ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଓଡ଼ିଶାର ସହରାଞ୍ଚଳର ଉଠା ଦୋକାନୀଙ୍କ ପାଇଁ ମୋଦୀ ଦେଇଛନ୍ତି ୮.୨ କୋଟି: ଧର୍ମେନ୍ଦ୍ର

0

ନୂଆଦିଲ୍ଲୀ / ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନାରେ ବନ୍ଧକ ବିହୀନ ଋଣ ପାଇବା ପାଇଁ ରାଜ୍ୟର ସହରାଂଚଳର ୬୩, ୨୨୨ ଜଣ ଉଠା ଦୋକାନୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨୩,୫୫୦ ଜଣ ଋଣ ପାଇବା ପାଇଁ ଆବେଦନ କରିଛନ୍ତି । ଏହି ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଓଡ଼ିଶା ପାଇଁ ଉଠା ଦୋକାନୀଙ୍କ ବନ୍ଧକବିହୀନ ଋଣ ବାବଦକୁ ୮.୨ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ୦.୮୧ କୋଟି ଟଙ୍କା ଦେଇଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭାରତ ସରକାର ସହରାଂଚଳର ଉଠା ଦୋକାନୀ ମାନଙ୍କର ଥଇଥାନ ନିମନ୍ତେ ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନା
ଆରମ୍ଭ କରିଛନ୍ତି। ଏହି ଯୋଜନାର ଲାଭ ପାଇବାରେ ଓଡ଼ିଶା ଶୀର୍ଷ ୧୦ଟି ରାଜ୍ୟ ମଧ୍ୟରେ ରହିଛି । ଓଡ଼ିଶାର
ସମ୍ବଲପୁର, କଟକ, ବ୍ରହ୍ମପୁର, ବାଲେଶ୍ୱର ଏବଂ ଅନ୍ୟ ସବୁ ସହର ମାନଙ୍କରେ ଥିବା ଉଠା ଦୋକାନୀମାନେ
ମଧ୍ୟ ଏହାର ଲାଭ ପାଇଛନ୍ତି । ଏହି ଯୋଜନା ଦ୍ୱାରା ଉଠା ଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ମହାମାରୀ
ସମୟରେ ସଶକ୍ତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଧନ୍ୟବାଦ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଯୋଜନାରେ ଦେଶର ସହର ମାନଙ୍କରେ ଥିବା ୫୦ ଲକ୍ଷ ଉଠା ଦୋକାନୀଙ୍କ
ପାଇଁ ୧ ବର୍ଷ ପାଇଁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ବନ୍ଧକବିହୀନ ଋଣର ବ୍ୟବସ୍ଥା କରାଯାଇଛି । ଏହି ଯୋଜନା
ମାଧ୍ୟମରେ ଋଣର ନିୟମିତ ପରିଶୋଧ ଉପରେ ବାର୍ଷିକ ସୁଧରେ ୭ ପ୍ରତିଶତ ରିହାତି ଦିଆଯିବ । ନିୟମିତ
ଋଣ ପରିଶୋଧ କରୁଥିବା ବ୍ୟକ୍ତିଙ୍କୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରାଯିବ। ଡିଜିଟାଲ କାରବାର ମାଧ୍ୟମରେ
୧୨୦୦ ଟଙ୍କା ଜମା ଖାତାକୁ ଫେରିବାର ବ୍ୟବସ୍ଥା ଏହି ଯୋଜନାରେ ରହିଛି।

ଏହି ଯୋଜନା ଉଠା ଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଡୋର୍ ଷ୍ଟେପରେ ବ୍ୟାଙ୍କ ପହଁଚାଇବ । ସମସ୍ତ ପ୍ରକାରର ବ୍ୟାଙ୍କ୍‌,ମାଇକ୍ରୋ ଫାଇନାନ୍ସ ଅନୁଷ୍ଠାନ ଯଥା ବେସରକାରୀ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ, ସମବାୟ ବ୍ୟାଙ୍କ, ଏସଏଚଜି ବ୍ୟାଙ୍କଗୁଡିକ ଆଦି ଋଣ ପ୍ରଦାନ କରିବେ । ଆରବିଆଇ ନିର୍ଦ୍ଦେଶାବଳୀ ଅନୁଯାୟୀ ଋଣଦାତାଙ୍କ ଠାରୁ ସୁଧ ଆଦାୟ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

Leave A Reply

Your email address will not be published.