ପ୍ରମୁଖ ଖବର

ସ୍ୱର୍ଣ୍ଣ ମନ୍ଦିରରେ ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ଗୁଳିମାଡ଼
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ର
ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାବିସ୍

ବିରୋଧୀଙ୍କୁ ସୀମା ଦେଖାଇଲେ ନବୀନ

0
  • ଗୋଟିଏ ଆଞ୍ଚଳିକ ଦଳ ହିଁ ଓଡିଶାର ଯୁବ ସମାଜର ଆଶା ଓ ଅଭିଳାଷ ପୂରଣ କରିପାରିବ
  • କେବଳ ଗୋଟିଏ ଆଞ୍ଚଳିକ ଦଳ ହିଁ ଓଡିଶାର ସ୍ବତନ୍ତ୍ର ପରିଚୟକୁ ସୁରକ୍ଷା ଦେଇପାରିବ
  • ଜାତୀୟ ଦଳ ମାନେ ଆପଣଙ୍କୁ ମହାସାଗରର ଗୋଟିଏ ଛୋଟ ଜଳବିନ୍ଦୁ କରି ହଜାଇ ଦେବେ
  • ମହାନଦୀ, ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଧରି ଆଗକୁ ବଢ଼ିବାକୁ ଯୁବ ବିଜେଡିକୁ ସଙ୍କେତ
  • ବଦଳିଲା ବିଜେଡି ରାଜନୀତି ସମୀକରଣ, ଏବେ ଆକ୍ରମଣାତ୍ମକ ଢଙ୍ଗରେ ଆଗକୁ ମାଡ଼ିବ

ବିଜୁ ଯୁବ ଜନତା ଦଳ ପୁନର୍ଗଠନ ପରେ ଦଳୀୟ କାର୍ଯ୍ୟାଳୟରେ ଆଜି ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ବିଜୁ ଜନତା ଦଳ ସାଧାରଣ ସଂପାଦକ (ଯୁବ ବ୍ୟାପାର) ପ୍ରଣବ ବଳବନ୍ତରାୟ ଓ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଆଜି ରାଜ୍ୟ ରାଜନୀତିରେ ଭିନ୍ନ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ନେତୃତ୍ବ ପ୍ରତି ଅନୁରକ୍ତି ସଂପର୍କରେ ମତପୋଷଣ କରିଥିଲେ ହେଁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟ ଆଜି ଭିନ୍ନ ଏକ ଦୃଷ୍ଟିକୋଣରୁ ରାଜ୍ୟ ରାଜନୀତି ପାଇଁ ଗୁରୁତ୍ବ ରଖୁଛି। ମହାନଦୀ ଠାରୁ ଆରମ୍ଭ କରି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପର୍ଯ୍ୟନ୍ତ ସବୁ ପୂରୁଣା ପ୍ରସଙ୍ଗକୁ ଦଳ ପୁଣି ଥରେ ଏଜେଣ୍ଡା ଭିତରକୁ ଫେରାଇ ଆଣିଛି। କେନ୍ଦ୍ର ବିରୋଧରେ ଦଳ ଆଜି ତାର ଅଭିଯାନକୁ ଆହୁରି ଶାଣିତ କରିବ ବୋଲି ସୂଚନା ଦେଇଥିବା ବେଳେ ପରୋକ୍ଷରେ ବିଜେପିକୁ ତାର ସୀମା ସରହଦ ଭିତରେ ରଖିବା ଲାଗି ଯୁବ ନେତୃତ୍ବକୁ ଦାୟିତ୍ବ ଦେଇଛି।

ଆସନ୍ତୁ ପଢ଼ିବା, ମୁଖ୍ୟମନ୍ତ୍ରୀ କଣ ଏହି ବୈଠକରେ ମତ ରଖିଲେ।

ଯୁବ ଶକ୍ତି ହେଉଛି ରାଷ୍ଟ୍ରର ସବୁଠାରୁ ବଡ ଶକ୍ତି । ତେଣୁ ଆପଣମାନଙ୍କ ଜରିଆରେ ଓଡିଶାର ଯୁବ ବନ୍ଧୁ ମାନଙ୍କୁ ମୋ ମନ କଥା କହୁଛି।

ଆମ ଓଡିଶା ସ୍ବତନ୍ତ୍ର (Unique) କାହିଁକି ?
ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ – ସେଥିପାଇଁ ଓଡିଆ ଭାଷା ସ୍ବତନ୍ତ୍ର ।
ଆମ କଳା, ସଂସ୍କୃତି ଓ ଐତିହ୍ୟ ସ୍ବତନ୍ତ୍ର ।
ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ସ୍ବତନ୍ତ୍ର ।
ତାଙ୍କ ପୂଜା, ତାଙ୍କ ସଂସ୍କୃତି ହେଉଛି ଆମ ଜୀବନ ଧାରା ।

ମହାନଦୀ ଆମ ଜୀବନ ରେଖା ।
ମହାନଦୀର ପାଣି ପ୍ରତି ଓଡିଆଙ୍କ ଦେହରେ ଆଶୀର୍ବାଦ ହୋଇ ବହିଚାଲିଛି ।
ଆମ ଓଡିଶା ପ୍ରଚୁର ଖଣିଜ ସଂପଦରେ ଭରପୂର ॥
ଆମର ସମୃଦ୍ଧ ଓ ବିବିଧ ଆଦିବାସୀ ସଂସ୍କୃତି ହେଉଛି ଆମର ଶକ୍ତି।
ଓଡିଶା ଏକ ସ୍ବତନ୍ତ୍ର ପରିଚୟ ହୋଇ ରହିଛି ।
ଓଡିଶାର ଏହି ସ୍ବତନ୍ତ୍ରତାର ସୁରକ୍ଷା ପାଇଁ ଆମ ପୂର୍ବପୁରୁଷ ମାନେ ଅନେକ ତ୍ୟାଗ କରିଛନ୍ତି ।ଆମ ପାଇଁ ଲଢେଇ କରି ଆମକୁ ସ୍ବତନ୍ତ୍ର ରାଜ୍ୟ ଦେଇଛନ୍ତି ।

ଜାତୀୟ ଦଳର ମୁଖ୍ୟ ଲକ୍ଷ୍ୟ କଣ ?
ନିର୍ବାଚନ ଜିତିବା । କ୍ଷମତା ଅଧିକାର କରିବା ଏବଂ କେନ୍ଦ୍ରରେ ସରକାର ଗଢିବା ।
ଜାତୀୟ ଦଳର ରାଜ୍ୟ ନେତୃତ୍ବର ମୁଖ୍ୟ ଲକ୍ଷ୍ୟ କଣ ?
ସେମାନଙ୍କର ମୂଳ ଲକ୍ଷ୍ୟ ହେଲା, ଜାତୀୟ ନେତୃତ୍ବକୁ ଖୁସି କରିବା ଏବଂ ମନ୍ତ୍ରୀ ହେବା ବା କିଛି ବଡ ପଦବିି ପାଇବା ।

ଇତିହାସ କହୁଛି ଯେ ଜାତୀୟ ଦଳର ମୁଖ୍ୟ ଲକ୍ଷ୍ୟ ହେଉଛି – Mainstreaming agenda.
କେବଳ ଏହି mainstreaming ଜରିଆରେ ହିଁ ସେମାନେ ଅଧିକ ଭୋଟ ପାଇପାରିବେ ।
ଏଥିପାଇଁ ସେମାନଙ୍କର ନୀତି (strategy) ହେଉଛି ଗୋଟିଏ ଭାଷା – ହିନ୍ଦୀ ।
ଗୋଟିଏ ସଂସ୍କୃତି ।
ଗୋଟିଏ ନୀତି, ଯାହାକୁ ବଡ ବଡ ରାଜ୍ୟ ମାନଙ୍କ ପାଇଁ ସୁବିଧା ହେବ।
ଏବଂ ତା ପରେ ସେମାନେ ଅନ୍ୟ ରାଜ୍ୟ ମାନଙ୍କର ସ୍ବତନ୍ତ୍ର ପରିଚୟକୁ ଅଣଦେଖା କରି ସେହି ନୀତିକୁ ସମସ୍ତଙ୍କ ଉପରେ ଲଦି ଦିଅନ୍ତି।
ଜାତୀୟ ଦଳମାନେ ଜାତୀୟ ସ୍ତରରେ ନିଜ ସ୍ବାର୍ଥ ପାଇଁ ରାଜ୍ୟ ମାନଙ୍କର ସ୍ବତନ୍ତ୍ର ଆବଶ୍ୟକତା ସହିତ compromise କରିଥାନ୍ତି ।

ଆମ ପାଇଁ ଆମ ଭାଷା ଓଡିଆ, ହିନ୍ଦୀ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ।
ଆମ ପାଇଁ ମହାନଦୀ ଅନ୍ୟ ନଦୀ ଠାରୁ ଅଧିକ ପବିତ୍ର ।
ଆମ ପାଇଁ ଓଡିଶୀ ସଙ୍ଗୀତ ହେଉଛି ଶାସ୍ତ୍ରୀୟ ସଂଗୀତ ।
ଆମ ପାଇଁ କୋଶଳୀ ଓ ହୋ ଭାଷା ହେଉଛି ପ୍ରମୁଖ ଭାଷା ।
ଆମ ପାଇଁ ଆଦିବାସୀ ମାନଙ୍କର ସମୃଦ୍ଧ ବିବିଧତା ଆମର ଶକ୍ତି।
ଆମ ପାଇଁ ସମ୍ବଲପୁରୀ ହସ୍ତତନ୍ତ ହେଉଛି ବିଶ୍ବସ୍ତରୀୟ ।
କିନ୍ତୁ, ଗୋଟିଏ ଜାତୀୟ ଦଳ ପାଇଁ ଏହାର କିଛି ମୂଲ୍ୟ ନାହିଁ ।
ଆମର ସ୍ବତନ୍ତ୍ର ଐତିହ୍ୟର ସୁରକ୍ଷା ପାଇଁ ଜାତୀୟ ଦଳର ରାଜ୍ୟ ନେତା ମାନଙ୍କର voice ନାହିଁ ।
ଏବଂ ଜାତୀୟ ଦଳର centralised hierarchyରେ ଏ ବିଷୟରେ ଉଠାଇବା ପାଇଁ ଇଚ୍ଛା ବି ନାହିଁ।

ରାଜ୍ୟର କଂଗ୍ରେସ ସରକାର ସବୁବେଳେ ଦିଲ୍ଲୀରୁ ରିମୋଟ କଣ୍ଟ୍ରୋଲ ଦ୍ବାରା ଚାଲୁଥିଲା ।
ବିଜେପି ଶାସିତ ରାଜ୍ୟ ମାନେ ମଧ୍ୟ ସେମାନଙ୍କ ଜାତୀୟ ନେତୃତ୍ବର ନିର୍ଦ୍ଦେଶରେ କାମ କରୁଛନ୍ତି ।
ଏହାକୁ ଗୋଟିଏ ଆଞ୍ଚଳିକ ଦଳ ଦ୍ବାରା ପରିଚାଳିତ ଓଡିଶା ସହିତ ତୁଳନା କରନ୍ତୁ ।
ବିଜୁ ଜନତା ଦଳ ଗୋଟିଏ ଆଞ୍ଚଳିକ ଦଳ ଭାବରେ ଓଡିଶାର ସ୍ବତନ୍ତ୍ର ପରିଚୟର ପ୍ରଚାର ଓ ପ୍ରସାର ପାଇଁ କାମ କରୁଛି ।

ଆମର ଦିଲ୍ଲୀରେ କେହି boss ନାହାନ୍ତି ।
ଓଡିଶାବାସୀ ହେଉଛନ୍ତି ଆମର boss ।
ଆମେ କେବଳ ଓଡିଶାବାସୀଙ୍କ ପାଇଁ କାମ କରୁଛୁ ଓ ସେମାନଙ୍କ ଅଧିକାର ପାଇଁ କାମ କରୁଛୁ ।
ମହାନଦୀ ପାଣି ପାଇଁ ଆମେ ଲଢେଇ କରୁଛୁ ।
ଆମେ ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଲଢେଇ କରୁଛୁ ।
କୋଶଳୀ ଓ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ସିଡୁଲରେ ସାମିଲ କରିବା ପାଇଁ ଲଢେଇ କରୁଛୁ ।
ଓଡିଶାର ଖଣିଜ ସଂପଦର ଲାଭ ଯେପରି ଓଡିଶା ଓ ଓଡିଶାବାସୀ ପାଇବେ, ସେଥିପାଇଁ ଆମେ ଲଢେଇ କରୁଛୁ ।

ପ୍ରାୟ ପ୍ରତି ବର୍ଷ ଓଡିଶା ବଡ ବଡ଼ ପ୍ରାକୃତିକ ବିପର୍ଯ୍ୟୟର ସାମନା କରୁଛି ।
ଆମର ସ୍ବତନ୍ତ୍ର ଭୌଗଳିକ ଅବସ୍ଥିତି ପାଇଁ ଏହା ଘଟୁଛି ।
ଉଭୟ ଜାତୀୟ ଦଳ, ବିଜେପି ଓ କଂଗ୍ରେସ, ସେମାନଙ୍କ manifestoରେ special category statusକୁ ଏକ ନମ୍ବରରେ ରଖିଥିଲେ।
କିନ୍ତୁ ନିର୍ବାଚନ ପରେ ଏହି ଦାବୀକୁ ସହଜରେ ଭୁଲିଗଲେ ।
କିନ୍ତୁ ବି.ଜେ.ଡି ଏଥିପାଇଁ ଲଢେଇ ଜାରି ରଖିବ।

ଓଡିଶା ପ୍ରତି କେନ୍ଦ୍ରର ବୈମାତୃକ ବ୍ୟବହାର ବିଷୟ ସବୁବେଳେ ଉଠାଇବ ।
ଗୋଟିଏ ସ୍ବତନ୍ତ୍ର ରାଜ୍ୟ ଗଠନର ଲକ୍ଷ୍ୟ ହେଉଛି – ଓଡିଶାର ସ୍ବତନ୍ତ୍ର ପରିଚୟର ସୁରକ୍ଷା ଏବଂ ଓଡିଶାବାସୀଙ୍କ ସ୍ବାର୍ଥ ପାଇଁ ଲଢେଇ ।
ଗୋଟିଏ ଆଞ୍ଚଳିକ ଦଳ ହିଁ ରାଜ୍ୟର ଲୋକମାନଙ୍କ ପାଇଁ ଲଢେଇ କରେ ।
ବିଜୁ ଜନତା ଦଳ ଗୋଟିଏ ଆଞ୍ଚଳିକ ଦଳ ଭାବରେ ସ୍ବତନ୍ତ୍ର ଓଡିଶା ଗଠନ ସମୟର ଆଶା ଓ ଆଦର୍ଶର ପ୍ରତୀକ ହୋଇଯାଇଛି ।

ମୋର ଏହି ବାର୍ତ୍ତା କେବଳ ଆପଣ ମାନଙ୍କ ପାଇଁ ନୁହେଁ ।
ଏହା ସାରା ଓଡିଶାର ଯୁବ ସମାଜ ପାଇଁ ।
ସାରା ଓଡିଶାର ଭବିଷ୍ୟତ ପୀଢି ପାଇଁ ।
ମୋ କଥା ଭଲ ଭାବରେ ମନେ ରଖନ୍ତୁ ।
କେବଳ ଗୋଟିଏ ଆଞ୍ଚଳିକ ଦଳ ହିଁ ଓଡିଶାର ଯୁବ ସମାଜର ଆଶା ଓ ଅଭିଳାଷ ପୂରଣ କରିପାରିବ ।
କେବଳ ଗୋଟିଏ ଆଞ୍ଚଳିକ ଦଳ ହିଁ ଓଡିଶାର ସ୍ବତନ୍ତ୍ର ପରିଚୟକୁ ସୁରକ୍ଷା ଦେଇପାରିବ।
ନଚେତ୍‌, ଜାତୀୟ ଦଳ ମାନେ ଆପଣଙ୍କୁ ମହାସାଗରର ଗୋଟିଏ ଛୋଟ ଜଳବିନ୍ଦୁ କରି ହଜାଇ ଦେବେ ।

Leave A Reply

Your email address will not be published.