ପ୍ରମୁଖ ଖବର

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍‌-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ନବୀନଙ୍କ ବିରୋଧରେ ପିତାମ୍ୱର ହିଞ୍ଜିଳି ପ୍ରାର୍ଥୀ

0
  • ଗେରୁଆ ପିନ୍ଧିବା ପରେ ଖାରବେଳ କହିଲେ କନ୍ଧମାଳ
  • ବିଜେପି ରଣନୀତି ନେଇ ରାଜନୈତିକ ମହଲ ତାଜୁବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ହିଞ୍ଜିଳିରୁ ପ୍ରାର୍ଥୀ ହେବେ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ବିଜେପି ମୁଖପାତ୍ର ପିତାମ୍ୱର ଆଚାର୍ଯ୍ୟ । ବିଧିବଦ୍ଧ ଘୋଷଣା ହୋଇନଥିଲେ ହେଁ, ଏ ନେଇ ଶୀର୍ଷ ନେତୃତ୍ୱ ମନସ୍ଥିର କରିଛନ୍ତି ।

ବିଜେପିର ଏଭଳି ଆଭିମୁଖ୍ୟ ରାଜନୈତିକ ପର୍ଯ୍ୟବେକ୍ଷକ ମହଲକୁ ତାଜୁବ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ଲୋକପ୍ରିୟତା ରହିଥିବା ଅନୁମାନରେ ବିଜେପି ନେତୃତ୍ୱ ଯେଭଳି ପ୍ରାର୍ଥୀ ଘୋଷଣା କରୁଛନ୍ତି, ତାହା ଦଳକୁ ବଢାଇବ ନା ଛିଡାଇବ ସେ ନେଇ ଆଶଙ୍କା ସୃଷ୍ଟି ହେଲାଣି ।

ସେପଟେ ସୋମବାର ବିଜେପିରେ ଯୋଗଦେବା ପରେ ଐର ଖାରବେଳ ସ୍ୱାଇଁ କନ୍ଧମାଳ ଆସନରୁ ପ୍ରାର୍ଥୀ ହେବେ ବୋଲି ଆପେ ଗଣମାଧ୍ୟମ ସାମ୍ନାରେ ଘୋଷଣା କରିଛନ୍ତି । କନ୍ଧମାଳ ଆସନରେ ବିଜେପିର ସେଭଳି ଦବଦବା ନାହିଁ । ବାସ୍ତବରେ ଖାରବେଳକୁ ପରାଜୟ ମୁହଁକୁ ଠେଲିଦେବା ଲାଗି ଏହା ଚାଲ ନା କେବଳ ଚର୍ଚ୍ଚାରେ ରହିବା ଲାଗି ଏମିତି କସରତ କରିଛନ୍ତି ବିଜେପି ନେତୃତ୍ୱ ତାହା ବୁଝାପଡୁନାହିଁ ।

ରାଜନୈତିକ ମହଲର କହିବା କଥା ହେଉଛି, ଯଦି ଖାରବେଳ ବିଜେପିକୁ ଫେରିବା ବାଟ ଖୋଲା ଥିଲା, ତେବେ ଦଳ ତାଙ୍କ ପୁରୁଣା ଆସନ ବାଲେଶ୍ୱରରୁ ପ୍ରାର୍ଥୀ କରିଥିଲେ, ସ୍ଥିିତି ଅଲଗା ହୋଇଥାନ୍ତା । ପ୍ରତାପ ଷଡଙ୍ଗୀ ନୀଳଗିରି ଆସନରେ ପ୍ରାର୍ଥୀ ହୋଇଥିଲେ ଜିଲ୍ଲାକୁ ବିଜେପି ନିଜ କବଜାକୁ ଆଣିପାରିଥାନ୍ତା ।

ଉଲ୍ଲେଖଥାଉକି,ପୂର୍ବରୁ ବରଗଡରେ କମ ଭୋଟରେ ହାରିଥିବା ସୁବାସ ଚୌହାନଙ୍କୁ ଦଳ ସେ ଆସନରୁ ପ୍ରାର୍ଥୀ କରିନାହିାଁ ସେଠାରେ ସମ୍ୱଲପୁରରେ ସଂଗଠନ ରଖିଥିବା ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରି ଦଳ ଉଭୟ ଆସନକୁ ବିପଦକୁ ଠେଲିଦେଇଛି ।

Leave A Reply

Your email address will not be published.