ପ୍ରମୁଖ ଖବର

ଡିପିଡିପି ଆଇନକୁ ଚ୍ୟାଲେଞ୍ଜ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାତ୍ୟା ‘ଅର୍ଣ୍ଣବ’ ପାଇଁ ୨ ଦିନ ଘୁଞ୍ଚିଲା ଓସିଏସ୍‌ ମୁଖ୍ୟ ପରୀକ୍ଷା
ଗୌହାଟୀ ହୋଟେଲରେ ଗୁଳିକାଣ୍ଡ, ୫ ମୃତ; ଜଣେ ଗିରଫ
‘ଗରିବଙ୍କୁ ମତଦାନ ଅଧିକାରରୁ ବଞ୍ଚିତ କରାଯାଉଛି’, ନିର୍ବାଚନ ଆୟୋଗକୁ ଘେରିଲେ ରାହୁଲ ଗାନ୍ଧୀ
କଂଗ୍ରେସର ଭାଷା ଓ ଆଚରଣ ରାଜନୈତିକ ପତନର ସଙ୍କେତ: ଶିବରାଜ
ଟୋଲ୍‌ ପ୍ଲାଜା ପାଖରେ ରହୁଥିଲେ ବର୍ଷକୁ ମାତ୍ର ୧,୫୦୦ ଟଙ୍କାରେ ପାସ୍‌!

ବାତ୍ୟା ‘ଅର୍ଣ୍ଣବ’ ପାଇଁ ୨ ଦିନ ଘୁଞ୍ଚିଲା ଓସିଏସ୍‌ ମୁଖ୍ୟ ପରୀକ୍ଷା

0

ନ୍ୟୁଜ ବ୍ୟୁରୋ: ଓଡ଼ିଶାରେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ର ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶା ସିଭିଲ୍‌ ସର୍ଭିସ୍‌ (ଓସିଏସ୍‌) ମୁଖ୍ୟ ଲିଖିତ ପରୀକ୍ଷାକୁ ଦୁଇଦିନ ଘୁଞ୍ଚାଇଛି ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)। ଅକ୍ଟୋବର ୨୯ ପରିବର୍ତ୍ତେ ୩୧ ତାରିଖରୁ ପରୀକ୍ଷା ଆରମ୍ଭ ହେବ। ଏନେଇ ସୋମବାର ନୂଆ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ତେବେ ସଂଶୋଧିତ ସୂଚୀରେ ବିଭିନ୍ନ ପରୀକ୍ଷା ମଧ୍ୟରେ ବ୍ୟବଧାନ କମିଥିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ନଭେମ୍ବର ୪ ଓ ୫ ତାରିଖରେ ଲଗାତାର ପରୀକ୍ଷା ରହିଛି। ସେହିପରି ଇଚ୍ଛାଧୀନ ବିଷୟର ପ୍ରସ୍ତୁତି ପାଇଁ ପୂର୍ବ ସୂଚୀରେ ଦୁଇଦିନର ବ୍ୟବଧାନ ଥିବାବେଳେ ଏବେ ତାହାକୁ ଗୋଟିଏ ଦିନକୁ କମାଇ ଦିଆଯାଇଛି। ଏହାଦ୍ୱାରା ପ୍ରସ୍ତୁତି ପାଇଁ ଯଥେଷ୍ଟ ସମୟ ମିଳିବ ନାହିଁ ବୋଲି ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି।
ଓପିଏସ୍‌ସି ପକ୍ଷରୁ ଜୁନ୍‌ ୭ରେ ଓସିଏସ୍‌ ପ୍ରିଲିମିନାରୀ ପରୀକ୍ଷା ହୋଇଥିଲା। କଟକ, ବାଲେଶ୍ୱର, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଓ ଜୟପୁର ଜୋନ୍‌ର ବିଭିନ୍ନ କେନ୍ଦ୍ରରେ ପ୍ରାର୍ଥୀମାନେ ପରୀକ୍ଷା ଦେଇଥିଲେ। ଜୁଲାଇ ୧୦ରେ ପ୍ରକାଶିତ ଫଳାଫଳରେ ମୋଟ ୫,୬୯୦ ଜଣ ଉତ୍ତୀର୍ଣ୍ଣ ହୋଇଥିଲେ। ସେମାନଙ୍କ ମଧ୍ୟରେ ୧,୯୦୫ ଜଣ ମହିଳା ପ୍ରାର୍ଥୀ ଥିଲେ।

ଅକ୍ଟୋବର ୩୧ରେ ଓଡ଼ିଆ ଓ ଇଂରାଜୀ, ନଭେମ୍ବର ୨ରେ ଜେନେରାଲ୍‌ ଷ୍ଟଡିଜ୍‌ ପେପର-୧, ନଭେମ୍ବର ୩ରେ ପେପର-୨, ନଭେମ୍ବର ୪ରେ ପେପର-୩ ଓ ୪, ନଭେମ୍ବର ୫ରେ ରଚନା ଏବଂ ନଭେମ୍ବର ୭ରେ ଇଚ୍ଛାଧୀନ ବିଷୟଗୁଡ଼ିକର ପରୀକ୍ଷା ହେବ।

Leave A Reply

Your email address will not be published.