ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଚଳିତ ସପ୍ତାହରେ ପ୍ରକାଶ ପାଇପାରେ ମାଟ୍ରିକ ପରୀକ୍ଷା ଫଳ

0

ଏବେ ସ୍କୁଲ ଖୋଲିବାର ନାହିଁ, ଗତବର୍ଷ ଭଳି ଏଥର ବି କମିବ ୩୦ ପ୍ରତିଶତ ସିଲାବସ୍

ଭୁବନେଶ୍ବର: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର ଆସୁଛି। ଯେ କୌଣସି ମୁହୂର୍ତ୍ତରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ। ଆଜି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏଭଳି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଏହି ସପ୍ତାହରେ ଫଳ ପ୍ରକାଶ ପାଇଁ ଉଦ୍ୟମ ଜାରି ରହିଛି। ତାରିଖ ଧାର୍ଯ୍ୟ ପରେ ବିଧିବଦ୍ଧ ଭାବେ ଏ ସଂକ୍ରାନ୍ତରେ ଘୋଷଣା କରାଯିବ। କୋଭିଡ୍ କାରଣରୁ ଚ​ଳିତବର୍ଷ ମାଟ୍ରିକ୍ ପରୀକ୍ଷା ବାତିଲ୍ ହୋଇଥିଲା। ଶେଷରେ ବିଶେଷଜ୍ଞ କମିଟି ଧାର୍ଯ୍ୟ କରିଥିବା ସୂତ୍ର ଆଧାରରେ ପିଲାମାନଙ୍କ ମାର୍କିଂ ପ୍ରକ୍ରିୟା କରାଯାଇଛି ଏବଂ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଚଳିତବର୍ଷ ମଧ୍ୟ କୋଭିଡ୍ ଚଡ଼କରୁ ଛାତ୍ରଛାତ୍ରୀ ମୁକ୍ତି ପାଇବାର ନାହିଁ। ମନ୍ତ୍ରୀ ଆଜି କହିଛନ୍ତି ଯେ ଗତବର୍ଷ ଭଳି ଏଥର ମଧ୍ୟ ସିଲାବସ୍‌ ସଂକ୍ଷିପ୍ତ କରାଯିବ। ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ୩୦ ପ୍ରତିଶତ କମ୍ ପାଠ ପଢିବେ। ଏଇଥିପାଇଁ ଯେ ସ୍କୁଲ ଏବେ ଖୋଲିବାର ନାହିଁ। ଆନ୍ଧ୍ରପ୍ରଦେଶରେ ହେଉଥିବା ପରୀକ୍ଷା ସଂପର୍କରେ ସୁପ୍ରିମକୋର୍ଟ ବଡ଼ ଟିପ୍ପଣୀ ଦେଇଛନ୍ତି। ସିଧା ସିଧା ଶୁଣାଇଛନ୍ତି, ପିଲାଙ୍କର କିଛି ଅସୁବିଧା ହେଲେ ସରକାର ଦାୟୀ ରହିବେ। ଏଣୁ କୋଭିଡ୍ ପ୍ରଭାବ ସମ୍ପୂର୍ଣ୍ଣ ନ କମିବା ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନିଷ୍ପତ୍ତି ନେବା କଷ୍ଟକର। ଯେହେତୁ ଅନ୍‌ଲାଇନ୍ ପାଠପଢାଯାଉଛି, ଏଣୁ ସିଲାବସ୍ ହ୍ରାସ କରାଯିବା ଛଡ଼ା ଆଉ କୌଣସି ବିକଳ୍ପ ନାହିଁ।

ଉଲ୍ଲେଖଯୋଗ୍ୟ, ଏବେ ବି ରାଜ୍ୟରେ ସାମଗ୍ରିକ କୋଭିଡ୍ ପଜିଟିଭ୍ ହାର ୫ ପ୍ରତିଶତ ଉପରେ ରହିଛି ଏବଂ ଆଜି ସ୍ବାସ୍ଥ୍ୟ ବିଭାଗ ୪୬ ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରିଛନ୍ତି। ଆଗକୁ ତୃତୀୟ ଲହର ଆସୁଥିବା ପରିପ୍ରେକ୍ଷୀରେ ଏହାର ମୁକାବିଲା ପାଇଁ ସରକାରୀ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

Leave A Reply

Your email address will not be published.