ପ୍ରମୁଖ ଖବର

ଡିପିଡିପି ଆଇନକୁ ଚ୍ୟାଲେଞ୍ଜ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାତ୍ୟା ‘ଅର୍ଣ୍ଣବ’ ପାଇଁ ୨ ଦିନ ଘୁଞ୍ଚିଲା ଓସିଏସ୍‌ ମୁଖ୍ୟ ପରୀକ୍ଷା
ଗୌହାଟୀ ହୋଟେଲରେ ଗୁଳିକାଣ୍ଡ, ୫ ମୃତ; ଜଣେ ଗିରଫ
‘ଗରିବଙ୍କୁ ମତଦାନ ଅଧିକାରରୁ ବଞ୍ଚିତ କରାଯାଉଛି’, ନିର୍ବାଚନ ଆୟୋଗକୁ ଘେରିଲେ ରାହୁଲ ଗାନ୍ଧୀ
କଂଗ୍ରେସର ଭାଷା ଓ ଆଚରଣ ରାଜନୈତିକ ପତନର ସଙ୍କେତ: ଶିବରାଜ
ଟୋଲ୍‌ ପ୍ଲାଜା ପାଖରେ ରହୁଥିଲେ ବର୍ଷକୁ ମାତ୍ର ୧,୫୦୦ ଟଙ୍କାରେ ପାସ୍‌!

ଡିପିଡିପି ଆଇନକୁ ଚ୍ୟାଲେଞ୍ଜ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

0

ନ୍ୟୁଜ ବ୍ୟୁରୋ: ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା (ଡିପିଡିପି) ଆଇନର କେତେକ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ଦାଏର ଆବେଦନ ଉପରେ କେନ୍ଦ୍ର ସରକାରଙ୍କ ଜବାବ ଲୋଡ଼ିଛନ୍ତି ସୁପ୍ରିମକୋର୍ଟ। ଏହି ଆଇନ ସାମ୍ବାଦିକତାର ସ୍ୱାଧୀନତା ଓ ସୂଚନା ଅଧିକାରକୁ ପ୍ରଭାବିତ କରିପାରେ ବୋଲି ଆବେଦନକାରୀ ଯୁକ୍ତି ଦର୍ଶାଇଛନ୍ତି।
ମଙ୍ଗଳବାର ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ ଡିଜିଟାଲ୍ ନ୍ୟୁଜ୍ ପବ୍ଲିଶର୍ସ ଆସୋସିଏସନ୍‌ (ଡିଏନ୍‌ପିଏ)ର ଆବେଦନର ଶୁଣାଣି କରିଥିଲେ। ସଂଘ ପକ୍ଷରୁ ବରିଷ୍ଠ ଆଇନଜୀବୀ ମାଧବୀ ଦିବାନ୍‌ ଯୁକ୍ତି ଉପସ୍ଥାପନ କରିଥିଲେ।
ଆବେଦନରେ ଡିପିଡିପି ଆଇନର କେତେକ ଧାରା ଓ ଏହା ସହ ଜଡ଼ିତ ନିୟମାବଳୀକୁ ଅସାମ୍ବିଧାନିକ ଘୋଷଣା କରି ରଦ୍ଦ କରିବାକୁ ଦାବି କରାଯାଇଛି।

ଆଇନରେ ସାମ୍ବାଦିକତା କାର୍ଯ୍ୟ ପାଇଁ ସ୍ପଷ୍ଟ ଛାଡ଼ ବ୍ୟବସ୍ଥା ନଥିବାରୁ ଖବର ସଂଗ୍ରହ, ପ୍ରକାଶନ ଓ ଅନୁସନ୍ଧାନମୂଳକ ସାମ୍ବାଦିକତା ପ୍ରଭାବିତ ହୋଇପାରେ ବୋଲି ଡିଏନ୍‌ପିଏ ଆଶଙ୍କା ପ୍ରକାଶ କରିଛି। ଏହାଦ୍ୱାରା ସୂଚନାର ଉତ୍ସଗୁଡ଼ିକର ଗୋପନୀୟତା ମଧ୍ୟ ବିପଦରେ ପଡ଼ିପାରେ ବୋଲି ଆବେଦନରେ ଦର୍ଶାଯାଇଛି।
ଶୁଣାଣି ସମୟରେ ମାଧବୀ ଦିବାନ୍‌ କହିଥିଲେ ଯେ ଖବର ପ୍ରକାଶ କରିବା ପୂର୍ବରୁ ପ୍ରତ୍ୟେକ ଥର ସମ୍ପୃକ୍ତ ବ୍ୟକ୍ତିଙ୍କ ଅନୁମତି ନେବାକୁ ପଡ଼ିଲେ ସାମ୍ବାଦିକତା କାର୍ଯ୍ୟ ବାଧାପ୍ରାପ୍ତ ହେବ। ଏହା ଏକ ପ୍ରକାର ପୂର୍ବ-ସେନ୍ସରସିପ୍‌ ବ୍ୟବସ୍ଥାର ରୂପ ନେଇପାରେ ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ବିବାଦୀୟ ବ୍ୟବସ୍ଥାଗୁଡ଼ିକର କାର୍ଯ୍ୟକାରିତା ଉପରେ ରୋକ୍‌ ଲଗାଇବାକୁ ମଧ୍ୟ ସେ ଅନୁରୋଧ କରିଥିଲେ।

ତେବେ କେନ୍ଦ୍ର ସରକାରଙ୍କ ପକ୍ଷ ଶୁଣିବା ପୂର୍ବରୁ ଏକତରଫା ଆଦେଶ ଦେବାକୁ ଖଣ୍ଡପୀଠ ମନା କରିଥିଲେ। ଏଥିସହ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଓ ସାମ୍ବାଦିକତାର ସ୍ୱାଧୀନତା ମଧ୍ୟରେ ସନ୍ତୁଳନ ରକ୍ଷାର ଆବଶ୍ୟକତା ଉପରେ ମତ ରଖିଥିଲେ। ଡିଏନ୍‌ପିଏରେ ଦି ଇଣ୍ଡିଆନ୍‌ ଏକ୍ସପ୍ରେସ୍‌, ଦି ହିନ୍ଦୁ, ଇଣ୍ଡିଆ ଟୁଡେ, ଟାଇମ୍ସ ଗ୍ରୁପ୍‌, ଜି ନ୍ୟୁଜ୍‌, ଏନ୍‌ଡିଟିଭି ଓ ନେଟୱର୍କ ୧୮ ଭଳି ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ଡିଜିଟାଲ୍‌ ୱିଙ୍ଗ୍‌ ସାମିଲ ଅଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୭ରେ ହେବ। ସେହିଦିନ ଏ ସମ୍ପର୍କିତ ଅନ୍ୟ ବିଚାରାଧୀନ ମାମଲାଗୁଡ଼ିକ ସହ ଏହାର ଶୁଣାଣି କରାଯିବ।

Leave A Reply

Your email address will not be published.