ପ୍ରମୁଖ ଖବର

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୪ ଓ ୨୫ରେ ଓଡ଼ିଶା ହାଇକୋର୍ଟ ବନ୍ଦ ରହିବ, ଏଥି ପାଇଁ ନଭେମ୍ବର ୩୦ ଓ ଡିସେମ୍ବର ୭ରେ ହାଇକୋର୍ଟ ଖୋଲା ରହିବ
ବାତ୍ୟା ପାଇଁ ଓଏଏସ୍ ପ୍ରିଲିମ୍‌ ପରୀକ୍ଷା ସ୍ଥଗିତ
ହବିଷ୍ୟାଳିଙ୍କ ପାଇଁ ୨୪ ଓ ୨୫ ତାରିଖରେ ବନ୍ଦ ରହିପାରେ ମହାପ୍ରଭୁଙ୍କ ଦର୍ଶନ:ଜିଲ୍ଲାପାଳ
ବାତ୍ୟା ପାଇଁ ବ୍ୟାପକ ଟ୍ରେନ୍‌ ବାତିଲ ଘୋଷଣା କଲା ରେଲୱେ
ବାତ୍ୟା ପ୍ରଭାବିତ ଜିଲାରେ ବନ୍ଦ ରହିବ ମଦ ଦୋକାନ ; ନଗର ଉନ୍ନୟନ ମନ୍ତ୍ରୀ
୬ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ
ବାତ୍ୟା ‘ଦାନା’ ପାଇଁ ନନ୍ଦନକାନନ ବନ୍ଦ
ୱାୟନାଡ ପାଇଁ ନାମାଙ୍କନ ଦାଖଲ କଲେ ପ୍ରିୟଙ୍କା ଗାନ୍ଧି
ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ମିଳିଲା ଜାମିନ

ବିଜେଡି-ବିଜେପି ପାଇଁ କିଛି ଭଲ ସୂଚନା ନାହିଁ

0

ପଶ୍ଚିମବଙ୍ଗ ନିର୍ବାଚନ ସୂଚାଇଦେଲା ବଦଳାଇବାକୁ ହେବ ରାଜନୀତି ଗଣିତ

ଭୁବନେଶ୍ବର: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଓଡ଼ିଶା ରାଜନୀତି ପାଇଁ ଅତ୍ୟନ୍ତ ଗୁରୁତ୍ବ ରଖେ। ଏହି ନିର୍ବାଚନରେ ବିଜେପିର ପ୍ରଦର୍ଶନ ଉପରେ ଅନେକ ଚର୍ଚ୍ଚା ଇତିମଧ୍ୟରେ ହୋଇସାରିଲାଣି। ଗୋଟିଏ କଥା ତ କୁହାଯାଇସାରିଛି ଯେ ବିଜେପିର ପୂର୍ବ ଦଖଲ ଅଭିଯାନ ପ୍ରଭାବିତ ହେବ। କିନ୍ତୁ ଏହି ନିର୍ବାଚନ ଫଳାଫଳ ଅନ୍ୟ ଗୋଟିଏ ଦୃଷ୍ଟିକୋଣରୁ ଉଭୟ ଭାରତୀୟ ଜନତା ପାର୍ଟି ଓ ବିଜେଡି ଭଳି ଆଞ୍ଚଳିକ ଦଳ ପାଇଁ ବି ସତର୍କ ସୂଚନା ବୋଲି କୁହାଯାଇପାରେ।

ରାଜନୈତିକ ପର୍ଯ୍ୟବେକ୍ଷକ ଯେଉଁ ବଡ଼ ସଙ୍କେତ ଦେବାକୁ ଚାହୁଁଛନ୍ତି, ତାହା ହେଲା, ଓଡ଼ିଶା ପାଇଁ ଉଭୟ ଦଳର ରଣନୀତିରେ ବ୍ୟାପକ ପରିବର୍ତ୍ତନ କରିବାର ସମୟ ଆସିଯାଇଛି। ବିଜେପିକୁ ସ୍ପଷ୍ଟ କରିବାକୁ ହେବ ଯେ ସେମାନେ ବିଜେଡିକୁ ପ୍ରତିପକ୍ଷ ବୋଲି ବିଚାର କରୁଛନ୍ତି। ଠିକ୍ ଅନୁରୂପ ଭାବେ ବିଜେଡି କେବଳ ଉଚ୍ଚାରଣ ନୁହେଁ, ଆଚରଣରେ ଦେଖାଇବା ଦରକାର ଯେ କୌଣସି ପରିସ୍ଥିତିରେ ସେମାନେ କେନ୍ଦ୍ର ସରକାରଙ୍କ ସହ ବୁଝାମଣା କରିବାର ପ୍ରଶ୍ନ ଉଠୁନାହିଁ। ପଶ୍ଚିମବଙ୍ଗ ନିର୍ବାଚନରେ ମମତାଙ୍କର ତାଙ୍କ ରାଜ୍ୟ ପ୍ରତି ପ୍ରତିବଦ୍ଧତା ବିଜେପିର ସବୁ ରଣକୌଶଳକୁ ବିଫଳ କରିଦେବା ପଛର ଏକ ବଡ଼ କାରଣ।

୨୦୧୪ ମସିହାରେ ଏନ୍‌ଡିଏ ସରକାର ଆସିବା ପରେ ବିଜେଡି ସମଦ୍ବରୂତ୍ବ ଫର୍ମୁଲା ଗ୍ରହଣ କରିଛି। ଓଡ଼ିଶା ସ୍ବାର୍ଥ ହାସଲ ବିନିମୟରେ କେନ୍ଦ୍ରକୁ ସମର୍ଥନ କଥା ନେତାମାନେ ବାରମ୍ବାର କହିଥିଲେ ହେଁ, ରାଜନୈତିକ ବାଧ୍ୟବାଧକତା କାରଣରୁ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିଜେପି ଅତି ସହଜରେ ବିଜେଡିର ସମର୍ଥନ ନେଇଛି। ଏପରିକି ବିଜେଡି ଗୋଟିଏ ରାଜ୍ୟସଭା ଆସନ ଦେବାରେ ପଛଘୁଞ୍ଚା ଦେଇନାହିଁ। ବର୍ତ୍ତମାନ କିନ୍ତୁ ଏଭଳି ରଣନୀତି ବିଜେଡିକୁ ଆଉ ବିଶେଷ ସାହାଯ୍ୟ କରିବ ନାହିଁ। ବରଂ ବୁମେରାଂ ହୋଇପାରେ।

ନିକଟରେ ଘଟିଥିବା ଗୋଟିଏ ଛୋଟିଆ ଉଦାହରଣ ଏଭଳି ସଙ୍କେତ ଦେଇଛି। ତୈଳ ଦର ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରକୁ ସମାଲୋଚନା କରି ବିଜେଡି ସଂଗଠନ ସଂପାଦକ (ମୁଖ୍ୟାଳୟ) ସଂଜୟ ଦାସବର୍ମା ଯେଉଁ ମନ୍ତବ୍ୟଟି ଦେଲେ ତାହା ଅତ୍ୟନ୍ତ ମପାଚୁପା ଥିଲା। ବିଜେଡି ଅସନ୍ତୋଷ ରଖିଥିଲା, ହେଲେ ପୂର୍ବଭଳି ନୁହେଁ। କିନ୍ତୁ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଥିବା ଏହି ଖବରକୁ ନେଇ ଥିବା ପ୍ରତିକ୍ରିୟା କିଛି ଭଲ ନଥିଲା ବା ବିଜେଡି ସପକ୍ଷରେ ଗଲା ନାହିଁ। ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ହେବା ପରିବର୍ତ୍ତେ ବିଜେଡିର ଭୂମିକା କଥା ଚର୍ଚ୍ଚାକୁ ଆସିଲା। ଏବେ କାହିଁକି ତୈଳ ଦର କଥା ବିଜେଡିର ମନେ ପଡ଼ିଲା ବୋଲି ଗାଁ ଗଣ୍ଡା ଲୋକ ବି ପ୍ରତିକ୍ରିୟା ଦେବାକୁ ପଛଘୁଞ୍ଚା ଦେଲେ ନାହିଁ। ଅର୍ଥାତ୍ ଗୋଟିଏ ସମୟରେ ଏହିସବୁ ପ୍ରସଙ୍ଗକୁ ନେଇ କମ୍ପନ ସୃଷ୍ଟି କରୁଥିବା ବିଜେଡି ତାର ରଣନୀତିରେ ଯଥେଷ୍ଟ ପରିବର୍ତ୍ତନ କରିଛି, ଏକଥା ଉପରେ ଭୋଟର ଶକ୍ତ ନଜର ରଖିଛନ୍ତି।

ପିପିଲି ନିର୍ବାଚନ ପ୍ରଚାର ବେଳେ ପ୍ରଥମ ଥର ପାଇଁ ଦେଖାଗଲା ଯେ ସାଧାରଣ ଲୋକେ ରାଜ୍ୟ ସରକାରଙ୍କ କୌଣସି ଯୋଜନା ସଂପର୍କରେ ଅସନ୍ତୋଷ ବ୍ୟକ୍ତ କରିବାର ସାହସ ଦେଖାଇଲେ। ଏହା ଅତି ତୀବ୍ର ନଥିଲେ ମଧ୍ୟ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିବା ନେତାମାନେ କିନ୍ତୁ ତାର ତୀବ୍ରତା ଅନୁଭବ କରିଛନ୍ତି। ଏକଥା କେଉଁଠି ନା କେଉଁଠି ବାର୍ତ୍ତା ଦେଉଛି ଯେ ରାଜ୍ୟ ସରକାରଙ୍କର ସକଳ ଉଦ୍ୟମ ସତ୍ତ୍ବେ ତୃଣମୂଳସ୍ତରରେ ପ୍ରଶାସନିକ ମନମାନି ଏବଂ କୁଜି ନେତାଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି, ଠିକ୍ କଂଗ୍ରେସ ସରକାର ଭଳି। ସ୍ଥାନୀୟ ନେତାମାନଙ୍କର ସାଧାରଣ ଲୋକଙ୍କ ଉପରେ ନିୟନ୍ତ୍ରଣ ଆପାତତଃ ଆଉ ନାହିଁ। ଏହାକୁ ମୂଳରୁ ପ୍ରତିହତ କରାନଗଲେ, ତାହା ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିପାରେ।

ବିଜେପି ପାଇଁ ବି ସତର୍କ ଘଣ୍ଟି ବାଜିଲାଣି। ଦଳର ନେତାମାନେ ଏବେ ସେମାନଙ୍କ ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତନ ନ ଆଣିଲେ, କେବଳ ଭାବମୂର୍ତ୍ତି ଭୋଟ ଗୋଟାଇବାରେ ବିଶେଷ ସହାୟକ ହେବ ନାହିଁ। ଭୋଟରଙ୍କ ଭିତରେ ଗୋଟିଏ ବଦ୍ଧମୂଳ ଧାରଣା ବଢିବାରେ ଲାଗିଛି ଯେ ବିଜେଡିଠାରୁ ବିଜେପି ବହୁ ଦୂରରେ ନାହିଁ। କାରଣ ସାଧାରଣ ଲୋକଙ୍କ ପ୍ରସଙ୍ଗ ଠାରୁ ଦଳ ବହୁଦୂରରେ ଅଛି। କୌଣସି ଗୋଟିଏ ପ୍ରସଙ୍ଗକୁ ବେଶୀ ଆକ୍ରମଣାତ୍ମକ ଓ ଯୋଜନାହୀନ ଏବଂ ଦୁର୍ବଳ ଢଙ୍ଗରେ ଟାଣିନେବାକୁ ନେତାମାନେ ପ୍ରୟାସ କରୁଥିବାରୁ ଏହା ନିର୍ଣ୍ଣାୟକ ମୋଡ଼ ନେଇପାରୁନାହିଁ।

ଆହୁରି ବଡ଼ କଥା ହେଲା, ସଂଗଠିତ ଭାବେ ଦଳ ରାଜ୍ୟ ସରକାରଙ୍କ ବିରୋଧରେ ଏଯାଏ ଛିଡା ହୋଇପାରିଲା ନାହିଁ। ଗୋଟିଏ ପ୍ରସଙ୍ଗକୁ ନେଇ ଦଳରୁ ସୃଷ୍ଟି ହେଉଥିବା ଏକାଧିକ ମତ ଭୋଟରଙ୍କ ନଜର ଆଢୁଆଳରେ ନାହିଁ, ଏକଥା ସମ୍ଭବତଃ ରାଜ୍ୟ ବିଜେପି ନେତାମାନେ ଭୁଲିଯାଇଛନ୍ତି।

ଦଳ ପାଇଁ ଆଶ୍ବସ୍ତିର କଥା ହେଲା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଆଚରଣ ଓ ଉଚ୍ଚାରଣ ଇତିମଧ୍ୟରେ ସାଧାରଣ ଲୋକଙ୍କ ଆସ୍ଥା ବଢ଼ାଇଛି। ହେଲେ କେବଳ ନେତୃତ୍ବର ବ୍ୟକ୍ତିତ୍ବ ଉପରେ ଆଞ୍ଚଳିକ ନିର୍ବାଚନ ଯୁଝିହେବନାହିଁ। ଶ୍ରୀ ପ୍ରଧାନଙ୍କ ମୋର୍ଚ୍ଚା ଏଯାଏ ସଶକ୍ତ ହୋଇପାରିନାହିଁ। ବିଜେପି ତୁଳନାରେ ଆଜି ଦିନରେ ବିଜେଡିର ସୋସିଆଲ ମିଡ଼ିଆ ଓ୍ବିଙ୍ଗ୍ ବେଶ ସକ୍ରିୟ ହୋଇଯାଇଛି। ମହିଳା ମୋର୍ଚ୍ଚା ବି ବିଜେଡି ତୁଳନାରେ ଦୁର୍ବଳ, ଯଦିଓ ନିଜେ ସାଂସଦ ଅପରାଜିତା ଷଡ଼ଙ୍ଗୀ ବେଶ୍ ସକ୍ରିୟ ଓ ପ୍ରଭାବଶାଳୀ ଅଛନ୍ତି। ତାଙ୍କ ସହିତ ମହିଳା ଭାରତୀୟ ଜନତା ପାର୍ଟିର ମହିଳା ଶାଖା ଗୋଟିଏ ବଡ଼ କାର୍ଯ୍ୟକ୍ରମ ଏଯାଏ ହାତକୁ ନେଇପାରିନାହିଁ। ବରଂ ପରୀ ଭଳି ମାମଲାରେ ଯେବେ ମହିଳା ଶାଖା ଜୋରଦାର ଲାଗିଥିଲା, ଦୁର୍ବଳ ରଣନୀତି କାରଣରୁ ସମ୍ଭବତଃ ସେବେ ଅପରାଜିତା ଏଥିରୁ ଦୂରେଇ ରହିଥିଲେ। ଆଉ ଅପରାଜିତାଙ୍କ କାର୍ଯ୍ୟକ୍ରମରେ ବିଜେପି ମହିଳା ନେତ୍ରୀମାନେ ନଥିଲେ।

(ଅବଶିଷ୍ଠାଂଶ ପରବର୍ତ୍ତୀ ଖବରରେ ଆସିବ)

Leave A Reply

Your email address will not be published.