ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ପାଲି ଭାଷା ଅଧ୍ୟୟନ ପାଇଁ ଓଡ଼ିଶାରେ ହେବ ସ୍ୱତନ୍ତ୍ର କେନ୍ଦ୍ର

0

ଭୁବନେଶ୍ବର: ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ କୋରାପୁଟ ଜିଲା ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା (ସିୟୁଓ)ରେ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ ଏନେଇ ଅନୁମୋଦନ ଦେଇଛି।
ଅକ୍ଟୋବର ୧, ୨୦୨୬ରେ ଜାରି ଅଫିସ ମେମୋରାଣ୍ଡମ ଅନୁଯାୟୀ, ଦେଶରେ ୫ଟି ଶାସ୍ତ୍ରୀୟ ଭାଷା ପାଇଁ ଏଭଳି କେନ୍ଦ୍ର ପ୍ରତିଷ୍ଠା କରାଯିବ। ଆସାମୀୟ ପାଇଁ ତେଜପୁର ବିଶ୍ୱବିଦ୍ୟାଳୟ, ବଙ୍ଗଳା ପାଇଁ ବିଶ୍ୱଭାରତୀ, ମରାଠୀ ପାଇଁ ଡେକାନ କଲେଜ, ପାଲି ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ଏବଂ ପ୍ରାକୃତ ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଜରାଟକୁ ଚୟନ କରାଯାଇଛି।

ପ୍ରସ୍ତାବିତ କେନ୍ଦ୍ରରେ ପାଲି ଭାଷା ଓ ସାହିତ୍ୟର ଗବେଷଣା ସହ ଐତିହାସିକ ଦସ୍ତାବିଜର ଡିଜିଟାଇଜେସନ, ସଂରକ୍ଷଣ ଓ ପ୍ରସାର ଉପରେ ଗୁରୁତ୍ୱ ଦିଆଯିବ। ପାଲି ସମ୍ପର୍କିତ ଉଚ୍ଚମାନର ଗବେଷଣା ପାଇଁ ଏହି କେନ୍ଦ୍ର ଏକ ପ୍ରମୁଖ ଶିକ୍ଷା ଓ ଗବେଷଣା ମଞ୍ଚ ଭାବେ କାର୍ଯ୍ୟ କରିବ। ସିୟୁଓରେ ଏହି କେନ୍ଦ୍ର ପ୍ରତିଷ୍ଠା ହେବ। ଓଡ଼ିଶାର ଉଚ୍ଚଶିକ୍ଷା ଓ ଭାଷା ଗବେଷଣା କ୍ଷେତ୍ରକୁ ନୂଆ ଦିଗ ଦେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.