ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ସମସ୍ତ ଛୁଟି ବାତିଲ, ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ
ହାଇ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ
ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ
ଅନିର୍ଦ୍ଦିଷ୍ଟ କାଳ ଯାଏ ଆଇପିଏଲ ସ୍ଥଗିତ
ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ଦେଶର ୨୪ଟି ବିମାନବନ୍ଦର ବନ୍ଦ ରହିବ
ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ, ସିଭିଲ ଡିଫେନ୍ସ ନିୟମ ଅନୁଯାୟୀ ଜରୁରୀ କ୍ଷମତା ହେବ ପ୍ରୟୋଗ

ଆଇସିୟୁରେ କପିଳ ଦେବ

0

ନୂଆଦିଲ୍ଲୀ: “ଛାତି ଯନ୍ତ୍ରଣା” ଅଭିଯୋଗ ପରେ କ୍ରିକେଟ୍ କିମ୍ବଦନ୍ତୀ କପିଳ ଦେବଙ୍କର ଜରୁରୀକାଳୀନ କରୋନାରୀ ଆଞ୍ଜିଓପ୍ଲାଷ୍ଟି କରାଯାଇଛି। ଫୋର୍ଟିସ୍ ଏସକର୍ଟ ହସ୍ପିଟାଲ ଶୁକ୍ରବାର ଦିନ ଏକ ବିବୃତ୍ତିରେ ଏହି ସୂଚନା ଦେଇଛନ୍ତି। ଏବେ ସେ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ) ରେ ଅଛନ୍ତି ଓ ବର୍ତ୍ତମାନ ସ୍ଥିର ଅବସ୍ଥାରେ ଅଛନ୍ତି। ତାଙ୍କୁ ଦୁଇ ଦିନ ମଧ୍ୟରେ ଡିସଚାର୍ଜ କରାଯିବ ବୋଲି ଆଶା କରାଯାଉଛି।

“ଭାରତୀୟ କ୍ରିକେଟ୍‌ର ପୂର୍ବତନ ଅଧିନାୟକ କପିଳଲ ଦେବ, (୬୨) ଗତକାଲି ରାତି ଗୋଟାଏ ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ଫୋର୍ଟିସ୍ ଏସ୍କର୍ଟ ହାର୍ଟ ଇନଷ୍ଟିଚ୍ୟୁଟ୍‌କୁ ଅଣାଯାଇଥିଲା।

ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ, ଭାରତର ପୂର୍ବତନ ଓପନର୍ ଗୌତ୍ତମ ଗମ୍ଭୀର ଏବଂ ଜଣାଶୁଣା ସମୀକ୍ଷକ ହର୍ଷ ଭୋଗଲେଙ୍କ ସମେତ ଅନେକ ଖେଳାଳି ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରି ଟ୍ୱିଟ୍‌ କରିଛନ୍ତି।

Leave A Reply

Your email address will not be published.