ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ସମ୍ୱଲପୁରରେ ବିଜେଡିର ବଡ଼ ଖେଳ

0

ଭୁବନେଶ୍ୱର: ପୂର୍ବତନ ପୂର୍ତ ନଳିନୀ ପ୍ରଧାନ ଖୁବ୍‍ ଶୀଘ୍ର ବିଜେଡିରେ ଯୋଗଦେବେ । ବିଜେଡି ହାଇକମାଣ୍ଡ ନବୀନ ପଟ୍ଟନାୟକ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ସମ୍ୱଲପୁର ଆସନରେ ପ୍ରାର୍ଥୀ ଏକପ୍ରକାର ସ୍ପଷ୍ଟ । କେବଳ ସେତିକି ନୁହେଁ,ଶ୍ରୀ ପ୍ରଧାନଙ୍କ ସହିତ ସମ୍ୱଲପୁର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେଡି ଅନେକ ଅଦଳବଦଳ କରିପାରେ ।
ବିଶ୍ୱସ୍ତ ସୂତ୍ରରୁ ମିଳୁଥିବା ସୂଚନାକୁ ବିଶ୍ୱାସ କଲେ, ଶ୍ରୀ ପ୍ରଧାନ ଅାଠମଲ୍ଲିକ ଅଞ୍ଚଳର ବାସିନ୍ଦା । ସ୍ଥାନୀୟ ଅଞ୍ଚଳରେ ତାଙ୍କର ଲୋକପ୍ରିୟତା ଅଛି । ଏହା ସହିତ ଦେବଗଡରୁ ଆରମ୍ଭ କରି ରେଢାଖୋଲ ପର୍ଯ୍ୟନ୍ତ ତାଙ୍କର ସଂପର୍କୀୟଙ୍କ ପତିଆରା ରହିଛି । ଚଷା ଭୋଟକୁ ଆୟୁଧ କରି ସମ୍ୱଲପୁର ନିର୍ବାଚନମଣ୍ଡଳୀରେ ବିଜେଡି ଲଢିବାକୁ ଯୋଜନା କରିଛି ଓ ବିଜେପିର ଚିରାଚରିତ କାର୍ଡକୁ ମାତ୍‍ ଦେଇପାରିବ ବୋଲି ନେତୃତ୍ୱ ବିଚାର କରୁଛନ୍ତି ।
ଏହି ସୂତ୍ର ଅନୁସାରେ, ଆଠମଲ୍ଲିକ ବିଧାନସଭା ଆସନରୁ ସଂଜୀବ ସାହୁଙ୍କୁ ଏଥର ଦଳ ଆଉ ପ୍ରାର୍ଥୀ କରିବ ନାହିଁ । ଶ୍ରୀ ସାହୁ ଯଦିଓ ନିର୍ବାଚନମଣ୍ଡଳୀ ପାଇଁ ଅନେକ କାମ କରିଛନ୍ତି, କିନ୍ତୁ ସରକାରୀ ବିରୋଧୀ ହାଵାର ଛାପ ତାଙ୍କ ପାଖେ ଲାଗିଲାଣି । ଏମିତିରେ ବି ଶ୍ରୀ ପ୍ରଧାନ ଆଠମଲ୍ଲିକ ହୋଇଥିବାରୁ ଶ୍ରୀ ସାହୁ ବିଶେଷ କିଛି ପ୍ରଭାବ ପକାଇବାର ସୁଯୋଗ ନାହିଁ । ସେଠାରୁ ଅନ୍ୟଜଣେ ପ୍ରଶାସକଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି । ଖବର ଅନୁସାରେ, ସଂପୃକ୍ତ ଅଧିକାରୀ ଇତିମଧ୍ୟରେ ଭିଆର୍‍ଏସ ଆବେଦନ କରିସାରିଲେଣି । ମାତ୍ର ଶ୍ରୀ ସାହୁଙ୍କ ପ୍ରବଳ ବିରୋଧ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରୁନାହିାଁ ଅନ୍ୟପଟରେ ବିଜେପି ପ୍ରାର୍ଥୀ ନୀତିଶ ଗଙ୍ଗଦେବ ଓ ବିଜେଡି ମଧ୍ୟରେ ସଂପର୍କ ବଢିଥିବା ଚର୍ଚ୍ଚା ହେଲାଣି । କୁଚିଣ୍ଡା. ରେଙ୍ଗାଲି ଓ ଛେଣ୍ଡିପଦାରେ ମଧ୍ୟ ଦଳ ଟାଣୁଆ ନେତାଙ୍କୁ ପ୍ରାର୍ଥୀ କରିବା ଲାଗି ଆପାତତଃ ଯୋଜନା କରିଛି । ସବୁ ଆସନରେ ଉଭୟ କଂଗ୍ରେସ ଓ ବିଜେପିକୁ ମାତ୍‍ ଦେଇ ଏହି ଆସନକୁ ବଡ ବ୍ୟବଧାନରେ ଦଖଲ କରିବାକୁ ବିଜେଡି କସରତ ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ।
ଏଠାରେ ଉଲ୍ଲେଖଥାଉକି, ସମ୍ୱଲପୁର, ରେଢାଖୋଲ, କୁଚିଣ୍ଡା, ରେଙ୍ଗାଲି, ଦେବଗଡ, ଛେଣ୍ଡିପଦା ଓ ଅାଠମଲ୍ଲିକକୁ ନେଇ ଏହି ସମ୍ୱଲପୁର ଲୋକସଭା ଆସନ ଗଠିତ । ବିବାଦ ଭିତରେ ଥିବା ବର୍ତମାନର ସାଂସଦ ନଗେନ୍ଦ୍ର ପ୍ରଧାନ ବାରମ୍ୱାର ବିବାଦ ଭିତରେ ଥିବା କାରଣରୁ ଦଳ ତାଙ୍କୁ ପରିବର୍ତନ କରିବା ଲାଗି ଯୋଜନା କରିଛି । କଂଗ୍ରେସ ଏହି ଆସନରେ ଅମର ପ୍ରଧାନଙ୍କୁ ପ୍ରାର୍ଥୀ କରିପାରେ । ସେହିଭଳି ବିଜେପି ସୁରେଶ ପୂଜାରୀଙ୍କୁ ଆଗରେ ରଖିଛି । ତାଙ୍କ ବ୍ୟତୀତ ଶିକ୍ଷାବିତ ବିଶ୍ୱରଂଜନ ପୂଜାରୀଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି ।

Leave A Reply

Your email address will not be published.