ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ପ୍ଲାଜ୍‌ମା ଦାନ କଲେ କେନ୍ଦ୍ରମନ୍ତ୍ରୀ

0

ଭୁବନେଶ୍ୱର/କଟକ: କରୋନାରୁ ସୁସ୍ଥ ହେବା ପରେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସ୍ବେଚ୍ଛାକୃତ ଭାବେ କଟକ ଗସ୍ତ କରି ଏସସିବି ମେଡିକାଲ କଲେଜରେ ପ୍ଲାଜମା ଦାନ କରିଛନ୍ତି ।ବର୍ତ୍ତମାନ ସମୟରେ ଗୁରୁତର ସଂକ୍ରମିତଙ୍କ ଜୀବନ ରକ୍ଷା କରିବାରେ ପ୍ଲାଜମାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଏଥିପାଇଁ ସମସ୍ତଙ୍କୁ ଆଗେଇବା ଆସିବା ସହ ପ୍ଲାଜମା ଦାନ କରିବା ସଚେତନତା ଅଭିଯାନକୁ ଅଧିକ ବ୍ୟାପକ କରିବା ପାଇଁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି।

ଏହି ଅବସରରେ ସେ କହିଛନ୍ତି ଓଡିଶାକୁ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଣାମ କରି ପ୍ଲାଜମା ଦାନ କରିବା ପାଇଁ ମନରେ ଇଚ୍ଛା ଥିଲା । ଆଜି ଏହି ଆଶା ପୂରଣ ହୋଇଛି । ମୁଁ ଦେଇଥିବା ପ୍ଲାଜମା ରାଜ୍ୟର ଯେକୌଣସି କରୋନା ସଂକ୍ରମିତଙ୍କ କାମରେ ଆସିପାରିଲେ, ଏହା ମୋ ପାଇଁ ଆତ୍ମସନ୍ତୋଷର ବିଷୟ ହେବ।

Leave A Reply

Your email address will not be published.