ପ୍ରମୁଖ ଖବର

ଝାରଖଣ୍ଡ ନିର୍ବାଚନ: ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ଏନସିପିରେ ଯୋଗଦେଲେ ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି
ସ୍ୱାଭାବିକ ହେଲା ଭୁବନେଶ୍ୱର ବିମାନସେବା
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ
ବ୍ରହ୍ମବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ
ବାତ୍ୟାରେ ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ପକ୍କା ଘର: ରାଜସ୍ବ ମନ୍ତ୍ରୀ
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୭ ସୁଟର ଗିରଫ

ଅକଳରେ ପକାଇଦେଇଛନ୍ତି ଆଇଏଏସ୍ ବାବୁ

0
  • ୪ ଅଫିସରଙ୍କ ନିଯୁକ୍ତିରେ ବିଳମ୍ବ ଆଇଏଏସ୍‌ ଅଦଳବଦଳକୁ ପ୍ରଭାବିତ କଲେଣି
  • ଜଣେ ଜଣେ ଅଧିକାରୀଙ୍କ ହାତରେ ଏକାଧିକ ବିଭାଗ, କାହା ସହ କାହାର ତାଳମେଳ ନାହିଁ
  • ବିହାରରୁ ଡେପୁଟେସନରୁ ଫେରି ମନୀଷ ପୁଣି ୪ମାସ ପାଇଁ ଗଲେ ଛୁଟିରେ
  • ସଂଜୀବ ଚୋପ୍ରା କେନ୍ଦ୍ରୀୟ ଡେପୁଟେସନରେ ଗଲେ ଅନୁ ଗର୍ଗ ଏସିଏସ୍‌ ପାହ୍ୟାକୁ ଉଠିବେ

ଭୁବନେଶ୍ବର: ରାଜ୍ୟ ପ୍ରଶାସନରେ ଏବେ ଏକ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି।ଏମିତି ଯେ ସରକାର ପ୍ରଶାସନିକସ୍ତରରେ ଅଦଳବଦଳ କରିପାରୁନାହାନ୍ତି। କୋଭିଡ୍ କାରଣରୁ ସରକାର ଚାପଗ୍ରସ୍ତ ଅଛନ୍ତି ଏବଂ ବର୍ତ୍ତମାନ ପରିସ୍ଥିତିରେ ଅଦଳବଦଳ କଲେ ମୁକାବିଲା କାର୍ଯ୍ୟ ବ୍ୟାହତ ହେବ ବୋଲି ଗୋଟିଏ ମହଲ ମତ ରଖୁଛନ୍ତି।

ହେଲେ ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, କିଛି ବରିଷ୍ଠ ଅଫିସରଙ୍କ ପାଇଁ ସମୁଦାୟ ପ୍ରକ୍ରିୟା ଅଟକିଯାଇଛି। ଏପରିକି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କାର୍ଯ୍ୟରେ ଯୋଗଦେବାର ପାଖାପାଖି ଛଅ ମାସ ହେଲାଣି, ଅଥଚ ସେ ତାଙ୍କ ଟିମ୍ ଗଠନ କରିପାରିନାହାନ୍ତି। କେନ୍ଦ୍ରୀୟ ଡେପୁଟେସନ ଲାଗି ଅନୁମତି ପାଇ ନିଯୁକ୍ତି ଅପେକ୍ଷାରେ ଥିବା ଚାରି ବରିଷ୍ଠ ଅଫିସରଙ୍କ ଲାଗି ଏହି ଅଡ଼ୁଆ। ସେମାନେ ହେଲେ ଗୃହ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟଶାସନ ସଚିବ ସଂଜୀବ ଚୋପ୍ରା, ଆଇଏଏସ୍‌ ଅଫିସର ରଂଜନା ଚୋପ୍ରା, ଆଇଏଏସ୍ ଅଫିସର ବିଶାଳ ଦେବ ଏବଂ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଡାକ୍ତର ପ୍ରମୋଦ ମେହେର୍ଦା।

ଏହି ଅଫିସରମାନଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ଲାଗି ରାଜ୍ୟ ସରକାର ଅନୁମତି ଦେଇସାରିଛନ୍ତି। କିନ୍ତୁ ଏଯାଏ କେନ୍ଦ୍ର ସରକାର ତାଙ୍କ ନିଯୁକ୍ତି ସଂକ୍ରାନ୍ତ ନିର୍ଦେଶନାମା ଜାରି କରୁନାହାନ୍ତି। ଚର୍ଚ୍ଚା ହେଉଥିଲା ଆଇଏଏସ୍ ଅଫିସର ବିଶାଳ ଦେବ ପାରାଦୀପ ପୋର୍ଟରେ ନିଯୁକ୍ତି ପାଇବେ। ହେଲେ ଏଯାଏ ବିଜ୍ଞପ୍ତି ପ୍ରକାଶ ପାଇପାରିନାହିଁ। ଏଣେ ଆଗକୁ ହକି ବିଶ୍ବକପ୍ କଥା ରହିଛି। ଏଣୁ ସରକାର କ୍ରୀଡ଼ା ବିଭାଗରେ ଏବେଠାରୁ ଜଣେ ପ୍ରଭାବୀ ଅଧିକାରୀଙ୍କୁ ନିଯୁକ୍ତି ନ ଦେଲେ ସମସ୍ୟା ବଢ଼ିପାରେ। ଏହାବ୍ୟତୀତ ପର୍ଯ୍ୟଟନ ଭଳି ବର୍ତ୍ତମାନ ସମୟରେ ଗୁରୁତ୍ବପୂର୍ଣ୍ଣ ବିଭାଗ ବି ତାଙ୍କ ହାତରେ ରହିଛି।

ପୂର୍ବତନ ପ୍ରଶାସକମାନଙ୍କର କହିବା କଥା, ଏହି ଅଧିକାରୀମାନେ ଥାଇ ଯଦି ରାଜ୍ୟ ସରକାର ଆଇଏଏସ୍‌ସ୍ତରରେ ଅଦଳବଦଳ କରିବେ, ତେବେ ଏମାନଙ୍କ କେନ୍ଦ୍ରୀୟ ନିଯୁ୍କ୍ତି ମିଳିବା ପରେ ପୁଣି ଥରେ ସଚିବସ୍ତରରେ ଏକ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ସୃଷ୍ଟି ହେବ ଏବଂ ଭାରସାମ୍ୟ ବିଗିଡ଼ିଯାଇପାରେ। ଏହି କାରଣରୁ ବରିଷ୍ଠ ଆଇଏଏସ୍ ଅଫିସର ସୌରଭ ଗର୍ଗ, ସନ୍ତୋଷ ଷଡ଼ଙ୍ଗୀ ଏବଂ ସଂଜୀବ ମିଶ୍ର ଏବେ କେନ୍ଦ୍ରରେ ନିଯୁକ୍ତି ପାଇସାରିଛନ୍ତି ଏବଂ ସେମାନଙ୍କ ସ୍ଥାନରେ ସରକାର ଅଫିସରଙ୍କୁ କା’ରେ ନିଯୁକ୍ତି ଦେଇ କାମ ଚଳାଇଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ବି କାମଚଳା ସଚିବଙ୍କୁ ନେଇ ଚାଲିଛି। ସେଠାରେ ସ୍ବତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଏବେ ସଚିବ ଦାୟିତ୍ବରେ ଅଛନ୍ତି।

ଅନ୍ୟପକ୍ଷରେ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା କ୍ରମରେ ଅନ୍ତଃରାଜ୍ୟ ଡେପୁଟେସନରେ ଯାଇଥିବା ମନୀଷ ବର୍ମା ଓଡ଼ିଶାକୁ ଫେରିଛନ୍ତି। ଗତ ୨୩ ତାରିଖ ଦିନ ସେ ଭର୍ଚୁଆଲରେ ନିଜର ଯୋଗଦାନ ସଂପର୍କରେ ଜଣାଇଥିଲେ ହେଁ, ପୁଣି ୪ମାସ ପାଇଁ ଛୁଟି ନେଇଥିବା ସୂଚନା ମିଳିଛି। ପ୍ରଶାସନିକ କରିଡରର ଖବର ଅନୁସାରେ, ଶ୍ରୀ ବର୍ମା ଏବେ କେନ୍ଦ୍ରରେ ନିଯୁକ୍ତି ପାଇଁ ଚେଷ୍ଟା କରୁଛନ୍ତି। ସେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କର ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରୁଥିଲେ। ଯଦିଓ ବିହାରରେ ପୁଣି ନୀତିଶ ସରକାର ଶାସନକୁ ଆସିଲେ କିନ୍ତୁ ତାଙ୍କ ଟିମ୍‌ରେ ସେ ମନୀଷଙ୍କୁ ନେଇପାରିଲେ ନାହିଁ। ରାଜ୍ୟ ସରକାର ତାଙ୍କ ଡେପୁଟେସନ୍ ମିଆଦ ବୃଦ୍ଧି ଲାଗି ଅମଙ୍ଗ ହୋଇନଥିଲେ ହେଁ ୯ବର୍ଷ ଧରି ସେ ଡେପୁଟେସନରେ ରହିସାରିଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରାଳୟ ଏହି ବାଟ ଓଗାଳିଲା। ଏଣୁ ବାଧ୍ୟ ହୋଇ ସେ ଓଡ଼ିଶା ଫେରିଲେ। ସମ୍ଭବତଃ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରି ଆସିଥିବା ପରିପ୍ରେକ୍ଷୀରେ ରାଜ୍ୟ ପ୍ରଶାସନରେ ନିଜକୁ ସହଜ କରିପାରିବେ ନାହିଁ ବୋଲି ଭାବି ମନୀଷ କାର୍ଯ୍ୟରେ ଯୋଗଦେଉନଥିବା କୁହାଯାଉଛି।

ଏପଟେ ନଗର ଉନ୍ନୟନ ସଚିବ ଜି ମାଥିଭାଥନନ୍ ୨୦୧୩ରୁ ଏବଂ ପଞ୍ଚାୟତିରାଜ ସଚିବ ଦେଓରଂଜନ ସିଂ ୨୦୧୨ରୁ ବଦଳି ହୋଇନାହାନ୍ତି। ଜଣେ ଜଣେ ଅଧିକାରୀଙ୍କ ହାତରେ ଏକାଧିକ ବିଭାଗ ରହିଛି ଓ କୌଣସି ବିଭାଗ ସହିତ କାହାର ସାମଞ୍ଜସ୍ୟ ନାହିଁ। ଏଣୁ ଏବେ ପ୍ରଶାସନରେ ଯେଭଳି କ୍ରିୟାଶୀଳତା ଅନୁଭବ ହେବା କଥା ତାହା ପରିଲକ୍ଷିତ ହୋଇପାରୁନାହିଁ। ସଂପ୍ରତି କୋଭିଡ୍‌ର ଦ୍ବିତୀୟ ତରଙ୍ଗ ହ୍ରାସ ପାଉଛି। ଖୁବ୍ ଶୀଘ୍ର ତୃତୀୟ ତରଙ୍ଗ ଆସିପାରେ। ଏହା ପୂର୍ବରୁ ପ୍ରଶାସନିକସ୍ତରରେ ଏକ ବଡ଼ ଅଦଳବଦଳ ଅପେକ୍ଷା କରୁଛି ଏବଂ ପ୍ରଭାବୀ ତଥା ଦକ୍ଷ ଅଫିସରଙ୍କୁ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଅବସ୍ଥାପିତ କରିବା ସରକାରଙ୍କ ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଛି।

ଏଠାରେ ଉଲ୍ଲେଖଥାଉକି, ଚଳିତବର୍ଷ ବରିଷ୍ଠ ଆଇଏଏସ୍ ଅଫିସର ଅରବିନ୍ଦ ପାଢୀ କେନ୍ଦ୍ରୀୟ ଡେପୁଟେସନରୁ ଫେରିବେ। ଆସନ୍ତାବର୍ଷ ଆରମ୍ଭରେ ବରିଷ୍ଠ ଆଇଏଏସ୍ ଉଷା ପାଢୀ ବି ରାଜ୍ୟକୁ ଫେରିବା ସମ୍ଭାବନା ଅଧିକ। ନିକଟରେ କେନ୍ଦ୍ରରୁ ଫେରିବା ପରେ ରାଜ୍ୟ ସରକାର ତୁରନ୍ତ ଜି ଭି ଭି ଶର୍ମାଙ୍କୁ ରାଜସ୍ବ ପର୍ଷଦ ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ହେଲେ ଯଦି ସଂଜୀବ ଚୋପ୍ରାଙ୍କୁ କେନ୍ଦ୍ରରେ ନିଯୁକ୍ତି ମିଳେ, ତେବେ ବରିଷ୍ଠ ଅଧିକାରୀ ଭାବେ ସୌରଭ ଗର୍ଗ ଅତିରିକ୍ତ ମୁଖ୍ୟ ସଚିବ ଭାବେ ପଦୋନ୍ନତି ପାଇବେ। ଯେହେତୁ ସେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି, ଏଣୁ ତାଙ୍କୁ ପ୍ରୋଫର୍ମା ପ୍ରମୋାସନ ଦେଇ ରାଜ୍ୟ ସରକାର ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ନେବା ସମ୍ଭାବନା ଅଧିକ।

Leave A Reply

Your email address will not be published.