ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ଚଳିତ ସପ୍ତାହରେ ପ୍ରକାଶ ପାଇପାରେ ମାଟ୍ରିକ ପରୀକ୍ଷା ଫଳ

0

ଏବେ ସ୍କୁଲ ଖୋଲିବାର ନାହିଁ, ଗତବର୍ଷ ଭଳି ଏଥର ବି କମିବ ୩୦ ପ୍ରତିଶତ ସିଲାବସ୍

ଭୁବନେଶ୍ବର: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର ଆସୁଛି। ଯେ କୌଣସି ମୁହୂର୍ତ୍ତରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ। ଆଜି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏଭଳି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଏହି ସପ୍ତାହରେ ଫଳ ପ୍ରକାଶ ପାଇଁ ଉଦ୍ୟମ ଜାରି ରହିଛି। ତାରିଖ ଧାର୍ଯ୍ୟ ପରେ ବିଧିବଦ୍ଧ ଭାବେ ଏ ସଂକ୍ରାନ୍ତରେ ଘୋଷଣା କରାଯିବ। କୋଭିଡ୍ କାରଣରୁ ଚ​ଳିତବର୍ଷ ମାଟ୍ରିକ୍ ପରୀକ୍ଷା ବାତିଲ୍ ହୋଇଥିଲା। ଶେଷରେ ବିଶେଷଜ୍ଞ କମିଟି ଧାର୍ଯ୍ୟ କରିଥିବା ସୂତ୍ର ଆଧାରରେ ପିଲାମାନଙ୍କ ମାର୍କିଂ ପ୍ରକ୍ରିୟା କରାଯାଇଛି ଏବଂ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଚଳିତବର୍ଷ ମଧ୍ୟ କୋଭିଡ୍ ଚଡ଼କରୁ ଛାତ୍ରଛାତ୍ରୀ ମୁକ୍ତି ପାଇବାର ନାହିଁ। ମନ୍ତ୍ରୀ ଆଜି କହିଛନ୍ତି ଯେ ଗତବର୍ଷ ଭଳି ଏଥର ମଧ୍ୟ ସିଲାବସ୍‌ ସଂକ୍ଷିପ୍ତ କରାଯିବ। ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ୩୦ ପ୍ରତିଶତ କମ୍ ପାଠ ପଢିବେ। ଏଇଥିପାଇଁ ଯେ ସ୍କୁଲ ଏବେ ଖୋଲିବାର ନାହିଁ। ଆନ୍ଧ୍ରପ୍ରଦେଶରେ ହେଉଥିବା ପରୀକ୍ଷା ସଂପର୍କରେ ସୁପ୍ରିମକୋର୍ଟ ବଡ଼ ଟିପ୍ପଣୀ ଦେଇଛନ୍ତି। ସିଧା ସିଧା ଶୁଣାଇଛନ୍ତି, ପିଲାଙ୍କର କିଛି ଅସୁବିଧା ହେଲେ ସରକାର ଦାୟୀ ରହିବେ। ଏଣୁ କୋଭିଡ୍ ପ୍ରଭାବ ସମ୍ପୂର୍ଣ୍ଣ ନ କମିବା ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନିଷ୍ପତ୍ତି ନେବା କଷ୍ଟକର। ଯେହେତୁ ଅନ୍‌ଲାଇନ୍ ପାଠପଢାଯାଉଛି, ଏଣୁ ସିଲାବସ୍ ହ୍ରାସ କରାଯିବା ଛଡ଼ା ଆଉ କୌଣସି ବିକଳ୍ପ ନାହିଁ।

ଉଲ୍ଲେଖଯୋଗ୍ୟ, ଏବେ ବି ରାଜ୍ୟରେ ସାମଗ୍ରିକ କୋଭିଡ୍ ପଜିଟିଭ୍ ହାର ୫ ପ୍ରତିଶତ ଉପରେ ରହିଛି ଏବଂ ଆଜି ସ୍ବାସ୍ଥ୍ୟ ବିଭାଗ ୪୬ ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରିଛନ୍ତି। ଆଗକୁ ତୃତୀୟ ଲହର ଆସୁଥିବା ପରିପ୍ରେକ୍ଷୀରେ ଏହାର ମୁକାବିଲା ପାଇଁ ସରକାରୀ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

Leave A Reply

Your email address will not be published.