ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

୩୦ରୁ କୋଭିଡ୍‌ କଟକଣାରେ ମାଟ୍ରିକ୍ ପରୀକ୍ଷା

0

ଭୁବନେଶ୍ବର: ଜୁଲାଇ ୩୦ ତାରିଖରୁ ମାଟ୍ରିକ୍ ଅଫ୍‌ଲାଇନ୍ ପରୀକ୍ଷା ହେବ। ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ରାଜ୍ୟରେ ବିନା ପରୀକ୍ଷାରେ ଫଳ ପ୍ରକାଶନକୁ ନେଇ ଅସନ୍ତୋଷ ସୃଷ୍ଟି ହେବା ପରେ ମାଧ୍ୟମିକ ଶିକ୍ଷା ବୋର୍ଡ ଏଭଳି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ବୋର୍ଡ ପକ୍ଷରୁ କୁହାଯାଇଥିଲା ଯେ ଜୁଲାଇ ପାଞ୍ଚ ତାରିଖରୁ ୧୪ ତାରିଖ ମଧ୍ୟରେ ପରୀକ୍ଷା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀମାନେ ଫର୍ମ ଫିଲଅପ୍‌ କରିପାରିବେ। ସମସ୍ତ ପରୀକ୍ଷା ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କୋଭିଡ୍ ନିୟମାବଳୀ ଅନୁଯାୟୀ ଅନୁଷ୍ଠିତ ହେବ।

ଉଲ୍ଲେଖଥାଉକି, ପରୀକ୍ଷା ଫଳ ପ୍ରକାଶ ପରଠାରୁ ବିଭିନ୍ନ ଜିଲ୍ଲାରେ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଆସୁଥିଲେ। କିଛି ସ୍ଥାନରେ ସେମାନେ ବିକ୍ଷୋଭ କରିଥିବା ବେଳେ ଆଉ କିଛି ଅଞ୍ଚଳରେ ଅଭିଭାବକମାନେ ରାସ୍ତାକୁ ଓହ୍ଲାଇ ଆସିଥିଲେ। ଏହାକୁ ଦୃଷ୍ଟିରେ ରଖି ବୋର୍ଡ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ ଦେଇ ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନାହିଁ ବୋଲି କହିଥିଲେ। କେବଳ ସେତିକି ନୁହେଁ, ଯେଉଁମାନେ ଏହି ନମ୍ବରରେ ଅସନ୍ତୁଷ୍ଟ ଅଛନ୍ତି, ସେମାନେ ଆଉଥରେ ପରୀକ୍ଷା ଦେବା ପାଇଁ କହିଥିଲେ।

Leave A Reply

Your email address will not be published.