ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କେନ୍ଦ୍ର ଅବଦାନର ହିସାବ ଧରି ଓଡ଼ିଶା ଆସୁଛନ୍ତି ଧର୍ମେନ୍ଦ୍ର

0
  • ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି କୋଭିଡ୍ ସମୟର ସହାୟତା ହିସାବ ଦେଲେ
  • ୨୨ହଜାର ୨୬୭ କୋଟି ଟଙ୍କାର ସହାୟତା ଭିତରେ ଚାଉଳ, ଡାଲି, ଗ୍ୟାସ୍ ତଥ୍ୟ ରହିଛି
  • ଅମ୍ଫାନରେ ସରକାର ପାଇଛନ୍ତି ୫୦୦ କୋଟି, ଜିଏସ୍‌ଟି ବାବଦରେ ୭୦୦୦ କୋଟିରୁ ଅଧିକ
  • ବିଜେଡି ତରଫରୁ ପ୍ରମିଳା କହିଲେ, ଆମକୁ ଯାଚିକି ଦେଉନାହାନ୍ତି, ଆମ ହକ୍‌ ଆମକୁ ମିଳିଛି

ଭୁବନେଶ୍ବର: କୋଭିଡ୍ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଓଡ଼ିଶାକୁ କି କି ସହାୟତା ଦେଇଛନ୍ତି, ତାର ବିଶଦ ହିସାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ପ୍ରଧାନ ଏ ସଂକ୍ରାନ୍ତ ତଥ୍ୟ ରଖିବା ପରେ ପ୍ରେସ ଇସ୍ତାହାର ଜାରି କରାଯାଇଛି। ମୋଟ ୨୨ ହଜାର ୨୭୬ କୋଟି ଟଙ୍କାର ପ୍ୟାକେଜ୍ ଦିଆଯାଇଥିବା କୁହାଯାଇଛି, ଯେଉଁଥିରେ ୧୯ହଜାର ୪୨ କୋଟି ଟଙ୍କାର ଆର୍ଥିକ ସହାୟତା ଛଡ଼ା ୭ଲକ୍ଷ ୫୧ ହଜାର ୯୩୦ ଟନ୍ ଚାଉଳ, ୪୪ ହଜାର ୧୩୦ ଟନ୍ ଡାଲି ଏବଂ ୬୮.୭୯ଲକ୍ଷ ଏଲ୍‌ପିଜି ସିଲିଣ୍ଡର ଓଡ଼ିଶାକୁ ଦିଆଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି।

ଏଥିରେ ଚାଉଳ ବାବଦରେ ୨୨୫୫ କୋଟି, ଶସ୍ୟ ବାବଦରେ ୫୩୯ କୋଟି ୫୬ଲକ୍ଷ, ଏଲ୍‌ପିଜି ବାବଦରେ ୪୪୦ କୋଟି, ଜନଧନ ଆକାଉଣ୍ଟ ଜରିଆରେ ୧୨୫୮ କୋଟି, ଦିବ୍ୟାଙ୍ଗ ଆଦିଙ୍କୁ ୨୦୨ କୋଟି, ପିଏମ୍ କିଷାନ ମାଧ୍ୟମରେ ୪୦୦ କୋଟି ୬୩ଲକ୍ଷ ଟଙ୍କା, ଶ୍ରମଜୀବୀଙ୍କ ବାବଦରେ ୩୧୨ କୋଟି ୪୯ ଲକ୍ଷ ଟଙ୍କା ରହିଛି। ସେହିଭଳି ଜିଏସ୍‌ଟି ବାବଦରେ ୨୦୧୯-୨୦ ପାଇଁ ୫୧୨୨ କୋଟି, ୨୦୨୦-୨୧ ବାବଦରେ ୨୨୫୮ କୋଟି ଏବଂ ଅତିରିକ୍ତ ଋଣ ସୁବିଧା ଜରିଆରେ ୨୮୫୮ କୋଟି ଟଙ୍କା ଦିଆଯାଇଛି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏସ୍‌ଡିଆର୍‌ଏଫ୍ ଜରିଆରେ ୨୧୩୯ କୋଟି, ଏନଡିଆର୍‌ଏଫ୍ ବାବଦରେ ୧୬୯ କୋଟି ୭୪ଲକ୍ଷ, ଡିଏମ୍‌ଏଫ୍ ଜରିଆରେ ୨୦୧୨ କୋଟି, ବାତ୍ୟା ଅମ୍ଫାନ ପାଇଁ ୫୦୦ କୋଟି, ବିଦ୍ୟୁତ ବଣ୍ଟନ କଂପାନିମାନଙ୍କୁ ୮୪ କୋଟି ୯୩ଲକ୍ଷ, ରାସ୍ତା କଡର ବୁଲାବିକାଳୀଙ୍କୁ ୮ କୋଟି ଟଙ୍କା ଏବଂ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୋଭିଡ୍ ପରିଚାଳନା ପାଇଁ ୧୦୨ କୋଟି ଟଙ୍କା ଦିଆଯାଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆସନ୍ତାକାଲି ଓଡ଼ିଶା ଆସୁଥିବା ସୂଚନା ମିଳୁଛି। ସମ୍ଭବତଃ ଉଭୟ ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପରିପ୍ରେକ୍ଷୀରେ ସେ ପ୍ରଚାର ପାଇଁ ଆସିପାରନ୍ତି। ଏହି ସମୟରେ ସେ ଏହି ସବୁ ତଥ୍ୟ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଘେରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ପୂର୍ବରୁ ଆଜି ରାଜନୀତି ପାଣିପାଗକୁ ଗରମ କରିବା ସହିତ ବିଜେଡି ସରକାରକୁ ଅକଳରେ ପକାଇବା ଲାଗି କେନ୍ଦ୍ରମନ୍ତ୍ରୀ ଏଭଳି ଗୋଟିଚାଳନା କରିଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ସୂତ୍ରରୁ ପ୍ରକାଶ।

ଏଠାରେ ପ୍ରକାଶଥାଉକି, ଆଜି ଉପନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିଲା। ଉଭୟ ନିର୍ବାଚନମଣ୍ଡଳୀରେ ବିଜେଡି-ବିଜେପି ଓ କଂଗ୍ରେସ ମଧୟରେ ହିଁ ମୁକାବିଲା ହେବ, ତାହା ଏକରକମ ସ୍ପଷ୍ଟ ହୋଇଯାଇଛି। ତେବେ ବିଭିନ୍ନ ଦଳରେ ଥିବା ଅନ୍ତଃକନ୍ଦଳ ଉପରେ ଭୋଟ ବ୍ୟବଧାନ ନିର୍ଭର କରିବ। ବିଜେପିର ପଲା ବାଲେଶ୍ବରରେ ଭାରି ରହିଥିବା ବେଳେ ତିର୍ତ୍ତୋଲରେ ବିଜେଡି ଢେର୍ ଆଗରେ ରହିଛି। ତେବେ ବାଲେଶ୍ବରରେ ବିଜେଡି ନୂଆ ପ୍ରାର୍ଥୀ ଦେବା ସହିତ ଦଳର ବରିଷ୍ଠ ନେତାମାନେ କସରତ ଚଳାଇଛନ୍ତି। ସେହିଭଳି ତିର୍ତ୍ତୋଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପ କଂଗ୍ରେସ ଓ ବିଜେଡି ଶିବିର ଭାଙ୍ଗି ପୂର୍ବାପେକ୍ଷା ଅଧିକ ଭୋଟ ନେବା ଲାଗି ପ୍ରୟାସ ଜାରି ରଖିଛି।

ଏଭଳି ପରିସ୍ଥିତିରେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ତଥ୍ୟ ସହିତ ଓଡ଼ିଶା ଗସ୍ତ ଯୋଜନା କେଉଁଠି ନା କେଉଁଠି ସୂଚାଉଛି ଯେ ଉପନିର୍ବାଚନ ପାଣିପାଗକୁ ଏହା ଅଧିକ ଗରମ କରି ରଖିପାରେ। ତେବେ ବିଜେପି ନେତ୍ରୀ ପ୍ରମିଳା ମଲ୍ଲିକ ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, ଓଡ଼ିଶାକୁ କେହି ମାଗଣାରେ ବା ଯାଚିକି ଦେଉନାହାନ୍ତି। ରାଜ୍ୟର ଯାହା ହକ୍ ତାହା ହିଁ କେନ୍ଦ୍ର ଦେଇଛି। ନବୀନ ବାବୁ ହିସାବ ମାଗିନାହାନ୍ତି, ସେମାନେ ହିସାବ କାହିଁକି ଦେଉଛନ୍ତି। ଏଇଟା ତୁଚ୍ଛା ରାଜନୀତି ପାଇଁ। ଏହାକୁ ଧରି ସେମାନେ ନିର୍ବାଚନରେ ପ୍ରଚାର କରିବେ।

Leave A Reply

Your email address will not be published.