ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

0

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ସରକାରରେ ବଡ଼ ଦାୟିତ୍ୱ ପାଇଛନ୍ତି ବରିଷ୍ଠ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ। ତାଙ୍କୁ ରାଜ୍ୟର ସୂଚନା ଓ ସାଂସ୍କୃତିକ ବ୍ୟାପାର ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ କରାଯିବା ସହ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କ ପ୍ରଶାସନିକ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ବିଜ୍ଞପ୍ତି ଅନୁସାରେ ନିଯୁକ୍ତି ତୁରନ୍ତ ପ୍ରଭାବରୁ ଲାଗୁ ହୋଇଛି ଏବଂ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ମିଥୁନ ଏହି ଦାୟିତ୍ୱରେ ରହିବେ। ପଶ୍ଚିମବଙ୍ଗର ସୂଚନା ଓ ସାଂସ୍କୃତିକ ବ୍ୟାପାର ବିଭାଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧୀନରେ ରହିଛି। ବଙ୍ଗୀୟ ଚଳଚ୍ଚିତ୍ର ଜଗତରେ ମିଥୁନଙ୍କ ଦୀର୍ଘ ଅବଦାନ ଏବଂ ରାଜ୍ୟର ସିନେମା ଓ ସାଂସ୍କୃତିକ କ୍ଷେତ୍ର ସହ ତାଙ୍କର ଗଭୀର ସମ୍ପର୍କକୁ ଦୃଷ୍ଟିରେ ରଖି ଏହି ଦାୟିତ୍ୱ ଦିଆଯାଇଥିବା କୁହାଯାଉଛି। ଉତ୍ତମ କୁମାରଙ୍କ ଜନ୍ମଶତବାର୍ଷିକୀ ସମ୍ପର୍କିତ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସାଂସ୍କୃତିକ ପରାମର୍ଶଦାତା କରାଯିବା ନେଇ ଘୋଷଣା କରିଥିଲେ।

ପ୍ରାୟ ପାଞ୍ଚ ଦଶନ୍ଧି ଧରି ଅଭିନୟ କରିଆସୁଥିବା ମିଥୁନ ବଙ୍ଗଳା ଓ ହିନ୍ଦୀ ସିନେମାର ଜଣେ ପରିଚିତ ଚେହେରା। ୨୦୨୧ରେ ସେ ବିଜେପିରେ ଯୋଗଦେଇଥିଲେ ଏବଂ ପଶ୍ଚିମବଙ୍ଗରେ ଦଳର ପ୍ରଚାରରେ ସକ୍ରିୟ ଭୂମିକା ନେଇଆସିଛନ୍ତି।

Leave A Reply

Your email address will not be published.