ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ପଞ୍ଜାବ ରାଜନୀତିରେ ବଡ଼ ଧରଣର ହଟଚମଟ

0
  • ମୁଖ୍ୟମନ୍ତ୍ରୀ-ନବଜ୍ୟୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ବିବାଦ ସମାଧାନ ଲାଗି ରାହୁଲଙ୍କ ଘନ ଘନ ବୈଠକ
  • ଦୋଷ ସୁଧାରିଲେ କେଜ୍ରିଓ୍ବାଲ, ଏଥର ଆଗୁଆ ଘୋଷଣା କଲେ ଯେ ଶିଖ୍ ସଂପ୍ରଦାୟର ନେତା ହେବେ ମୁଖ୍ୟମନ୍ତ୍ରୀ
  • ସିଦ୍ଧୁଙ୍କ ଉପରେ ଆପ୍‌ର ଆଖି; ଚାଷୀ ପ୍ରସଙ୍ଗରେ ଅସନ୍ତୁଷ୍ଟ ବିଜେପି ନେତା ବି କେଜ୍ରିଓ୍ବାଲଙ୍କ ସହ ଯୋଗାଯୋଗରେ

ନୂଆଦିଲ୍ଲୀ: ୨୦୨୨ ନିର୍ବାଚନ ପୂର୍ବରୁ ପଞ୍ଜାବ ରାଜନୀତି ଏବେ ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଗୋଟିଏ ପଟେ ପୂର୍ବତନ କ୍ରିକେଟ୍ ତାରକା ତଥା କଂଗ୍ରେସ ନବଜ୍ୟୋତ ସିଂହ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ମଧ୍ୟରେ ଦେଖାଦେଇଥିବା ତିକ୍ତତା ହାଇକମାଣ୍ଡଙ୍କ ମୁଣ୍ଡବ୍ୟଥାର କାରଣ ହୋଇଥିବା ବେଳେ ଅନ୍ୟପଟେ ଦିଲ୍ଲୀ ମୁ୍ଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କ୍ରେଜିଓ୍ବାଲଙ୍କ ଗୋଟିଚାଳନା ପଞ୍ଜାବ ରାଜନୀତିକୁ ରୋଚକ ସ୍ଥିତିକୁ ନେଲାଣି। ପୂର୍ବରୁ ବିଜେପିରେ ଥିବା ସିଦ୍ଧୁ ଏବେ କଂଗ୍ରେସରେ ଥିଲେ ହେଁ, ରାହୁଲ ଯଦି ତାଙ୍କୁ ସନ୍ତୁଷ୍ଟ କରିନପାରନ୍ତି, ତେବେ ଆସନ୍ତା ଦିନରେ କଂଗ୍ରେସର ଏହି ଲୋକପ୍ରିୟ ନେତା ଆପ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ ବୋଲି ରାଜନୈତିକ ମହଲ ପୂର୍ବାନୁମାନ କରୁଛନ୍ତି। ଏମିତି ହେଲେ କଂଗ୍ରେସ ଦଳ ବିଭାଜିତ ହେବ ଓ ସଂପୃକ୍ତ ରାଜ୍ୟ ଦଳ ହାତରୁ ଆସନ୍ତା ନିର୍ବାଚନରେ ଖସିଯାଇପାରେ, ସେ ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ନବଜ୍ୟୋତ ସିଂହ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ସିଦ୍ଧୁ ଏଥର ନଛୋଡ଼ ବନ୍ଧା ଅଛନ୍ତି। ସେ ସିଧା ସିଧା କହିସାରିଲେଣି ଯେ ତାଙ୍କୁ ଆଗରେ ରଖି କେବଳ ଭୋଟ ମାଗିବା ରାଜନୀତିକ ଆଉ ଚଳିବ ନାହିଁ। ସେପଟେ ସିଦ୍ଧୁଙ୍କ ଅନୁଗତ ରାଜ୍ୟ ସରକାର ବିରୋଧରେ ମତ ତୀବ୍ର କରିବା ଆରମ୍ଭ କରିସାରିଛନ୍ତି। ପୂର୍ବରୁ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ୍ ଖାର୍ଗେଙ୍କ ନେତୃତ୍ବରେ ଗଠିତ କମିଟି ହାଇକମାଣ୍ଡଙ୍କ ସାମ୍ନାରେ ବିସ୍ତୃତ ଚିତ୍ର ରଖିଥିଲେ। ସିଦ୍ଧୁଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବି ଦେବା ଉପରେ ଗୁରୁତ୍ବ ଦିଆଯାଇଥିଲା। ହେଲେ କଂଗ୍ରେସ ମୁଖିଆ ସୋନିଆ ଗାନ୍ଧୀ ଏହା ଉପରେ କୌଣସି ନିଷ୍ପତ୍ତି ନେଇନାହାନ୍ତି।

ମିଳିଥିବା ସୂଚନା ଅନୁସାରେ, ଏହି ବିବାଦ ସମାଧାନ ଲାଗି ମଙ୍ଗଳବାର କଂଗ୍ରେସ ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଓ ଶ୍ରୀ ଖାର୍ଗେଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଛି। ଏହାସହିତ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ମଧ୍ୟ ରାହୁଲ ପୃଥକ୍ ପୃଥକ୍ ଭେଟି ଆଲୋଚନା କରିଛନ୍ତି। ସେଥିରେ ପଞ୍ଜାବରେ ଚାଲିଥିବା ବାଲି ଖନନ ମାଫିଆ, ପରିବହନ ମାଫିଆ, ବିଦ୍ୟୁତ ବିଲ୍ ରିହାତି ଆଦି ପ୍ରସଙ୍ଗ ବି ସ୍ଥାନ ପାଇଛି। ଶେଷରେ ରାହୁଲ ସ୍ପଷ୍ଟ ଭାବେ କହିଛନ୍ତି ଯେ ୨୦୨୨ ନିର୍ବାଚନ ପୂର୍ବରୁ ଦଳ ମଧ୍ୟରେ ଥିବା ସବୁ ତିକ୍ତତା ଦୂର ହେବା ଉଚିତ୍। ମିଳିତ ଭାବେ କଂଗ୍ରେସ ଭୋଟରଙ୍କୁ ସାମ୍ନା କରିବା ଜରୁରୀ। ମିଳୁଥିବା ସୂଚନା ଅନୁସାରେ, ଖୁବ୍ ଶୀଘ୍ର ପଞ୍ଜାବ ସଂଗଠନରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯିବା ସମ୍ଭାବନା ବଢ଼ିଯାଇଛି।

ସେପଟେ କଂଗ୍ରେସ ଭିତରେ ଦେଖାଦେଇଥିବା କନ୍ଦଳରୁ ଫାଇଦା ଉଠାଇବା ଲାଗି କ୍ରେଜିଓ୍ବାଲଙ୍କ ଆପ ଏବେ ବିଶେଷ ସକ୍ରୟତା ଦେଖାଇଛି। ୨୦୧୭ ନିର୍ବାଚନରେ କେଜ୍ରିଓ୍ବାଲ କରିଥିବା ଭୁଲକୁ ଏଥର ସଂଶୋଧନ କରିଛନ୍ତି। ଜଣେ ଶିଖ୍ ନେତାଙ୍କୁ ଆପ୍ ମୁଖ୍ୟମନ୍ତ୍ରୀ କରିବ ବୋଲି ଅରବିନ୍ଦଙ୍କ ଘୋଷଣା ପରେ ଏବେ ଆପ୍‌ର ନଜର କାହା ଉପରେ ରହିଛି, ତାକୁ ନେଇ ସବୁ ମହଲରେ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି। ଅସନ୍ତୁଷ୍ଟ ସିଦ୍ଧୁଙ୍କୁ ଆପ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିପାରେ ବୋଲି ଗୋଟିଏ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜନୈତିକ ମହଲର କହିବା କଥା ହେଉଛି, କ୍ୟାପଟେନ୍ ଅମରିନ୍ଦରଙ୍କ ଭଳି ନବଜ୍ୟୋତ ସିଂହ ସିଦ୍ଧୁଙ୍କର ମଧ୍ୟ ଲୋକପ୍ରିୟତା ଅଛି। ତାଙ୍କୁ ଯେଭଳି ଅମରିନ୍ଦର ଅଣଦେଖା କରିଛନ୍ତି, ଏହାକୁ ରାଜ୍ୟବାସୀ ଭଲଭାବେ ଗ୍ରହଣ କରିନାହାନ୍ତି। ଯଦି ସିଦ୍ଧୁ ଆପ୍‌ ଆଡକୁ ମୁହାଁନ୍ତି, ତେବେ ରାଜ୍ୟ ରାଜନୀତିରେ ଏହାର ଏକ ବଡ଼ ପ୍ରଭାବ ପଡ଼ିବ। କଂଗ୍ରେସ ସଂଗଠନରେ ବିପର୍ଯ୍ୟୟ ଦେଖାଦେବା ସମ୍ଭାବନାକୁ ଆଦୌ ଟାଳି ହେବ ନାହିଁ।

ଗତଥର କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନ କରିବା ଯୋଗୁଁ ଭୋଟରଙ୍କ ପ୍ରଶ୍ନବାଣର ଶିକାର ହୋଇଥିଲେ। ସେବେ ଲୋକେ ଏହି ପ୍ରସଙ୍ଗରେ ଆପ୍‌ ବିରୋଧରେ ଅତି ସହଜ ମତ ଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ, କେଜ୍ରିଓ୍ବାଲ ରାଜ୍ୟ ସଂଗଠନରେ ଅନେକ ନୂଆ ବ୍ୟକ୍ତିିବିଶେଷଙ୍କୁ ଦଳରେ ସାମିଲ ପ୍ରକ୍ରିୟା ଆରମ୍ଭ କରିସାରିଲେଣି। ସେମାନଙ୍କ ମଧ୍ୟରେ ଚର୍ଚ୍ଚିତ ପୁଲିସ ଅଫିସର ତଥା ପୂର୍ବତନ ପୁଲିସ ଆଇଜି କନଓ୍ବର ବିଜୟ ପ୍ରତାପ ସିଂହ ଅଛନ୍ତି। ଏହା ବ୍ୟତୀତ ହକି ତାରକା ପର୍ଗତ ସିଂହ ମଧ୍ୟ ଆପ୍‌ରୁ ରାଜନୀତି ଆରମ୍ଭ କରିବାକୁ ଯାଉଛନ୍ତି। କେବଳ ସେତିକି ନୁହେଁ, ଚାଷୀ ଆନ୍ଦୋଳନକୁ ନେଇ ଅନେକ ଅସୁଖୀ ଥିବା ବିଜେପି ନେତା ମଧ୍ୟ କଂଗ୍ରେସ ଯିବା ଅପେକ୍ଷା ଆପ୍‌ ଯିବା ଉଚିତ୍ ମନେ କରି କେଜ୍ରିଓ୍ବାଲଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିଥିବା ଜଣାପଡିଛି।

Leave A Reply

Your email address will not be published.