ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଦଳରେ ମିଶୁ ମିଶୁ ବିଜେପି ଟିକେଟ୍‍

0
  • ପ୍ରକାଶ କଟକରୁ, ଖାରବେଳ କନ୍ଧମାଳରୁ ଲୋକସଭା ପ୍ରାର୍ଥୀ
  • ଅକଳରେ ବିଜେଡି ନେତା, ସାଂସଦଙ୍କୁ ନେଇ ଦ୍ୱନ୍ଦ୍ୱରେ
  • ବେଗୁନିଆ ଭୋଟର ପ୍ରଶାନ୍ତଙ୍କର ନା ରନିଙ୍କର
  • ପିତାମ୍ୱରଙ୍କୁ ନେଇ କେଁ ଉଠିଲା, ଦାମଙ୍କ ସପକ୍ଷରେ ନେତୃତ୍ୱ

ଭୁବନେଶ୍ୱର: ଗତକାଲି ବିଜେପିରେ ଯୋଗଦେଇଥିଲେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର । ଆଜି ସକାଳେ ପୂର୍ବତନ ସାଂସଦ ଐର ଖାରବେଳ ସ୍ୱାଇଁ । ବିଜେପି ନେତୃତ୍ୱ ତତ୍କାଳ ସେମାନଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କରିଛନ୍ତି । ପ୍ରକାଶଙ୍କୁ କଟକ ଓ ଖାରବେଳଙ୍କୁ କନ୍ଧମାଳ ଲୋକସଭା ଲଢିବା ପାଇଁ ଦଳ ନିଷ୍ପତ୍ତି ନେଇଛି । ଉଭୟ ସ୍ଥାନରେ ବିଜେଡିରୁ ଦୁଇ ଜଣ ହେଭିେଓ୍ୱଟ୍‍ ପ୍ରାର୍ଥୀ ହେବେ । କଟକରୁ ସାଂସଦ ଭର୍ତୃହରି ମହତାବଙ୍କୁ ଦଳ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି । ସେହିଭଳି କନ୍ଧମାଳରୁ ଶିକ୍ଷାବିତ ଅଚ୍ୟୁତ ସାଂସଦଙ୍କୁ ଦଳ ପ୍ରାର୍ଥୀ କରିଛି । ତାଙ୍କ ବିରୋଧରେ ଖାରବେଳ ଲଢିବେ ।

ଏହାବ୍ୟତୀତ ଆଉ ୯ବିଧାନସଭା ଆସନ ପାଇଁ ମଧ୍ୟ ବିଜେପି ଟିକେଟ୍‍ ଘୋଷଣା କରିଛି । ଏହାକୁ ମିଶାଇ ୧୩୦ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କଲା । ସେହିଭଳି ଆଜିର ନିଷ୍ପତ୍ତିକୁ ମିଶାଇ ମୋଟ ୧୬ଟି ଲୋକସଭା ଆସନରେ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରି ଆଗରେ ରହିଛି ।

ବିଜେପି ତାଲିକା ଅନୁଯାୟୀ, ବେଗୁନିଆରୁ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦ (ରନି)ଙ୍କୁ ବିଜେପି ଟିକେଟ୍‍ ଦେଇଛି । ବିଜେପିର ଏହି ନିଷ୍ପତ୍ତି ଏବେ ବିଜେଡିକୁ ଅକଳରେ ପକାଇ ଦେଲେଣି । ବିଜେଡି କର୍ମୀ ମହଲରେ ବି ଦ୍ୱନ୍ଦ୍ୱ ସୃଷ୍ଟି ହେଲାଣି ଯେ ସେମାନେ ସାଂସଦ ପ୍ରଶାନ୍ତଙ୍କ କଥା ଶୁଣିବେ ନା ଆଗକୁ ଋଷଭଙ୍କୁ ।

ବିଜେପିର ଅନ୍ୟ ପ୍ରାର୍ଥୀମାନେ ହେଲେ ଝାରସୁଗୁଡାରୁ ଦିନେଶ ଜୈନ, ରେଢାଖୋଲରୁ ଦେବେନ୍ଦ୍ର ମହାପାତ୍ର, ଭଣ୍ଡାରିପୋଖରୀରୁ ବଦ୍ରି ନାରାୟଣ ଧଳ, ଭଦ୍ରକରୁ ଡାକ୍ତର ପ୍ରଦୀପ ନାୟକ, ଫୁଲବାଣୀରୁ ଦେବ ନାରାୟଣ ପ୍ରଧାନ, ପାରାଦୀପରୁ ସମ୍ପଦ ସ୍ୱାଇଁ, ଜୟଦେବରୁ ନରେନ୍ଦ୍ର ନାୟକ, ଜଟଣୀରୁ ବିଶ୍ୱରଂଜନ ବଡଜେନାଙ୍କୁ ପ୍ରାର୍ଥୀ କରାଯାଇଛି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟ ବିଜେପି ପିତାମ୍ୱରଙ୍କ ନାମ ହିଞ୍ଜିଳି ପାଇଁ ସୁପାରିସ କରିଥିବା ବେଳେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ମନକୁ କିନ୍ତୁ ଏହା ଯାଇନି । ନବୀନଙ୍କ ବିରୋଧରେ ହିଞ୍ଜିଳିରେ ଦାମଙ୍କୁ ଲଢାଇବା ପାଇଁ ସେ ରାଜ୍ୟ ନେତାଙ୍କୁ ପରାମର୍ଶ ଦେଇଛନ୍ତି । ଏମିତି ହେଲେ ଦାମ ଉଭୟ ଏରସମା ବାଲିକୁଦା ଓ ହିଞ୍ଜିଳିରୁ ଲଢିବେ ।

ସେହିଭଳି ବିଜେପୁରରେ ସୁବାସ ଚୌହାନଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ବିଚାର କରିଥିଲା । ମାତ୍ର ସେ ପ୍ରତିଯୋଗିତାରୁ ଓହରିଯାଇଥିବାରୁ ଏବେ ନେତୃତ୍ୱ ପୁଣି ଦ୍ୱନ୍ଦ୍ୱରେ ପଡିଛନ୍ତି ।

Leave A Reply

Your email address will not be published.