ପ୍ରମୁଖ ଖବର

ଆରଜି କର ହସ୍ପିଟାଲ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା: ଦୋଷୀ ସଞ୍ଜୟକୁ ଆଜୀବନ କାରାଦଣ୍ଡ
ପିଲାମାନଙ୍କର ବୟସ ୬ବର୍ଷ ହୋଇନଥିଲେ ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଅନୁମତି ମିଳିବ ନାହିଁ
ଆଜିଠୁ କୋଣାର୍କରେ ଦୁଇ ଦିନିଆ ଖଣି ମନ୍ତ୍ରୀ ସମ୍ମିଳନୀ
ସାତପଡ଼ାରେ ଆରମ୍ଭ ହେଲା ଡଲଫିନ୍‌ ଗଣନା
ରାଜ୍ୟରେ ନିଯୁକ୍ତ ହେବେ ୨ ହଜାର ଟ୍ରାଫିକ୍‌ ପୋଲିସ
ଯୁବତୀ ଚାଲାଣ କରୁଥିଲେ ହଂସିତା, ଅନିଲ

କେଉଁଠି କେଉଁଠି ହେବ ଝଡ଼ ବର୍ଷା, ଜାଣନ୍ତୁ

0

୨୪ ଘଣ୍ଟା ଯାଏ ଜାରି ରହିବ, ଅରେଞ୍ଜ ଓ ୟେଲୋ ଓ୍ବାର୍ଣ୍ଣିଂ ଜାରି⛈️⛈️

ଭୁବନେଶ୍ବର: ଦକ୍ଷିଣ ପୂର୍ବ ମଧ୍ୟପ୍ରଦେଶ ଓ ଆଖପାଖ ଅଞ୍ଚଳରେଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସକ୍ରିୟ ରହିଛି। ଏହାର ପ୍ରଭାବରେ ଗତ ୨୪ ଘଣ୍ଟା ଧରି ଉତ୍ତର ଅଭ୍ୟନ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ରେକର୍ଡ ହୋଇଛି ଏବଂ ଗୋଟିଏ ଦୁଇଟି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି।

ପାଣିପାଗ ସ୍ଥିତି ସଂପର୍କରେ ଆକଳନ କରି ସାର୍ଥକ ମିଶ୍ର କହିଛନ୍ତି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଉପକୂଳ ଓଡ଼ିଶାର ଅଧିକାଂଶ ଅଞ୍ଚଳ ସମେତ ରାଜ୍ୟର ଅନ୍ୟ କିଛି ଅଞ୍ଚଳରେ ଘଡ଼ଘଡ଼ି, ବଜ୍ରପାତ ସହିତ ବର୍ଷା ହୋଇପାରେ। ବାଲେଶ୍ଵର ,ଭଦ୍ରକ ,ଯାଜପୁର , କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ , କଟକ, ନୟାଗଡ଼ , ଖୋର୍ଦ୍ଧା, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଗଞ୍ଜାମ , ଗଜପତି , ରାୟଗଡ଼ା, କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହିତ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦-୫୦କିମି ରହିପାରେ। ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଆରବସାଗର ରେ ଚଳିତ ବର୍ଷ ର ପ୍ରଥମ ବାତ୍ୟା ‘ ତଉକତେ’ ସୃଷ୍ଟି ହେବାକୁ ଯାଉଛି। ଦକ୍ଷିଣ ପୂର୍ବ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି। ଏହି କ୍ଷେତ୍ର ୧୪ ତାରିଖ ସୁଦ୍ଧା ଲଘୁଚାପ ଓ ୧୬ ତାରିଖରେ ବାତ୍ୟାର ରୂପ ନେବା ସମ୍ଭାବନା ଅଧିକ। ୧୮ ତାରିଖ ବେଳକୁ ଏହି କ୍ଷେତ୍ର ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟା ରୂପ ନେବାର ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ।

ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଆଗକୁ ବଢିବା ସହିତ ୧୯-୨୦ ତାରିଖ ବେଳକୁ ଲ୍ୟାଣ୍ଡଫାଲ୍ କରିବାର ସମ୍ଭାବନା ରହିଛି। ତେବେ ଏହି ବାତ୍ୟା କେଉଁ ଉପକୂଳ ଲ୍ୟାଣ୍ଡ ଫାଲ୍ କରିବ ସେ ନେଇ ସ୍ପଷ୍ଟ ହୋଇପାରୁନାହିଁ। ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ , କେରଳ , ଦକ୍ଷିଣ ତାମିଲନାଡୁ, ଲାକ୍ଷାଦ୍ଵୀପରେ ବାତ୍ୟାର ପ୍ରଭାବ ଅନୁଭୂତ ହେବ।

ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାର କୌଣସି ପ୍ରଭାବ ପଡିବ ନାହିଁ।

Leave A Reply

Your email address will not be published.