ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଚଣ୍ଡିଖୋଲ ପେଟ୍ରୋ ଭଣ୍ଡାର ପାଇଁ ଅଣ୍ଟାଭିଡ଼ିଲେ ଧର୍ମେନ୍ଦ୍ର

0
  • ବିଦେଶୀ କଂପାନିକୁ ନିମନ୍ତ୍ରଣ କଲେ କେନ୍ଦ୍ରମନ୍ତ୍ରୀ
  • ୨୦୨୩ ସୁଦ୍ଧା ସବୁ ରେଳପଥକୁ ବିଦ୍ୟୁତକରଣ
  • ୧୨ଟି ଟୁଜି ଜୈବ-ବିଶୋଧନାଗାର ପ୍ରତିଷ୍ଠା କରାଯିବ
  • ୧୪ ହଜାର କୋଟି ଟଙ୍କା ବିନିଯୋଗ ଲକ୍ଷ୍ୟ ରହିଛି
  • ୧୫ଲକ୍ଷରୁ ଅଧିକ ସୋଲାର ପମ୍ପ ବି ସ୍ଥାପନ ଲକ୍ଷ୍ୟ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆତ୍ମନିର୍ଭର ଭାରତ ଦେଶରେ ବ୍ୟାପକ ଉର୍ଜା ସୁରକ୍ଷା ସ୍ଥାପତ୍ୟର ବିକାଶ ପାଇଁ ଚାଲିଥିବା ପ୍ରଚେଷ୍ଟାକୁ ଆଗେଇ ନେବ। ସୋମବାର ଗ୍ଲୋବାଲ କାଉଣ୍ଟର ଟେରୋରିଜିମ୍ କାଉନସିଲ ପକ୍ଷରୁ
ଆୟୋଜିତ ‘ଜିସିଟିସି ଉର୍ଜା ସୁରକ୍ଷା ସମ୍ମିଳନୀ-୨୦୨୦’ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ସମ୍ମିଳନୀରେ ଉପସ୍ଥିତ ବିଭିନ୍ନ ବିଦେଶୀ କମ୍ପାନୀଙ୍କୁ ଓଡିଶାର ଚଣ୍ଡିଖୋଲ ଏବଂ କର୍ଣ୍ଣାଟକର ପାଦୁର ଠାରେ ଥିବା ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଣ୍ଡାରକୁ ବିକଶିତ କରିବା ପାଇଁ କମ୍ପାନୁକୁ ନିମନ୍ତ୍ରଣ କରିଥିଲେ।

ଶ୍ରୀ ପ୍ରଧାନ କହିଥିଲେ, କରୋନା ପରବର୍ତ୍ତୀ ପର୍ଯ୍ୟାୟରେ ଆମ ଦେଶର ନାଗରିକଙ୍କ ପାଇଁ ସୁରକ୍ଷିତ, ସ୍ୱଚ୍ଛ, ସୁଲଭ ଓ ସ୍ଥିର ଉର୍ଜାକୁ ଅଧିକ ଧ୍ୟାନ ଦିଆଯିବ। ଭାରତର ଉର୍ଜା କମ୍ପାନୀମାନେ ନୂଆ ଉପାୟରେ ଆତ୍ମନିର୍ଭର ଭାରତ ନିର୍ମାଣ କରିବାରେ ବଡ ଯୋଗଦାନ ରଖିବା ଦିଗରେ କାମ କରୁଛନ୍ତି। ଉର୍ଜା କ୍ଷେତ୍ରରେ ଆତ୍ମନିର୍ଭର
ଭାରତ ପଦକ୍ଷେପକୁ କାର୍ଯ୍ୟକାରୀ କରାଯିବ।

ଏ ମର୍ମରେ ଶ୍ରୀ ପ୍ରଧାନ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ। ସେ କହିଥିଲେ, ୨୦୨୩ ସୁଦ୍ଧା ସମସ୍ତ ରେଳ ଲାଇନକୁ ଶତପ୍ରତିଶତ ବିଦ୍ୟୁତିକରଣ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ଚାଲୁଅଛି। ଏମଏନଆରଇର କିଷାନ ଉର୍ଜା ଇଭାମ ଉଥାନ ଅଧୀନ ମହାଭିଯାନରେ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ସୋଲାର ପମ୍ପର ସ୍ଥାପନା ପାଇଁ ଲକ୍ଷ୍ୟ ରଖାଯାଇଛି। ପରିବହନ ମନ୍ତ୍ରଣାଳୟ ସିଏନଜିକୁ ଏକ ବିକଳ୍ପ ଇନ୍ଧନରେ ଗ୍ରହଣ କରୁଛି ଓ ଜାହାଜ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ କୋଇଲା ଗ୍ୟାସିଫିକେସନ୍ ପ୍ରକଳ୍ପର ବିକାଶ କରି ସ୍ୱଚ୍ଛ କୋଇଲା ପ୍ରଯୁକ୍ତିବିଦ୍ୟାକୁ ତ୍ୱରାନ୍ୱିତ କରିବା ଦିଗରେ ପଦକ୍ଷେପ ନିଆଯାଇଛି।

କୋଭିଡ୍‌-୧୯ ପରବର୍ତ୍ତୀ ଦୃଶ୍ୟପଟ୍ଟରେ ବିଶ୍ୱର ତୃତୀୟ ସର୍ବବୃହତ ଉର୍ଜା ଉତ୍ପାଦନକାରୀ ରାଷ୍ଟ୍ର ଭାରତ ଉର୍ଜାର ଆହ୍ୱାନକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି ବୋଲି ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ, ବର୍ତ୍ତମାନ ଦେଶର ତୈଳ ବିପଣନ କମ୍ପାନିମାନେ ଆଫ୍ରିକା, ଉତ୍ତର ଏବଂ ଦକ୍ଷିଣ ଆମେରିକା ସମେତ ୩୦ଟି ଦେଶରୁ ଅଶୋଧିତ ତୈଳ ଆମଦାନୀ କରୁଛନ୍ତି। ହାଇଡ୍ରୋକାର୍ବନ୍ ପାଇଁ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବାକୁ ଉଦ୍ୟମ କରାଯାଉଛି। ୨୦୨୦ ବର୍ଷ ଏପ୍ରିଲ ଏବଂ ମଇରେ ଅଶୋଧିତ ତୈଳର ମୂଲ୍ୟ କମ୍ ରହିବାରୁ ଏହାର ଲାଭ ଉଠାଯାଇ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଣ୍ଡାରରେ ୧୬ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ଭର୍ତ୍ତି କରାଯାଇଛି। ଯଦ୍ୱାରା ସରକାରଙ୍କ ୫ ହଜାରରୁ ଅଧିକ କୋଟି ସଞ୍ଚୟ ହୋଇପାରିଛି।

ଅଶୋଧିତ ଏବଂ ପେଟ୍ରୋଲିୟମ ଉତ୍ପାଦ ସଂରକ୍ଷଣ କ୍ଷମତାକୁ ୭୪ ଦିନର ଜାତୀୟ ବ୍ୟବହାରରୁ ୯୦ ଦିନ ପର୍ଯ୍ୟନ୍ତ ଉନ୍ନତ କରାଯାଉଛି। ପରବର୍ତ୍ତୀ ବାଣିଜ୍ୟିକ ଷ୍ଟ୍ରାଟେଜିକ୍ ରିଜର୍ଭ କାର୍ଯ୍ୟକ୍ରମରେ ଯାଜପୁର ଚଣ୍ଡିଖୋଲ ଏବଂ କର୍ଣ୍ଣାଟକର ପାଦୁରରେ ନିର୍ମାଣଧୀନ ଥିବା ୬.୫ ମିଲିୟନ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ କ୍ଷମତା ବିଶିଷ୍ଟ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଣ୍ଡାରକୁ ବିକଶିତ କରିବା ପାଇଁ ଦେଶୀୟ କମ୍ପାନିଙ୍କ ସହ ସାମିଲ ହେବା ପାଇଁ ଶ୍ରୀ ପ୍ରଧାନ ବିଦେଶୀ କମ୍ପାନୀ ଗୁଡିକୁ ଆଗେଇ ଆସିବାକୁ ପ୍ରସ୍ତାବ ଦେଇଥିଲେ।

ମନ୍ତ୍ରୀ କହିଥିଲେ, ଭାରତ ସରକାର ରାଜସ୍ୱ ଅପେକ୍ଷା ଆମଦାନୀକୁ ଗୁରୁତ୍ୱ ଦେଉଛନ୍ତି । ସ୍ଥିର ଉର୍ଜାର ବିକାଶ ଏବଂ ତୈଳ ଉପରେ ନିର୍ଭରତାକୁ କମ୍ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ତୈଳ ବିପଣନ କମ୍ପାନୀମାନେ ୧୪ ହଜାର କୋଟି ଟଙ୍କା ବ୍ୟୟରେ ୧୨ଟି ଟୁଜି ଜୈବ-ବିଶୋଧନାଗାର ପ୍ରତିଷ୍ଠା କରିବା ଦିଗରେ କାମ କରୁଛନ୍ତି। ୨୦୩୦ ସୁଦ୍ଧା ପେଟ୍ରୋଲରେ ଇଥାନଲର ୨୦% ମିଶ୍ରଣ ଏବଂ ଡିଜେଲରେ ବାୟୋ-ଡିଜେଲର ୫% ମିଶ୍ରଣର ଲକ୍ଷ୍ୟ ପୂରଣ କରିବାକୁ କାର୍ଯ୍ୟ କରାଯାଉଛି। ଅପରପକ୍ଷରେ ସିଟି ଗ୍ୟାସ ବିତରଣ(ସିଜିଡ଼ି) ନେଟୱାର୍କର ଏବଂ ସିଏନଜି ଷ୍ଟେସନ ପ୍ରତିଷ୍ଠା ସଂପ୍ରସାରଣରେ ଦ୍ରୁତ ଗତିରେ ବୃଦ୍ଧି ପରିଲକ୍ଷିତ ହୋଇଛି । ୨୦୩୦ ସୁଦ୍ଧା ୫ ହଜାର ସିବିଜି ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଅଶୋଧିତ ତୈଳର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ ଯଥା ଘରୋଇ ତୈଳ ଓ ଗ୍ୟାସ ଉତ୍ପାଦନରେ ବୃଦ୍ଧି, ଜୈବ ଏବଂ ନବୀକରଣ ଉର୍ଜା ପ୍ରୋତ୍ସାହନ, ଉର୍ଜା ସଂରକ୍ଷଣ ଏବଂ ଦକ୍ଷତା, ଅଶୋଧିତ ତୈଳ ପ୍ରକ୍ରିୟାରେ ଉନ୍ନତିକରଣ ଏବଂ ପ୍ରତିସ୍ଥାପନ ଚାହିଦା ଭଳି ଋଣନୀତି ସୁପ୍ରଭାବ ପକାଇଛି ବୋଲି ମନ୍ତ୍ରୀ ସୂଚାଇଥିଲେ। ଆହୁରି କହିଥିଲେ ଯେ ବିଗତ ୬ ବର୍ଷରେ ଭାରତର କୁଟନୈତିକ ଓ ବୈଦେଶିକ ନୀତି ଦେଶ ପାଇଁ ସହଯୋଗୀ ହୋଇଛି । ଋଷ, ଆମେରିକା, ସାଉଦିଆରବ ଏବଂ ୟୁଏଇ ସହିତ ଜାପାନ ଏବଂ ଦକ୍ଷିଣ କୋରିଆ ଭଳି ଦେଶ ସହ ସମ୍ପର୍କ ସ୍ଥାପନ କରାଯାଇଛି।

Leave A Reply

Your email address will not be published.