ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ‘ସେବା ଦିବସ’ ପାଳିତ

0

ଭୁବନେଶ୍ୱର, ୨୨ ଅକ୍ଟୋବର ୨୦୨୬: ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ଜନ୍ମଦିନ ଅବସରରେ ଫାଉଣ୍ଡେସନ ପକ୍ଷରୁ ‘ସେବା ଦିବସ’ ପାଳନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ସାମାଜିକ ଏନଂ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଉତ୍ସବ ସମୁଦାୟର ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଆନନ୍ଦ ଓ ଏକତାର ଭାବନା ସୃଷ୍ଟି କରିଥିଲା। ବୃଦ୍ଧାଶ୍ରମରେ ବରିଷ୍ଠ ନାଗରିକମାନେ ଭଜନ ଗାନ କରିବା ସହ ଅଧ୍ୟକ୍ଷାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ସେହିପରି, ଶିଶୁ ଯତ୍ନ ଅନୁଷ୍ଠାନର ପିଲାମାନେ ଝୋଟି ପକାଇବା, ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିବା ସହ ଅଧ୍ୟକ୍ଷାଙ୍କ ସୁସ୍ଥତା ଓ ଦୀର୍ଘାୟୁ କାମନା କରି ପ୍ରାର୍ଥନା କରିଥିଲେ। ଫାଉଣ୍ଡେସନର ନିରନ୍ତର ସହଯୋଗ ଏବଂ ଏହାର ସଦସ୍ୟମାନେ ସେମାନଙ୍କ ସହିତ ବିତାଇଥିବା ସମୟ ପାଇଁ ଅନ୍ତେବାସୀମାନେ କୃତଜ୍ଞତା ପ୍ରକାଶ କରିଥିଲେ।

ସ୍ୱାସ୍ଥ୍ୟ ଓ କଲ୍ୟାଣମୂଳକ ପଦକ୍ଷେପ ଅନ୍ତର୍ଗତ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ଆୟୁର୍ବେଦ ଓ ବାର୍ଦ୍ଧକ୍ୟଜନିତ ସ୍ୱାସ୍ଥ୍ୟ ଶିବିର, ଫିଜିଓଥେରାପି ସେବା ଏବଂ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା। ଏଥିସହ ଶୁଖିଲା ରାସନ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। କିଶୋରୀମାନଙ୍କ ପାଇଁ ଋତୁସ୍ରାବ ସମୟର ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କିତ ସଚେତନତା ଅଧିବେଶନ ଆୟୋଜନ କରାଯିବା ସହ ସାନିଟାରି ନାପକିନ୍ ବଣ୍ଟନ କରାଯାଇଥିଲା। ଶିଶୁ ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ମଧ୍ୟାହ୍ନ ଭୋଜନ ଏବଂ ଗରମ ରନ୍ଧା ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଥିଲା।

ଗ୍ରାମାଞ୍ଚଳରେ ମହିଳା ଗୋଷ୍ଠୀ ଓ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ପ୍ରାର୍ଥନା, ଭଜନ-କୀର୍ତ୍ତନ ଓ ସାମୂହିକ ଉତ୍ସବରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ଜୀବିକାର ଉନ୍ନତି ପାଇଁ ଫାଉଣ୍ଡେସନ ପକ୍ଷରୁ ମିଳୁଥିବା ସହଯୋଗ ନିମନ୍ତେ ସେମାନେ ଆନ୍ତରିକ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ସମସ୍ତଙ୍କୁ ଫଳ ପ୍ୟାକେଟ୍ ଓ ଜଳଖିଆ ବଣ୍ଟନ କରାଯାଇଥିଲା।

ତୃଣମୂଳ ସ୍ତରର କ୍ରୀଡ଼ା ପ୍ରତିଭାଙ୍କୁ ମଧ୍ୟ ଏହି ଅବସରରେ ଉତ୍ସାହିତ କରାଯାଇଥିଲା। ସେରେଣ୍ଡା ଓ ଭଦ୍ରାସାହି ଗ୍ରାମ ପଞ୍ଚାୟତର ୧୪ ବର୍ଷରୁ କମ୍ ବୟସର ଫୁଟବଲ୍ ଖେଳାଳିମାନେ ତୃଣମୂଳ ସ୍ତରରେ ଫୁଟବଲ୍‌ର ବିକାଶ ପାଇଁ ଫାଉଣ୍ଡେସନର ନିରନ୍ତର ସହଯୋଗ ନିମନ୍ତେ କୃତଜ୍ଞତା ଜଣାଇଥିଲେ। ୮୫ ଜଣ ଖେଳାଳିଙ୍କୁ କ୍ରୀଡ଼ା ସାମଗ୍ରୀ ଓ ଜର୍ସି ବଣ୍ଟନ କରାଯାଇଥିଲା। ଫାଉଣ୍ଡେସନର ବରିଷ୍ଠ ଅଧିକାରୀମାନେ ଯୁବ କ୍ରୀଡ଼ାବିତ୍‌ଙ୍କୁ ଉତ୍ସାହିତ କରିବା ସହ ଅଧ୍ୟକ୍ଷାଙ୍କ ଶୁଭେଚ୍ଛା ଜଣାଇଥିଲେ। ଏହି ସମସ୍ତ ପଦକ୍ଷେପ ମାଧ୍ୟମରେ ଜିନ୍ଦଲ ଫାଉଣ୍ଡେସନ ଏକ ସମାବେଶୀ ରାଷ୍ଟ୍ର ଗଠନ ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି, ଯେଉଁଠାରେ ସମାଜର ଅବହେଳିତ ଓ ଦୁର୍ବଳ ବର୍ଗର ଲୋକମାନେ ସମ୍ମାନର ସହ ପରିପୂର୍ଣ୍ଣ ଜୀବନ ଅତିବାହିତ କରିପାରିବେ।

Leave A Reply

Your email address will not be published.