ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଅଗଷ୍ଟ ପହିଲାରେ ‘ନିଟ୍’

0

ନୂଆଦିଲ୍ଲୀ: ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍‌) ଅଗଷ୍ଟ ପହିଲାରେ ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତରେ ଏନ୍‌ଟିଏ ଶୁକ୍ରବାରଘୋଷଣା କରିଛି। ପ୍ରତ୍ୟେକ୍ଷ ଭାବେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ଓ ଏଥର ଇଂରାଜି ସମେତ ୧୧ଟି ଭାଷାରେ ଏହି ପରୀକ୍ଷା କରାଯିବ।

ସରକାର ପୂର୍ବରୁ ଅନ୍‌ଲାଇନରେ ଏହି ପରୀକ୍ଷା କରିବାକୁ ଚିନ୍ତା କରୁଥିଲେ। କିନ୍ତୁ ଶେଷ ମୁହୂର୍ତରେ ଏଥିରେ ପରିବର୍ତ୍ତନ ଅଣାଯାଇଛି। ମେଡିକାଲ୍ ଏବଂ ଡେଣ୍ଟାଲ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ଏହା ଏକ ବଡ଼ ପ୍ରବେଶିକା ପରୀକ୍ଷଆ ଅଟେ।

ଏନ୍‌ଟିଏ ବିଜ୍ଞପ୍ତିରେ କୁହାଯାଇଛି ଯେ ବିଏସସି ନର୍ସିଂ ଏବଂ ବି.ଏସ୍ ଲାଇଫ୍ ସାଇନ୍ସରେ ନାମଲେଖା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରୀ ମହାବିଦ୍ୟାଳୟର ଅନ୍ୟାନ୍ୟ ସଂସ୍ଥା ନିଟ୍‌ର ଫଳାଫଳ ବ୍ୟବହାର କରିପାରିବେ।

ଚଳିତ ବର୍ଷ କେବଳ ଗୋଟିଏ ଅର୍ଥାତ୍ ଥରୁଟିଏ ପାଇଁ ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ। ସ୍ୱାସ୍ଥ୍ୟ ଏବଂ ଶିକ୍ଷା ମନ୍ତ୍ରଣାଳୟ ଚଳିତ ବର୍ଷ ଠାରୁ ପ୍ରତିବର୍ଷ ଦୁଇଥର ନିଟ୍‌ ଆୟୋଜନ କରିବାକୁ ଚିନ୍ତା କରୁଥିଲେ। କିନ୍ତୁ ବର୍ତ୍ତମାନ ଏହି ଯୋଜନାକୁ ସ୍ଥଗିତ କରାଯାଇଛି।

ପ୍ରତିବର୍ଷ ନିଟ୍‌ ପାଇଁ ୧୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ହୁଅନ୍ତି। ନିଟ୍‌ ୨୦୨୦ରେ ୧୬ ଲକ୍ଷ ପ୍ରାର୍ଥୀ ପଞ୍ଜୀକୃତ ହୋଇଥିଲେ ଓ ସେମାନଙ୍କ ମଧ୍ୟରୁ ୧୩.୫ ଲକ୍ଷ ପରୀକ୍ଷା ପାଇଁ ହାଜର ହୋଇଥିଲେ।

Leave A Reply

Your email address will not be published.