ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

କଣ କଥା ହେଲେ ନବୀନ-ଧର୍ମେନ୍ଦ୍ର?

0

ଭୁବନେଶ୍ବର: ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ବୁଧବାର ଅପରାହ୍ନରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଓଡ଼ିଶା ସମେତ ୮ଟି ରାଜ୍ୟର ଭର୍ଚୁଆଲ ବୈଠକ ନେବେ। ଏପଟେ କେନ୍ଦ୍ର-ରାଜ୍ୟ ସମ୍ମିଳିତ ଭାବେ କୋଭିଡ୍ ମୁକାବିଲା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଟେଲିଫୋନରେ କଥା ହୋଇଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ଟ୍ବିଟ୍ କରି ଜଣାଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, ”କୋଭିଡ୍ ମୁକାବିଲା ଦିଗରେ କେନ୍ଦ୍ର ସରକାର ଯେଉଁ ସବୁ ପଦକ୍ଷେପ ନେଇଛନ୍ତି, ସେସବୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କଲି। ସଂପ୍ରତି କୋଭିଡ୍ ଆଗକୁ ଯେଉଁ ଆହ୍ବାନ ଆଣିଛି, ସେ ସଂପର୍କରେ ମଧ୍ୟ ଉଭୟଙ୍କର ଆଲୋଚନା ହୋଇଛି।”

”ଓଡିଶା ପାଇଁ ପରବର୍ତ୍ତୀ ୧୫ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଲି ଯେ ତୃଣମୂଳ ସ୍ତରରୁ ପରିସ୍ଥିତିକୁ ମୁକାବିଲା କରିବାକୁ ହେବ ଓ କଣ୍ଟେନମେଣ୍ଟ ଠାରୁ ଆରମ୍ଭ ରିଲିଫ୍ ଆଦି ବ୍ୟବସ୍ଥାକୁ ସୁଦୃଢୀକରଣ କରିବାକୁ ପଡ଼ିବ। ସିଭିଲ୍ ସୋସାଇଟିର ସଦସ୍ୟ ଓ ସ୍ୱେଚ୍ଛାସେବୀଙ୍କୁ ଅଧିକରୁ ଅଧିକ ସାମିଲ କରାଯିବା ଏବେ ଅପରିହାର୍ଯ୍ୟ ହୋଇପଡ଼ିଛି।” କେନ୍ଦ୍ରମନ୍ତ୍ରୀ କହିଛନ୍ତି।

କୋଭିଡ୍‌ର ପ୍ରଭାବଶାଳୀ ପରିଚାଳନା ପାଇଁ ଓଡ଼ିଶାର ସମସ୍ତ ରାଜନୈତିକ ଦଳର ସଦସ୍ୟଙ୍କୁ ନେଇ ଗ୍ରାମ ଓ ପୌରସଂସ୍ଥା ଓ୍ବାର୍ଡସ୍ତରରେ ଏକ କୋଭିଡ୍ ସଙ୍କଟ ପରିଚାଳନା କମିଟି ଗଠନ କରିବା ଲାଗି ମଧ୍ୟ ଶ୍ରୀ ପ୍ରଧାନ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଓଡିଶାରେ ଟିକା ଉପଲବ୍ଧତା ବୃଦ୍ଧି ବିଷୟରେ ତାଙ୍କ ସହିତ ଆଲୋଚନା କରିଥିବା ଶ୍ରୀ ପ୍ରଧାନ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି। ଏ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏବଂ ମାନସୁଖ ମାଣ୍ଡଭିଆଙ୍କ ସହିତ ଆଲୋଚନା ହୋଇଥିବା ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଟିକା ଡୋଜ, ଦ୍ରୁତ ପରୀକ୍ଷଣ କିଟ୍, ରେମଡେସିଭିର୍ ଓ ଅନ୍ୟାନ୍ୟ ଔଷଧ ସୁଗମ ଯୋଗାଣ ନେଇ ଓଡ଼ିଶାକୁ ସମସ୍ତ ସହାୟତାର ହାତ ବଢାଇବା ଲାଗି ଉଭୟ କେନ୍ଦ୍ରମନ୍ତ୍ରୀଙ୍କ ସହିତ ସହିତ ସେ କଥା ହୋଇଥିବା ଶ୍ରୀ ପ୍ରଧାନ ଜଣାଇଥିଲେ।

କେନ୍ଦ୍ର ସରକାର ଏକ ‘ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ’ ସହିତ କାର୍ଯ୍ୟ କରୁଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ଏବଂ କୋଭିଡ୍ ମୁକାବିଲା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ତେବେ ସମ୍ମିଳିତ ଭାବେ ପ୍ରୟାସ କଲେ ଉଭୟ ଓଡିଶା ଏବଂ ଭାରତ ମହାମାରୀ ବିରୋଧରେ ଏହି ଲଢ଼େଇ ଜିତିବେ ବୋଲି ସେ ଦର୍ଶାଇଛନ୍ତି।

ସେ ଟ୍ବିଟ୍‌ରେ ଏ ସ୍ଲୋଗାନ୍ ବି ଦେଇଛନ୍ତି ଯେ ଏକତ୍ର ଲଢ଼ିବା ଏବଂ ଆମେ ଜିତିବା |

Leave A Reply

Your email address will not be published.