ପ୍ରମୁଖ ଖବର

ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଶିମିଳିପାଳରକୁ ଆସିଲା ମହାରାଷ୍ଟ୍ରରୁ ମହାବଳ
୨୯ରେ ଓଡ଼ିଶାରେ ଆରମ୍ଭ ହେବ ଆୟୁଷ୍ମାନ ଯୋଜନା
ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବୃଦ୍ଧି
ପୋଲିସ ପିନ୍ଧିବେ ବଡି କ୍ୟାମେରା
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ବଡ ଘୋଷଣା,୬ ମାସ ଭିତରେ ମିଳିବ ୨୦ ଲକ୍ଷ ଲୋକଙ୍କୁ ଘର
ବୃନ୍ଦାବତୀ ନିବାସରେ ରହୁଥିବା ରତ୍ନମଣୀ ମଙ୍ଗରାଜ ପ୍ରାୟ ୬୯ ବର୍ଷ ବୟସରେ ମୃତ୍ୟୁ
ଅର୍ଥ ମନ୍ତ୍ରାଳୟର ପରାମର୍ଶଦାତା କମିଟିରେ ବୈଜୟନ୍ତ

ନୂଆବର୍ଷରୁ ବଦଳିବ ଓଡ଼ିଶା ରାଜନୀତି ପାଣିପାଗ

0
  • ବିଜେଡିର ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ରାଜ୍ୟ ରାଜନୀତିରେ କମ୍ପନ
  • ଦଳୀୟ ଶିବିର ଚଳଚଞ୍ଚଳ; ରାଜ୍ୟ କାର୍ଯ୍ୟକାରିଣୀକୁ ରହିଛି ସମସ୍ତଙ୍କ ନଜର
  • ପ୍ରଭାବୀ ପ୍ରତିଜବାବ ଦେବା ଲାଗି ବିଜେପିର ପ୍ରସ୍ତୁତି ଆରମ୍ଭ, କେନ୍ଦ୍ର ଉପରେ ଚାପ
  • କଂଗ୍ରେସ ଶିବିର ବି ତତ୍ପର, ଜାନୁଆରିରେ ସାେନିଆ ଓଡ଼ିଶା ଗସ୍ତରେ ଆସିପାରନ୍ତି

ଭୁବନେଶ୍ବର: ନୂଆ ବର୍ଷ ୨୦୨୧ ଅବ୍ୟବହିତ ପୂର୍ବରୁ ବିଜେଡି ହଠାତ୍‌ ଆଜି ତାର ରଣକୌଶଳ ବଦଳାଇ ଦେଇଛି। ଉଭୟ ବିଜେପି ଓ କଂଗ୍ରେସକୁ କିଛି କଥାରେ ସିଧା ସିଧା ଓ ଆଉ କିଛି କଥାରେ ବୁଲେଇ ବଙ୍କେଇ ସମାଲୋଚନା କରିଛନ୍ତି ଖୋଦ୍ ବିଜେଡି ମୁଖିଆ ନବୀନ ପଟ୍ଟନାୟକ। ୨୦୧୯ ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ପାଇଁ ବିଜେଡି ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ନବୀନଙ୍କ ଏଭଳି ପରିବର୍ତିତ ରଣନୀତିର କିଭଳି ଢଙ୍ଗରେ ପ୍ରତିଜବାବ ଦିଆଯିବ, ସେ ନେଇ ବିଜେପି ଓ କଂଗ୍ରେସ ଶିବିରରେ ମନ୍ତ୍ରଣା ଆରମ୍ଭ ହୋଇଥିବା ବେଳେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କିନ୍ତୁ ବିସ୍ମୟ ପ୍ରକାଶ କରିଛନ୍ତି। ଏମିତି କଣ ହେଲା ଯେ ନବୀନ ଅସନ୍ତୁଷ୍ଟ ହେଲେ?

ଗୋଟିଏ ମହଲ ବିଚାର କରୁଛନ୍ତି ଯେ ପରୀ ହତ୍ୟାକାଣ୍ଡ ଘଟଣାରେ ବିଜେପି ଯେଉଁଭଳି ବିଜେଡି ଓ ସରକାରର ଛବି ଖରାପ କରିବା ଆରମ୍ଭ କରିଛି, ନବୀନ ତାହାକୁ ଗମ୍ଭୀରତାର ସହିତ ନେଇଛନ୍ତି। ଉଭୟ କଂଗ୍ରେସ ଓ ବିଜେପିର ରାଜ୍ୟ ପ୍ରଭାରୀ ସରକାରଙ୍କୁ ଯେଭଳି ସମାଲୋଚନା କଲେ ତାହା ବିଜେଡିକୁ ଆଘାତ ଦେଇଛି। ଆଉ ଗୋଟିଏ ମହଲର କହିବା କଥା ହେଉଛି, ବିଜେପି ରାଜ୍ୟରେ ସକ୍ରିୟ ହେବା ପୂର୍ବରୁ ବିଜେଡି ଗଡ଼ ଜଗିବା କାମ ଆରମ୍ଭ କରିଦେଲା। ତେବେ ସେ ଯାହାହେଉ, ଆଜି ପରେ ଓଡ଼ିଶା ରାଜନୀତି ଆହୁରି ସରଗରମ ହେବ, ଏଥିରେ ଆଉ ସନ୍ଦେହ ନାହିଁ। ବିଜେଡି ରାଜ୍ୟ କାର୍ଯ୍ୟକାରିକାରିଣୀ, ପରିଷଦ ଓ ଛାତ୍ର ସଂଗଠନ ବୈଠକରେ ନବୀନ ସମାନ କଥା ଦୋହରାଇବେ କି ଆହୁରି ପ୍ରଚଣ୍ଡ ଆକ୍ରମଣ କରିବେ, ତାହା ଦେଖିବା କଥା।

ହେଲେ ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ବିଜେଡିକୁ ଜବାବ ଦେବା ଲାଗି ବିଜେପି ମଧ୍ୟ ରଣନୀତି ପ୍ରସ୍ତୁତ ଚଳାଇଛି। ଦଳ ଜବାବୀ ପ୍ରତି ଆକ୍ରମଣ ଲାଗି ରଣକ୍ଷେତ୍ର ପ୍ରସ୍ତୁତ କରିବ। ଆଜି ବିଜେପିର ଶୀର୍ଷସ୍ତରରେ ବିଜେଡି ମୁଖିଆଙ୍କ ଭାଷଣକୁ ନେଇ ତନାଘନା ହୋଇଛି। ବରିଷ୍ଠ ନେତାମାନେ ବିଜେଡିର ରଣକୌଶଳ ଦେଖି ମୁକାବିଲା ପାଇଁ କେନ୍ଦ୍ରର ସଙ୍କେତ ଲୋଡ଼ିଥିବା କଥା ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଦଳର କିିଛି ନେତାଙ୍କର କହିବା କଥା ହେଲା, ଯଦି ବିଜେଡି ଥରେ ସକ୍ରିୟ ହେବ ଓ ତାକୁ ଆରମ୍ଭରୁ ରୋକାନଯିବ, ତାହା ବିଜେପି ପାଇଁ ମହଙ୍ଗା ପଡ଼ିବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଓଡ଼ିଶା ଆସି ଏଙାର ଜବାବ ଦେବା ଦରକାର। ଅନ୍ୟଥା ଅମିତ ଶାହଙ୍କ ଓଡ଼ିଶା ଗସ୍ତର ଆବଶ୍ୟକତା ରହିଛି। ଆଉ କିଛି ନେତା କହୁଛନ୍ତି ଯେ ବିଜେପି ନିର୍ବାଚନ ପରେ ଯେଭଳି ରଣନୀତି ବଦଳାଇଲା, ତାହା ଆଜି ଘାତକ ହେବାକୁ ଯାଉଛି। ହେଲେ ଉଭୟ ପକ୍ଷ କିନ୍ତୁ ସହମତ ହେଉଛନ୍ତି ଯେ ବିଜେପିକୁ ରାଜ୍ୟ ସରକାରଙ୍କ ବିରୋଧରେ ରଣନୀତିକୁ ଆହୁରି ଶାଣିତ ଓ ପ୍ରଭାବୀ କରିବାକୁ ହେବ।

ସେପଟେ କଂଗ୍ରେସ ମଧ୍ୟ ବିଜେଡିର ରଣନୀତି ଦେଖି ତର୍‌କିଲାଣି। ଶନିବାର କଂଗ୍ରେସର ଶୀର୍ଷ ନେତୃତ୍ବ ନୂଆଦିଲ୍ଲୀ ଠାରେ ଅସନ୍ତୁଷ୍ଟ ନେତାମାନଙ୍କ ସହିତ ଗୋଟିଏ ବୈଠକ କରିବେ। ଏ ନେଇ ଏକ ଜରୁରୀ ବୈଠକ ନିଜେ ସୋନିଆ ଗାନ୍ଧୀ ଡାକିଛନ୍ତି। ଏହା ପରେ କଂଗ୍ରେସ ସଭାପତି ଚୟନ ରାସ୍ତା ଖୋଲିବ। ହେଲେ ସୋନିଆ ଆସନ୍ତା ଜାନୁଆରି ମାସରେ ଓଡ଼ିଶା ଗସ୍ତରେ ଆସିପାରନ୍ତ। ଓଡ଼ିଶାରେ ଦଳ ସଂଗଠନକୁ ସକ୍ରିୟ କରିବା ଲାଗି ବିଚାର କରୁଛି। ଓଡ଼ିଶା ପ୍ରଭାରୀ ଡାକ୍ତର ଏ ଚେଲ୍ଲାକୁମାର ଘନ ଘନ ଓଡ଼ିଶା ନେତାମାନଙ୍କ ସହିତ ଆଲୋଚନା କରୁଛନ୍ତି। ଏଣୁ ସ୍ବାଭାବିକ ଭାବେ ଦଳର ରାଜ୍ୟ ନେତା ବିଜେଡି ବିରୋଧରେ ରାଜନୈତିକ ଲଢେଇ ପାଇଁ ପ୍ରସ୍ତୁତ ହେବେ। ଏହା ତୃଣମୂଳସ୍ତରକୁ କେତେ ପହଞ୍ଚିବ ବା କଂଗ୍ରେସ ପାଇଁ ସଞ୍ଜୀବନୀ ହେବ କି ନାହିଁ, ତାହା ଅଲଗା କଥା। କିନ୍ତୁ ସରକାର ବିରୋଧୀ ହାଓ୍ବା ତେଜିବ।

Leave A Reply

Your email address will not be published.