ପ୍ରମୁଖ ଖବର

ଚତୁର୍ଥ ପର୍ଯ୍ୟାୟରେ ଦେଶ ଦେଲା ଭୋଟ: ୯୬ ଲୋକସଭା ଓ ଆନ୍ଧପ୍ରଦେଶ ସମସ୍ତ ୧୭୫ ଏବଂ ଓଡ଼ିଶାର ୨୮ଟି ବିଧାନସଭା ଆସନରେ ମତଦାନ
ଡାକ୍ତର ମାନସ ରଞ୍ଜନ ସାହୁ ହେଲେ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ନୂଆ କୁଳପତି, ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ରଘୁବର ଦାସ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି, ଆଜି ଏନେଇ ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି

ଆର୍‌ଏସ୍‌ପିରେ ଗ୍ୟାସ ଲିକ୍, ୨ମୃତ

0

ଭୁବନେଶ୍ବର: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଭାବନୀୟ ଘଟଣା ଘଟିଛି। କୋଲ୍ କେମିକାଲ୍ ଡିପାର୍ଟମେଣ୍ଟରେ ଗ୍ୟାସ୍ ଲିକ୍ ଯୋଗୁଁ ୧୦ ଜଣ ଠିକା ଶ୍ରମିକ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଦୁଇଜଣ ଗୁରୁତର ଥିବା ବେଳେ ବାକି ୬ଜଣ ଶ୍ରମିକ ଆପାତତଃ ସୁସ୍ଥ ଥିବା କୁହାଯାଉଛି।

ଆଜି ସକାଳ ପ୍ରାୟ ସାଢେ ନଅଟା ବେଳେ ଏହି ଘଟଣା ଘଟିଥିଲା। ତୁରନ୍ତ ଅଗ୍ନିଶମ କର୍ମଚାରୀମାନେ ଆସି ଗ୍ୟାସ୍ ଲିକ୍‌ରେ ଫସିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ। ପ୍ରଥମେ ସେମାନଙ୍କୁ ପ୍ଲାଣ୍ଟ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଇସ୍ପାତ ଜେନେରାଲ୍ ହସ୍ପିଟାଲକୁ ପଠାଯାଇଥିଲା।

କେଉଁ ପରିସ୍ଥିତିରେ ବିଷାକ୍ତ ଗ୍ୟାସ୍ ଲିକ୍ ହେଲା, ତାହା ଜଣାପଡ଼ିନାହିଁ। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଯାଞ୍ଚ ଚଳାଇଛନ୍ତି। ସେପଟେ ଏହାକୁ ନେଇ ଶ୍ରମିକ ସଂଗଠନମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

Leave A Reply

Your email address will not be published.