ନ୍ୟୁଜ ବ୍ୟୁରୋ: ଟାଇଗର ଶ୍ରଫ୍ଙ୍କ କାର୍କୁ ଗୁଳିମାଡ଼ ଘଟଣାରେ ତଦନ୍ତକୁ ଜୋରଦାର କରିଛି ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍। ଏହି ମାମଲାରେ ଆଉ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ଏଥିସହ ହରିୟାଣାର ସୋନିପତର ଜଣେ ଏକାଦଶ ଶ୍ରେଣୀ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି। ଗିରଫ ଅଭିଯୁକ୍ତମାନେ ଅମୃତସରରୁ ମୁମ୍ବାଇକୁ ପିସ୍ତଲ ଓ ଗୁଳି ନେବାରେ ସହଯୋଗ କରିଥିବା ସନ୍ଦେହ କରାଯାଉଛି। ଏହି ଅସ୍ତ୍ରଶସ୍ତ୍ର ପରିବହନରେ ଦୁଇ ମହିଳାଙ୍କ ଭୂମିକା ଥିବା ତଦନ୍ତକାରୀ ଅଧିକାରୀ ଯାଞ୍ଚ କରୁଛନ୍ତି।
ଏହି ଘଟଣା ପଛରେ ଆମେରିକାରେ ରହୁଥିବା ଅନିଲ ପଣ୍ଡିତଙ୍କ ନିର୍ଦ୍ଦେଶ ଥିବା ପୁଲିସ ସନ୍ଦେହ କରୁଛି। ସେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ଜଡ଼ିତ ଥିବା ଅଭିଯୋଗ ରହିଛି। ଅନ୍ୟପଟେ, ଅଟକ ଛାତ୍ରଙ୍କ ପରିବାର ତାଙ୍କୁ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି। ସେ କିଡ୍ନି ରୋଗରେ ପୀଡ଼ିତ ଥିବା ମଧ୍ୟ ପରିବାର ପକ୍ଷରୁ କୁହାଯାଇଛି। ଘଟଣାରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ପୁଲିସର ତଦନ୍ତ ଜାରି ରହିଛି।