ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଦିଲ୍ଲୀରେ ପୁଣି ଭୁଷୁଡ଼ିଲା ୫ ମହଲା କୋଠା

0

ନୂଆଦିଲ୍ଲୀ; ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ବୁଧବାର ଏକ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଇଦଗାହ ମାଛ ମାର୍କେଟ ନିକଟରେ ଥିବା ଏହି କୋଠାଟି ଭୁଶୁଡ଼ିବା ନେଇ ଅପରାହ୍ନ ୩ଟା ୧୫ରେ ଅଗ୍ନିଶମ ବିଭାଗକୁ ସୂଚନା ମିଳିଥିଲା। ଖବର ପାଇ ଦିଲ୍ଲୀ ଅଗ୍ନିଶମ ବିଭାଗର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଧ୍ୱଂସାବଶେଷ ହଟାଇବା ସହ ଉଦ୍ଧାର କାର୍ଯ୍ୟ ଚଳାଇଛି। ପୁଲିସ ମଧ୍ୟ ଘଟଣାସ୍ଥଳରେ ମୁତୟନ ରହିଛି। କୋଠା ତଳେ କିଛି ଲୋକ ଫସିଥିବା ଆଶଙ୍କା କରାଯାଉଛି। ସ୍ଥାନୀୟ ଲୋକେ ଦୁଇ ଜଣ ଶିଶୁଙ୍କୁ ଉଦ୍ଧାର କରିଥିବା ବେଳେ ସେମାନଙ୍କୁ ରାଜୀବ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାରେ ମୃତାହତଙ୍କ ସଂଖ୍ୟା ନେଇ ଏପର୍ଯ୍ୟନ୍ତ ସରକାରୀ ଭାବେ ସ୍ପଷ୍ଟ ସୂଚନା ମିଳିନାହିଁ।

ସୂଚନା ଅନୁଯାୟୀ, ଗଳି ଭିତରେ ଥିବା ଏହି କୋଠାଟି ଗତବର୍ଷ ନିର୍ମାଣ ହୋଇଥିଲା। ଗ୍ରାଉଣ୍ଡ ଫ୍ଲୋରରେ ଦୋକାନ ଥିବା ବେଳେ ଉପର ମହଲାଗୁଡ଼ିକରେ ଏକାଧିକ ପରିବାର ରହୁଥିଲେ। କୋଠା ମାଲିକ ଓ ତାଙ୍କ ପରିବାର ମଧ୍ୟ ସେଠାରେ ରହୁଥିବାରୁ ସେମାନେ ଧ୍ୱଂସାବଶେଷ ତଳେ ଫସିଥିବା ଆଶଙ୍କା ରହିଛି। ମୁଖ୍ୟ ଅଗ୍ନିଶମ ଅଧିକାରୀ ଏ.କେ. ମଲିକ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ସେପ୍ଟେମ୍ବର ୬ରେ ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ସତ୍ୟ ନିକେତନ ନିକଟରେ ଏକ ୫ ମହଲା ପିଜି କୋଠା ଭୁଶୁଡ଼ି ୨ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.