍ଚିଛି। ଭାରତ ଏପର୍ଯ୍ୟନ୍ତ ୨୦ ସ୍ୱର୍ଣ୍ଣ, ୨୬ ରୌପ୍ୟ ଓ ୩୬ ବ୍ରୋଞ୍ଜ ସହ ମୋଟ ୮୨ଟି ପଦକ ଜିତି ପଦକ ତାଲିକାର ପଞ୍ଚମ ସ୍ଥାନରେ ରହିଛି।

Leave A Reply

Your email address will not be published.