ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଏଥର କେଉଁମାନେ ଦେଖିପାରିବେ ରଥଯାତ୍ରା, ଜାଣନ୍ତୁ

0

ପୁରୀ: ଆସନ୍ତା ୧୨ ତାରିଖ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। କୋଭିଡ କଟକଣା ଭିତରେ ବିନା ଭକ୍ତରେ ଚଳିତ ବର୍ଷ ଅନୁଷ୍ଠିତ ହେବ ରଥଯାତ୍ରା । ତେବେ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଆସିଛି କିଛି ନୂଆ ନିୟମାବଳୀ । ରଥଯାତ୍ରା ସମୟରେ ପୁରୀରେ ବାହାର ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଏପରିକି ସମସ୍ତ ହୋଟେଲ, ଲଜ ,ଧର୍ମଶାଳା ଖାଲି କରିବାକୁ ଜିଲ୍ଳା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି।

ତେବେ ଏଥର କିନ୍ତୁ ବଡ଼ଦାଣ୍ଡ ଲୋକଙ୍କ ପାଇଁ କଟକଣା କିଛି କୋହଳ କରାଯାଇଛି। ବଡ଼ଦାଣ୍ଡରେ ଦୁଇ ପାଶ୍ୱର୍ରେ ଥିବା ଯେଉଁମାନଙ୍କର ଘର ରହିଛି ସେମାନେ ଶୃଙ୍ଖଳାର ସହ ଛାତ ଉପରକୁ ରଥଯାତ୍ରା ଦେଖିପାରିବେ। ହେଲେ ଏହା କେବେଳ ପରିବାର ସଦସ୍ୟଙ୍କ ପାଇଁ । ବାହାର ଲୋକଙ୍କୁ ଏନେଇ ଅନୁମତି ଦିଆଯିବ ନାହିଁ । କାହା ଘରେ କେତେଜଣ ପରିବାର ସଦସ୍ୟ ଅଛନ୍ତି ସେ ନେଇ ସର୍ଭେ କରାଯିବ। ଦିନେ ଦୁଇ ଦିନ ଭିତରେ ଏହି ସର୍ଭେ କାମ ଶେଷ ହେବ ବୋଲି କୁହଯାଇଛି। ଗତବର୍ଷ କିନ୍ତୁ ରଥଯାତ୍ରା ସମୟରେ କାହାକୁ ଘରୁ ବାହାରକୁ ବାହାରିବାକୁ ଅନୁମତି ଦିଆଯାଇନଥିଲା । କୋଠା ଉପରେ ଛିଡା ହୋଇ ଦେଖିବାକୁ ମଧ୍ୟ ବାରଣ କରାଯାଇଥିଲା।

ସେହପରି ଆଇନଶୃଙ୍ଖଳା ନିମନ୍ତେ ସହରର ବିଭିନ୍ନ ସ୍ଥାନର ସିସିଟିଭି ଲଗାଯିବ। ବଡଦାଣ୍ଡରେ ୧୪୪ ଧାରା ଜାରି କରାଯିବ । ଗୁଣ୍ଡିଚାଠାରୁ ନୀଳାଦ୍ରିବିଜେ ଯାଏଁ ରଥ ନିକଟରେ ସ୍ୱତନ୍ତ୍ର ଆଲୋକୀକରଣ ହେବ । ରଥଯାତ୍ରା ପୂର୍ବରୁ ୩ ହଜାର ସେବାୟତ. ପୁଲିସ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ ଓ ମନ୍ଦିର କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ। ଗତବର୍ଷ ଯେପରି ବିଭିନ୍ନ ନିଯୋଗର ସେବାୟତମାନଙ୍କ ସଂଖ୍ୟା ଧାର୍ଯ୍ୟ କରାଯାଇଥିଲା,ଏବର୍ଷ ମଧ୍ୟ ସେହିଭଳି ସେବାୟତ ମାନଙ୍କର ସଂଖ୍ୟା ଧାର୍ଯ୍ୟ କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଜିଲ୍ଲାପାଳଙ୍କ ସହ ସେବାୟତ ନିଯୋଗର ବୈଠକ ପରେ ଏହି ନିଷ୍ପତି ହୋଇଛି ।

Leave A Reply

Your email address will not be published.