ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ

0

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନଲାଇନ୍ ପରୀକ୍ଷାରେ ପାସ୍ ହେବା ନିୟମ କଡ଼ାକଡ଼ି କରିବାକୁ ଯୋଜନା କରୁଛି କେନ୍ଦ୍ର ସରକାର। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ସର୍ବନିମ୍ନ ନମ୍ବର ୬୦ ପ୍ରତିଶତରୁ ବଢ଼ାଇ ୭୫ ପ୍ରତିଶତ କରିବାକୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି। ଏନେଇ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀରେ ସଂଶୋଧନ ପାଇଁ ଖସଡ଼ା ପ୍ରକାଶ ପାଇଛି। ଏହି ପ୍ରସ୍ତାବ ଏଯାଏଁ ଚୂଡ଼ାନ୍ତ ହୋଇନାହିଁ।

ପ୍ରସ୍ତାବ ଅନୁଯାୟୀ, ଅନଲାଇନ୍‌ରେ ପ୍ରାୟ ୩୦ ମିନିଟ୍‌ର ‘ସୁରକ୍ଷିତ ଡ୍ରାଇଭିଂ’ ପାଠ୍ୟକ୍ରମ କରାଯିବ। ଆଧାର ଯାଞ୍ଚ ହୋଇଥିବା ଅନଲାଇନ୍ ପ୍ଲାଟଫର୍ମରେ ଲାଇସେନ୍ସ ସମ୍ବନ୍ଧୀୟ କିଛି ସେବା ନେଲେ ଶୁଳ୍କ ଛାଡ଼ କରିବାକୁ ମଧ୍ୟ ପ୍ରସ୍ତାବ ରହିଛି। ଏହାସହ ଲାଇସେନ୍ସରେ ନାମ କିମ୍ବା ଠିକଣା ପରିବର୍ତ୍ତନ ପାଇଁ ଶୁଳ୍କ ଉଚ୍ଛେଦ କରିବା ଏବଂ ତଥ୍ୟ ସଂଶୋଧନ ଆବେଦନ ଉପରେ ୧୫ ଦିନ ମଧ୍ୟରେ ନିଷ୍ପତ୍ତି ନେବାକୁ ପ୍ରସ୍ତାବ ଦିଆଯାଇଛି। ଆବେଦନ ଖାରଜ ହେଲେ ଏହାର କାରଣ ମଧ୍ୟ ଜଣାଇବାକୁ ହେବ। ଆଧାର, ପାସପୋର୍ଟ, ଭୋଟର ପରିଚୟପତ୍ର, ଇ-ରାସନ କାର୍ଡ ଓ ଜନ୍ମ ପ୍ରମାଣପତ୍ରକୁ ପରିଚୟ, ବୟସ ଓ ଠିକଣାର ପ୍ରମାଣ ଭାବେ ଗ୍ରହଣ କରିବା ସହ ନୂଆ ଓ ନବୀକରଣ ହୋଇଥିବା ଲାଇସେନ୍ସକୁ ଲାମିନେଟେଡ୍‌ କିମ୍ବା ପିଭିସି କାର୍ଡ ଆକାରରେ ପ୍ରଦାନ କରିବାକୁ ମଧ୍ୟ ଖସଡ଼ାରେ ଉଲ୍ଲେଖ ରହିଛି। ଏହି ପ୍ରସ୍ତାବ ଉପରେ ଆପତ୍ତି ଓ ପରାମର୍ଶ ଦାଖଲ ପାଇଁ ମନ୍ତ୍ରଣାଳୟ ୩୦ ଦିନ ସମୟ ଦେଇଛି।

Leave A Reply

Your email address will not be published.